ବର୍ଷା ଅଭାବରୁ ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ: ୪ ଦିନ ଭିତରେ ୨ ଜଣଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ,୬।୯: ବଲାଙ୍ଗୀର ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକ ଭାଲୁଜୁରି ଗାଁର ଚାଷୀ ଯୁଧିଷ୍ଠିର ଭୋଇ (୪୦) ମରୁଡି ପରିସ୍ଥିତି ଦେଖା ଦେବାରୁ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁଧିଷ୍ଠିର ଗତ ଶନିବାର ବିଷ ପିଇ ଦେବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଯୁଧିଷ୍ଠିରଙ୍କ ମୃତ୍ୟୁ ଘଟିଥିଲା। ସୋମବାର ସକାଳୁ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ନେଇଥିଲେ। ଯୁଧିଷ୍ଠିର ଜଣେ ଭାଗଚାଷୀ ଓ ଧାନ ଫସଲ ନଷ୍ଟ ଯୋଗୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁଧିଷ୍ଠିର ଭଇଁଷା ଗାଁର ଜଣେ ଚାଷୀଙ୍କ ଦୁଇ ଏକର ଜମିରେ ଚାଷ କରିଥିଲେ । ବର୍ଷା ଅଭାବରୁ ଚିନ୍ତାରେ ପଡ଼ିଥିଲେ । ଗତ ୪ଦିନ ଭିତରେ ଜିଲାର ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛିିୟ। ପୂର୍ବରୁ ତୁରେକେଲା ବ୍ଲକ ଅନ୍ତର୍ଗତ କାଦୋବେଡା ଗ୍ରାମର ଚାଷୀ ରିଚେକା ବନଛୋର ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଶୀତ ଉତ୍ସବ

ଦାରିଙ୍ଗବାଡ଼ି,୯ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ଉତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ...

ରାଜ୍ୟବ୍ୟାପୀ ଆନ୍ଦୋଳନ କଲା କଂଗ୍ରେସ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସମାନଭାବେ ଓଡ଼ିଶାରେ ମଧ୍ୟ...

ଗୋଟିଏ ରାତିରେ ୩ ଘରୁ ଚୋରି

ବଇଣ୍ଡା,୧୨।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ସଙ୍ଗେ ୩ଟି ଘରୁ ଟଙ୍କା, ସୁନା ଗହଣା, ରୂପା ସହ ଆସବାବପତ୍ର...

ରାଷ୍ଟ୍ରପତିଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଲଗାତର ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ...

ପୋଲିସ ଅବହେଳା ଜୀବନ ନେଲା

ଭୁବନେଶ୍ୱର,(ବ୍ୟୁରୋ)/କଟକ ସଦର,୨୫ା୬(ଡି.ଏନ.ଏ.): ଗୁଣନିଧିଙ୍କ ମୃତ୍ୟୁକୁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ କମିଶନ ଶୁକ୍ରବାର ନିଜ ଆଡୁ ଏକ ମାମଲା...

ପୁଣି ୫ ଦିନିଆ ରିମାଣ୍ଡରେ ପାୟଲ, ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କ ପ୍ରଥମ...

କ୍ୱାରାଣ୍ଟାଇନକୁ ଗଲେ ୪୭ ଶ୍ରମିକ

ଚମ୍ପୁଆ, ୨।୫(ଡି.ଏନ.ଏ.)-ଚମ୍ପୁଆ ଦେଇ ଝାଡଖଣ୍ଡ ଯାଉଥିବା ୪୭ ଜଣ ଶ୍ରମିକଙ୍କୁ ଶନିବାର ଚମ୍ପୁଆ ପ୍ରଶାସନ ଓ ପୋଲିସ ପ୍ରଶାସନ ଉଦ୍ଧାର କରି କ୍ୱାରାଣ୍ଟାଇନ ହୋମରେ ରଖିଥିବା...

ଶ୍ରୀମନ୍ଦିରର ଅନ୍ତରୀଣ ବଜେଟ

ପୁରୀ ଅଫିସ,୩୧ା୩: କରୋନା ଯୋଗୁ ଚଳିତବର୍ଷ ଶ୍ରୀମନ୍ଦିର ବଜେଟ ବିଳମ୍ବ ହୋଇଛି। ସୋମବାର ଅର୍ଥ ସବ୍‌ କମିଟି ବୈଠକରେ ୨୦୨୦-୨୧ ଆର୍ଥିକବର୍ଷ ଲାଗି କେବଳ ଅନ୍ତରୀଣ...

Advertisement
Archives

Model This Week