Posted inଖେଳ

ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ

ଧର୍ମଶାଳା, ୧୮ା୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ନେଦରଲାଣ୍ଡ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରାଯାଇଥିଲା। ଏହାପରେ ପିଚ୍‌ ବିଶେଷ କରି ବୋଲରଙ୍କୁ ସହାୟକ ହୋଇଥିଲା। ଅଧିନାୟକ ସ୍କଟ ଏଡଓ୍ବାଡର୍‌ସଙ୍କ ଅର୍ଦ୍ଧଶତକ ସହାୟତାରେ ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୮ ଉଇକେଟ ହରାଇ ୨୪୫ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଚାପ ସ୍ଥିତିରୁ ମୁକୁଳି ନ ପାରି ୪୨.୫ ଓଭରରେ ୨୦୭ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ଏହା ପୂର୍ବରୁ ଗତ ୧୫ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା ଆଫଗାନିସ୍ତାନ। ଏବେ ନେଦରଲାଣ୍ଡ୍ସ ଦ୍ୱିତୀୟ ଦଳଭାବେ ଉଚ୍ଚ ର଼୍ୟାଙ୍କପ୍ରାପ୍ତ ଦଳ ବିପକ୍ଷରେ ନିଜର ଦକ୍ଷତା ଦେଖାଇଛି। ଆଇସିସି ଟୁର୍ନାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡ୍ସ ହରାଇବା ଏହା ନୂଆ ନୁହେଁ। ୨୦୨୨ ଟି୨୦ ବିଶ୍ୱକପରେ ମଧ୍ୟ ଏହି ଦଳ ବିପର୍ଯ୍ୟୟ ସୃଷ୍ଟି କରିଥିଲା ଏବଂ ଦକ୍ଷିଣ ଆଫ୍ରିକାକୁ ବିଦାୟ ପଥ ଦେଖାଇଥିଲା। ଚଳିତ ବିଶ୍ୱକପରେ ୩ ମ୍ୟାଚରୁ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ପରାଜୟ। ପ୍ରଥମ ୨ ମ୍ୟାଚରେ ଏହି ଦଳ ଯଥାକ୍ରମେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ସେହିପରି ନେଦରଲାଣ୍ଡ୍ସ ୩ ମ୍ୟାଚରୁ ଏଠାରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ପ୍ରଥମ ଦୁଇ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦକ୍ଷିଣ ଆଫ୍ରିକା ବୋଲରମାନେ ୫୦ ରନ ମଧ୍ୟରେ ନେଦରଲାଣ୍ଡ୍ସର ୪ଟି ଉଇକେଟ ପକାଇ ଦେଇଥିଲେ। ମିଡିଲ ଅର୍ଡରରେ ଅଧିନାୟକ ସ୍କଟ ଏଡଓ୍ବାଡର୍‌ସ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିବାରୁ ଏହି ଦଳ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା। ଏଡଓ୍ବାଡର୍‌ସ ୬୯ ବଲ୍‌ରୁ ୭୮ (୧୦ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ଶେଷ ଭାଗରେ ରୋଏଲଫ ଭାନ୍‌ ଡର୍‌ ମେରଓ୍ବେ ୧୯ ବଲ୍‌ରୁ ୨୯ ଓ ଆର୍ଯ୍ୟନ ଦତ୍ତ ୯ ବଲ୍‌ରୁ ୨୩* ରନ କରିବାରୁ ନେଦରଲାଣ୍ଡ୍ସ ନିର୍ଦ୍ଧାରିତ ୪୩ ଓଭରରେ ୨୪୫/୮ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ବୋଲରମାନେ ଅତିରିକ୍ତଭାବେ ୩୨ ରନ ବ୍ୟୟ କରିଥିଲେ। ଏହା ମଧ୍ୟରେ ୨୧ଟି ଓ୍ବାଇଡ୍‌ ଓ ୧୦ ନୋ-ବଲ୍‌ ସାମିଲ ଥିଲା। ଲୁନ୍‌ଗି ଏନଗିଡି, ମାର୍କୋ ଜାନସେନ ଓ କାଗିସୋ ରାବାଡ଼ା ୨ଟି ଲେଖାଏ ଏବଂ ଗେରାଲ୍ଡ କୋଏଜି ଓ କେଶବ ମହାରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବିଜୟ ଲକ୍ଷ୍ୟ ବଡ଼ ନ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ୪୪ ରନ ମଧ୍ୟରେ ଟପ୍‌ ଅର୍ଡରର ୪ ବ୍ୟାଟରଙ୍କୁ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫର୍ମରେ ଥିବା ୩ ଖେଳାଳି କ୍ୱିଣ୍ଟନ ଡି’କକ୍‌ ୨୦, ରସି ଭାନ୍‌ ଡର୍‌ ଡୁସେନ ୪, ଏଡେନ ମାରକ୍ରମ ୧ ଏବଂ ଅଧିନାୟକ ଟେମ୍ବା ବଭୁମା ୧୬ ରନକରି ପ୍ୟାଭିଲିୟନ ଫେରିବାରୁ ଏହି ଦଳ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ନେଦରଲାଣ୍ଡ୍ସ ବୋଲର ଭାନ୍‌ ଡର୍‌ ମେରଓ୍ବେ, କଲିନ ଆକରମାନ ଓ ପଲ୍‌ ଭାନ୍‌ ମିକେରେନ ଏହି ବିପର୍ଯ୍ୟୟ ଘଟାଇଥିଲେ। ଡେଭିଡ ମିଲର ଓ ହେନରିଚ କ୍ଲାସେନ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ତେବେ ୫ମ ଉଇକେଟରେ ୪୫ ରନର ଭାଗୀଦାରି ପରେ କ୍ଲାସେନଙ୍କୁ ଆଉଟ କରି ଲୋଗାନ ଭାନ୍‌ ବିକ୍‌ ନେଦରଲାଣ୍ଡ୍ସକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ମାର୍କୋ ଜାନସେନ ମଧ୍ୟ ମାତ୍ର ୯ ରନକରି ମିକେରେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକାର ଶେଷ ଆଶା ଡେଭିଡ ମିଲର ଏକାକି ବେଶ୍‌ କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଦଳକୁ ପରାଜୟରୁ ରକ୍ଷା କରିବାକୁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଦଳୀୟ ସ୍କୋର ୩୧ ଓଭରରେ ୧୪୫ ଥିବାବେଳେ ସେ ଭାନ୍‌ ବିକ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇ ଯାଇଥିଲେ। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମିଲର ୪ ଚୌକା ଓ ୧ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୪୩ ରନ ସ୍କୋର କରିଥିଲେ।
ସଂକ୍ଷିପ୍ତ ସ୍କୋର
ନେଦରଲାଣ୍ଡ୍ସ ୪୩ ଓଭରରେ ୨୪୫/୮ (ସ୍କଟ ଏଡଓ୍ବାଡର୍‌ସ-୭୮, ଲୁନ୍‌ଗି ଏନଗିଡି-୨/୫୭, ମାର୍କୋ ଜାନସେନ-୨/୨୭, କାଗିସୋ ରାବାଡ଼ା-୨/୫୬, ଗେରାଲ୍ଡ କୋଏଜି-୧/୫୭, କେଶବ ମହାରାଜ-୧/୩୮)। ଦକ୍ଷିଣ ଆଫ୍ରିକା ୪୨.୫ ଓଭରରେ ୨୦୭/ଅଲ୍‌ଆଉଟ (ଡେଭିଡ ମିଲର-୪୩, କେଶବ ମହାରାଜ-୪୦, ଲୋଗାନ ଭାନ୍‌ ବିକ୍‌-୩/୬୦, ଭାନ୍‌ ଡର୍‌ ମେରଓ୍ବେ-୨/୩୪, ପଲ୍‌ ଭାନ୍‌ ମିକେରେନ-୨/୪୦, ବାସ ଡି ଲିଡ୍ସ-୨/୩୬, କଲିନ ଆକରମାନ-୧/୧୬)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri