Posted inଖେଳ

ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ

ଧର୍ମଶାଳା, ୧୮ା୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ନେଦରଲାଣ୍ଡ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରାଯାଇଥିଲା। ଏହାପରେ ପିଚ୍‌ ବିଶେଷ କରି ବୋଲରଙ୍କୁ ସହାୟକ ହୋଇଥିଲା। ଅଧିନାୟକ ସ୍କଟ ଏଡଓ୍ବାଡର୍‌ସଙ୍କ ଅର୍ଦ୍ଧଶତକ ସହାୟତାରେ ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୮ ଉଇକେଟ ହରାଇ ୨୪୫ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଚାପ ସ୍ଥିତିରୁ ମୁକୁଳି ନ ପାରି ୪୨.୫ ଓଭରରେ ୨୦୭ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଏହା ପୂର୍ବରୁ ଗତ ୧୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା ଆଫଗାନିସ୍ତାନ। ଏବେ ନେଦରଲାଣ୍ଡ୍ସ ଦ୍ୱିତୀୟ ଦଳଭାବେ ଉଚ୍ଚ ର଼୍ୟାଙ୍କପ୍ରାପ୍ତ ଦଳ ବିପକ୍ଷରେ ନିଜର ଦକ୍ଷତା ଦେଖାଇଛି। ଆଇସିସି ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ହରାଇବା ଏହା ନୂଆ ନୁହେଁ। ୨୦୨୨ ଟି୨୦ ବିଶ୍ୱକପରେ ମଧ୍ୟ ଏହି ଦଳ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ବିଦାୟ ପଥ ଦେଖାଇଥିଲା। ଚଳିତ ବିଶ୍ୱକପରେ ୩ ମ୍ୟାଚରୁ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ। ପ୍ରଥମ ୨ ମ୍ୟାଚରେ ଏହି ଦଳ ଯଥାକ୍ରମେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେହିପରି ନେଦରଲାଣ୍ଡ୍ସ ୩ ମ୍ୟାଚରୁ ଏଠାରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ପ୍ରଥମ ଦୁଇ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦକ୍ଷିଣ ଆଫ୍ରିକା ବୋଲରମାନେ ୫୦ ରନ ମଧ୍ୟରେ ନେଦରଲାଣ୍ଡ୍ସର ୪ଟି ଉଇକେଟ ପକାଇ ଦେଇଥିଲେ। ମିଡିଲ ଅର୍ଡରରେ ଅଧିନାୟକ ସ୍କଟ ଏଡଓ୍ବାଡର୍‌ସ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିବାରୁ ଏହି ଦଳ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା। ଏଡଓ୍ବାଡର୍‌ସ ୬୯ ବଲ୍‌ରୁ ୭୮ (୧୦ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ଶେଷ ଭାଗରେ ରୋଏଲଫ ଭାନ୍‌ ଡର୍‌ ମେରଓ୍ବେ ୧୯ ବଲ୍‌ରୁ ୨୯ ଓ ଆର୍ଯ୍ୟନ ଦତ୍ତ ୯ ବଲ୍‌ରୁ ୨୩* ରନ କରିବାରୁ ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୨୪୫/୮ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ବୋଲରମାନେ ଅତିରିକ୍ତଭାବେ ୩୨ ରନ ବ୍ୟୟ କରିଥିଲେ। ଏହା ମଧ୍ୟରେ ୨୧ଟି ଓ୍ବାଇଡ୍‌ ଓ ୧୦ ନୋ-ବଲ୍‌ ସାମିଲ ଥିଲା। ଲୁନ୍‌ଗି ଏନଗିଡି, ମାର୍କୋ ଜାନସେନ ଓ କାଗିସୋ ରାବାଡ଼ା ୨ଟି ଲେଖାଏ ଏବଂ ଗେରାଲ୍ଡ କୋଏଜି ଓ କେଶବ ମହାରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ୪୪ ରନ ମଧ୍ୟରେ ଟପ୍‌ ଅର୍ଡରର ୪ ବ୍ୟାଟରଙ୍କୁ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫର୍ମରେ ଥିବା ୩ ଖେଳାଳି କ୍ୱିଣ୍ଟନ ଡି’କକ୍‌ ୨୦, ରସି ଭାନ୍‌ ଡର୍‌ ଡୁସେନ ୪, ଏଡେନ ମାରକ୍ରମ ୧ ଏବଂ ଅଧିନାୟକ ଟେମ୍ବା ବଭୁମା ୧୬ ରନକରି ପ୍ୟାଭିଲିୟନ ଫେରିବାରୁ ଏହି ଦଳ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ନେଦରଲାଣ୍ଡ୍ସ ବୋଲର ଭାନ୍‌ ଡର୍‌ ମେରଓ୍ବେ, କଲିନ ଆକରମାନ ଓ ପଲ୍‌ ଭାନ୍‌ ମିକେରେନ ଏହି ବିପର୍ଯ୍ୟୟ ଘଟାଇଥିଲେ। ଡେଭିଡ ମିଲର ଓ ହେନରିଚ କ୍ଲାସେନ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ତେବେ ୫ମ ଉଇକେଟରେ ୪୫ ରନର ଭାଗୀଦାରି ପରେ କ୍ଲାସେନଙ୍କୁ ଆଉଟ କରି ଲୋଗାନ ଭାନ୍‌ ବିକ୍‌ ନେଦରଲାଣ୍ଡ୍ସକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ମାର୍କୋ ଜାନସେନ ମଧ୍ୟ ମାତ୍ର ୯ ରନକରି ମିକେରେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଶେଷ ଆଶା ଡେଭିଡ ମିଲର ଏକାକି ବେଶ୍‌ କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଦଳକୁ ପରାଜୟରୁ ରକ୍ଷା କରିବାକୁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଦଳୀୟ ସ୍କୋର ୩୧ ଓଭରରେ ୧୪୫ ଥିବାବେଳେ ସେ ଭାନ୍‌ ବିକ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମିଲର ୪ ଚୌକା ଓ ୧ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୪୩ ରନ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନେଦରଲାଣ୍ଡ୍ସ ୪୩ ଓଭରରେ ୨୪୫/୮ (ସ୍କଟ ଏଡଓ୍ବାଡର୍‌ସ-୭୮, ଲୁନ୍‌ଗି ଏନଗିଡି-୨/୫୭, ମାର୍କୋ ଜାନସେନ-୨/୨୭, କାଗିସୋ ରାବାଡ଼ା-୨/୫୬, ଗେରାଲ୍ଡ କୋଏଜି-୧/୫୭, କେଶବ ମହାରାଜ-୧/୩୮)। ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୦୭/ଅଲ୍‌ଆଉଟ (ଡେଭିଡ ମିଲର-୪୩, କେଶବ ମହାରାଜ-୪୦, ଲୋଗାନ ଭାନ୍‌ ବିକ୍‌-୩/୬୦, ଭାନ୍‌ ଡର୍‌ ମେରଓ୍ବେ-୨/୩୪, ପଲ୍‌ ଭାନ୍‌ ମିକେରେନ-୨/୪୦, ବାସ ଡି ଲିଡ୍ସ-୨/୩୬, କଲିନ ଆକରମାନ-୧/୧୬)


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri