କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ ପୂର୍ବରୁ ଅଗ୍ରୀମ ନେଇଥିଲାବେଳେ ୪ ଜିପିଏଲ୍‌ଏଫ୍‌ଙ୍କୁ ଏପର୍ଯ୍ୟନ୍ତ ମେଶିନ୍‌ ମିଳିନି। ଧରିତ୍ରୀରେ ଏ ସମ୍ପର୍କରେ ଲଗାତର ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଘଟଣାର ତଦନ୍ତ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଗୁରୁବାରଠାରୁ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡିଛି। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ କମିଟିର ମୁଖ୍ୟ ତଥା ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ ମହିଳାମାନଙ୍କୁ ଠକିଥିବା ରାୟଗଡ଼ାର ଡ୍ରିମ୍‌ସ ଆଗ୍ରୋ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିପିଏଲ୍‌ଏଫ୍‌ଗୁଡିକ ପକ୍ଷରୁ ସରକାର ଓ ଜିଲା ପ୍ରଶାସନ ନିକଟରେ ଦାବି ହୋଇଛି।
ମହିଳାମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଜିପିଏଲ୍‌ଏଫ୍‌ଗୁଡିକୁ ୧୦ଲକ୍ଷ ଟଙ୍କା ଲେଖାଏ ଜୀବିକା ନିଧି ପ୍ରଦାନ କରିଥିଲେ। ଏହି ଅର୍ଥକୁ ବିନିଯୋଗ କରି ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର ଅର୍ଥ ରାଶି ଯୋଗାଇ ଦେଇଥିଲେ। ତେବେ ପ୍ରୋସେସିଂ ମେଶିନ ଯୋଗାଇ ଦେବା ନାମରେ ଜିପିଏଲ୍‌ଏଫ୍‌ଠାରୁ ଲକ୍ଷାଧିକ ଟଙ୍କା ଠକି ନିଆଯାଇଥିଲା। ଉପରିସ୍ଥ ଅଧିକାରୀମାନେ ଏସବୁ ଜାଣି ଦୀର୍ଘ ମାସ ଚୁପ୍‌ ରହିଥିଲେ। ଖବର ପ୍ରକାଶ ପାଇବା ପରେ ତାହା ଲୋକଲୋଚନକୁ ଆସିଥିଲା। ପରେ ତରବରିଆ ଭାବେ ୬ ଜିପିଏଲ୍‌ଏଫ୍‌କୁ ମେଶିନ ଯୋଗାଇ ଦିଆଯାଇଛି। କିନ୍ତୁ ମହିଳାମାନଙ୍କୁ ନିୟମ ଅନୁଯାୟୀ ପ୍ରଶିକ୍ଷଣ ଦିଆଯାଇନି। ସେଗୁଡ଼ିକ ପଡ଼ି ରହି ଖତ ଖାଉଛି। ଏଜେନ୍ସି ଚେକ୍‌ ଜରିଆରେ ନିଜର ପ୍ରାପ୍ୟ ଅଗ୍ରୀମ ନେବାର ଇତିମଧ୍ୟରେ ବର୍ଷେ ବିତି ଗଲାଣି। ମାତ୍ର ତରଭା ବ୍ଲକର ବଘିଆ, ବିନିକା ବ୍ଲକର ବାଙ୍କିଘିର୍ଡି, ଡୁଙ୍ଗୁରିପାଲି ବ୍ଲକର ଶୁଖା ଓ କପାସିରା ଭଳି ଜିପିଏଲ୍‌ଏଫ୍‌କୁ ପ୍ରୋସେସିଂ ମେଶିନ ମିଳିନି। ସମସ୍ତ କଥାକୁ ଦୀର୍ଘ ମାସ ଧରି ଲୁଚାଇ ରଖାଯାଇଥିଲା। ଜିପିଏଲ୍‌ଏଫ୍‌ ସଦସ୍ୟାମାନଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ନ ଦେଇ କେତେଜଣ ଅଧିକାରୀ ଏହାର ଫାଇଦା ନେଇଥିଲେ। ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ନ କରି, ଡିଷ୍ଟ୍ରିକ୍ଟ ଏନ୍‌ଆଇସି ଓ୍ବେବ୍‌ସାଇଟ୍‌ରେ କୌଣସି ସୂଚନା ନ ଦେଇ ଡ୍ରିମ୍‌ସ ଆଗ୍ରୋ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୨ଟି କିସ୍ତିରେ ୧୦ଲକ୍ଷ ଲେଖାଏ ମୋଟ ୧ କୋଟି ପ୍ରଦାନ କରାଯାଇଥିଲା। ଏଥିପାଇଁ ଜିପିଏଲ୍‌ଏଫ୍‌ଗୁଡ଼ିକ ଉପରେ ଚାପ ପଡ଼ିଥିଲା। ଏପରିକି ମେଶିନ ଡେଲିଭରି ପୂର୍ବରୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିଲା। ସରକାରଙ୍କ ଟେଣ୍ଡର ପ୍ରକ୍ରିୟାକୁ ବିଭାଗ ପକ୍ଷରୁ ପାଳନ କରାଯାଇ ନ ଥିଲା। ତେଣୁ ଜିଲାର କେତୋଟି ଜିପିଏଲ୍‌ଏଫ୍‌କୁ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଛି, କେତୋଟି ଜିପିଏଲ୍‌ଏଫ୍‌ ପ୍ରୋସେସିଂ ମେଶିନ କ୍ରୟ ପାଇଁ ଏଜେନ୍ସିକୁ ଟଙ୍କା ଦେଇଛନ୍ତି, ଏଜେନ୍ସି କେଉଁ ଜିପିଏଲ୍‌ଏଫ୍‌କୁ ମେଶିନ ଦେଇଛି, କେଉଁ ଜିପିଏଲ୍‌ଏଫ୍‌ ସମ୍ପୂର୍ଣ୍ଣ ଅର୍ଥ ଦେଇଥିଲେ ମଧ୍ୟ ଏପଯର୍‌ୟନ୍ତ ମେଶିନ ପାଇନାହିଁ, ଟେଣ୍ଡର ପ୍ରକ୍ରିୟା ଠିକ୍‌ ଭାବେ ହୋଇଥିଲା କି ନାହିଁ ଓ ପ୍ରଦାନ କରାଯାଇଥିବା ମେଶିନର ଇନଭୋଏସ ଓ ମାନ ଠିକ୍‌ ଅଛି କି ନାହିଁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାକୁ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦ୍‌ବାକୁ ଦାବି କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri