Posted inଜାତୀୟ

ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା

ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା ବି ଏଣ୍ଟ୍ରି ମାରିଛନ୍ତି । ମନୋଜ ଝା ସୋମବାର ରାନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଶାନ୍ତ କିଶୋର ଗୋଟିଏ ଦିନ ପୂର୍ବରୁ କହିଥିଲେ ୧୯୯୦ ପରେ ବିହାରରେ କିଛି ବଦଳି ନାହିଁ । ଏବେ ଏହାର ଜବାବ ଦେଇ ମନୋଜ ଝା କହିଛନ୍ତି, ରାଜନୀତିର ଚାଣକ୍ୟ ବିହାରକୁ ସ୍ପେଶାଲ ଷ୍ଟାଟସ ଦେବା କଥାକୁ ଦବାଇ ଦିଆଯିବାକୁ ନେଇ ଚୁପଥିବା ବେଳେ ମହତ୍ୱହିନ କଥା ଉଠାଉଛନ୍ତି ।
ଏମପି ମନୋଜ ଝା କହିଛନ୍ତି, ମୋତେ ଲାଗିଲା କେନ୍ଦ୍ର ସରକାର ବିହାରକୁ ସ୍ପେଶାଲ ଷ୍ଟାଟସ ଦେବାକୁ ବାରମ୍ବାର ମନା କରୁଥିବା ଘଟଣାକୁ ନେଇ ପ୍ରଶାନ୍ତ କିଶୋର କଥା ଉଠାଇବେ । ହେଲେ ସେ ଏବେ ଯେଉଁ କଥା ଉଠାଇଛନ୍ତି ତାହାର କୌଣସି ମହତ୍ୱ ନାହିଁ । ଯାହା କହିବା କଥା ତାକୁ ନେଇ ପ୍ରଶାନ୍ତ ଚୁପ ଥିବା ବେଳେ ଯାହାର କୌଣସି ମହତ୍ୱ ନାହିଁ ସେହି କଥାକୁ ଉଠାଉଛନ୍ତି ରାଜନୀତିର ଏହି ଚାଣକ୍ୟ । ମନୋଜ କହିଛନ୍ତି ପ୍ରଶାନ୍ତ କିଶୋରଙ୍କ ପଟକଥାକୁ ବୁଝିବାକୁ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ ।
ମନୋଜ ଆହୁରି ମଧ୍ୟ କହିଛନ୍ତି, ବିହାରକୁ ବୁଝିବାକୁ ଆପଣଙ୍କୁ ପ୍ରଥମେ ଏହାର ବିଶ୍ଳେଷଣ କରିବା ଦରକାର । ଯେତେବେଳେ ଝାଡ଼ଖଣ୍ଡ ଅଲଗା ହେଲା ସେତେବେଳେ ବିହାରକୁ କ’ଣ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଝାଡ଼ଖଣ୍ଡ ଯୋଗୁ ଆମ ଉଦ୍ଦ୍ୟୋଗର ମୂଳଦୁଆ ମଜଭୁତ ଥିଲା । ଝାଡ଼ଖଣ୍ଡ ଅଲଗା ହେବା ପରେ ସରକାର ବିହାରକୁ କାହିଁକି ସ୍ପେଶାଲ ଷ୍ଟାଟସ ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଗୋଟିଏ ବିଶେଷ ପ୍ୟାକେଜ କାହିଁକି ଦିଆଗଲା ନାହିଁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କାହିଁକି ଚୁପ ବସିଛନ୍ତି । ଝା କହିଛନ୍ତି, ସେ ଚେତାବନୀ ଦେଉଛନ୍ତି ଯେ ବିହାର ଏକ ଜ୍ୱାଳାମୁଖୀ ଉପରେ ବସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଡକ ଦୁର୍ଘଟଣା ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ମିଳିବ ୨ ହଜାର ଟଙ୍କା ପୁରସ୍କାର: ସରକାରଙ୍କ ବଡ଼ ଘୋଷଣା…

ଚଣ୍ଡିଗଡ,୭।୧୨ : ପଞ୍ଜାବରେ ଯେଉଁମାନେ ସଡ଼କ ଦୁର୍ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଉଛନ୍ତି ସେମାନଙ୍କୁ ପୁରସ୍କାର ସ୍ବରୂପ ରାଜ୍ୟ ସରକାର ୨ ହଜାର ଟଙ୍କା ପ୍ରଦାନ...

ଟଙ୍କାଏରେ ହେବ ଯାତ୍ରୀଙ୍କ ଚିକିତ୍ସା, ରେଳ ବିଭାଗର ବଡ଼ ପଦକ୍ଷେପ…

ବାରାଣସୀ,୭।୧୨ : ବାରାଣସୀର କ୍ୟାଣ୍ଟ ରେଳ ଷ୍ଟେଶନର ସର୍କୁଲାର ଅଞ୍ଚଳରେ ସ୍ବାସ୍ଥ୍ୟ ୟୁନିଟର ଏକ ନୂତନ ସେଟଅପ ଖୋଲିବ। ସେଠାରେ ଅନ୍‌ କଲ୍‌ ଡାକ୍ତର ରହିବେ।...

ଇ.ଣ୍ଡି.ଆ ମେଣ୍ଟ ବୈଠକରେ ମମତା ଯୋଗ ନ ଦେବା ଘଟଣା: ବୈଠକ ସମ୍ପର୍କରେ ଜାଣି ନ ଥିଲି: ମମତା

କୋଲକାତା,୭।୧୨: ବିରୋଧୀ ମେଣ୍ଟ ଇଣ୍ଡିଆର ସମନ୍ବୟ ବୈଠକ ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବାବେଳେ ୩ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ଶୋଚନୀୟ ପରାଜୟ ପରେ...

ସରକାରୀ ବାବୁଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ: ଭୁଲ ନିଷ୍ପତ୍ତି ଯୋଗୁ ସରକାରୀ ରାଜକୋଷର ହୋଇଥିବା କ୍ଷତିର କ୍ଷତିପୂରଣ ଦିଅ…

ନୂଆଦିଲ୍ଲୀ,୭।୧୨ : ସୁପ୍ରିମକୋର୍ଟ ଏପରି ଅଧିକାରୀଙ୍କୁ ତାଗିଦ କରିଛନ୍ତି ଯେଉଁମାନଙ୍କ ଭୁଲ ନିଷ୍ପତ୍ତି ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଉଛି। ଏଥିସହ ନିର୍ଦ୍ଦେଶ ଦେଇଛନ୍ତି ଦୋଷୀ ଅଧିକାରୀ...

ବୁଲଡଗ-ପିଟବୁଲ ପରି ବିପଜ୍ଜନକ ପ୍ରଜାତି କୁକୁରଙ୍କ ଉପରେ ପ୍ରତିବନ୍ଧକ: କେନ୍ଦ୍ରକୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୭।୧୨ : କୁକୁରମାନଙ୍କର ବିପଜ୍ଜନକ ପ୍ରଜାତି ରଖିବା ପାଇଁ ଲାଇସେନ୍ସ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ବାତିଲ କରିବାକୁ ଏକ ନିର୍ଦ୍ଦେଶନାମା ଉପରେ ତିନି ମାସ...

ମିଜୋରାମର ସର୍ବକନିଷ୍ଠା ଏମ୍‌ଏଲ୍‌ଏ

ନୂଆଦିଲ୍ଲୀ,୭ା୧୨: ରେଡିଓ ଜକି ବାରିଲ୍‌ ଭାନ୍ନିହସାଙ୍ଗି ହେଉଛନ୍ତି ମିଜୋରାମ ବିଧାନସଭାକୁ ସଦ୍ୟ ନିର୍ବାଚିତ ସର୍ବକନିଷ୍ଠା ଏମ୍‌ଏଲଏ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷ ୫୨ ହଜାରରୁ ଅଧିକ...

ଜଳମଗ୍ନ ହେବ ୧୨ ସହର

ନୂଆଦିଲ୍ଲୀ,୭ା୧୨: ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଥିବାବେଳେ ଏହା ପୁଣିଥରେ ଭାରତୀୟ ସହରଗୁଡ଼ିକର ଜଳବାୟୁ ପରିବର୍ତ୍ତନଜନିତ ଭୟାବହତାକୁ ଲୋକଲୋଚନକୁ ଆଣିଛି। ଗତ...

ଆଗକୁ ଉଷ୍ମ ଶୀତଋତୁ

ନୂଆଦିଲ୍ଲୀ,୭ା୧୨ : ଆଗାମୀ ଦିନରେ ଶୀତଋତୁ ଉଷ୍ମ ହେବ ବୋଲି ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି। ୨୦୨୩-୨୪ର ଶୀତଋତୁରେ ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ନୂଆ ଐତିହାସିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri