Posted inଜାତୀୟ

ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା

କୋଲକତା,୧।୧୦: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଏବେ ରାଇଗଞ୍ଜ ଭାଜପା ବିଧାୟକ କୃଷ୍ଣ କଲ୍ୟାଣୀ ଦଳରୁ ଇସ୍ତଫା ଦେଇଛନ୍ତି। କୃଷ୍ଣ କଲ୍ୟାଣୀଙ୍କ ଇସ୍ତଫା ନେଇ ପୂର୍ବରୁ କଳ୍ପନାଜଳ୍ପନା ଚାଲିଥିଲା। ସେ ଭାଜପା ଜିଲା ସଭାପତି ବାସୁଦେବ ସରକାରଙ୍କ ସହ ବିବାଦ ପରେ କୌଣସି କାର୍ଯ୍ୟକ୍ରମରେ ଯୋଗଦେବାକୁ ମନା କରିଦେଇଥିଲେ। ଗୋଟିଏ ଦିନ ପୂର୍ବରୁ ଭାଜପା ପକ୍ଷରୁ ଦ୍ୱାରା କୃଷ୍ଣ କଲ୍ୟାଣୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ରାଇଗଞ୍ଜର ଭାଜପା ଏମ୍‌ପି ଦେବାଶ୍ରୀ ଚୌଧୁରୀଙ୍କ ବିରୋଧରେ ତାଙ୍କ ବକ୍ତବ୍ୟ ପରେ ତାଙ୍କୁ ଏହି ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ପରଦିନ କୃଷ୍ଣ କଲ୍ୟାଣୀ ନିଜେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି ଯେ, ଯେଉଁ ଦଳରେ ଦେବାଶ୍ରୀ ଚୌଧୁରୀ ଜଣେ ଏମ୍‌ପି ଅଛନ୍ତି, ମୁଁ ସେହି ଦଳରେ ରହିପାରିବି ନାହିଁ। ତେବେ ସେ କେଉଁ ଦଳରେ ଯୋଗଦେବାକୁ ଯାଉଛନ୍ତି ତାହା ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି। ସୂଚନାଯୋଗ୍ୟ, ମେ ୨ରେ ଟିଏମସି କ୍ଷମତାକୁ ଆସିବା ପରେ ପଶ୍ଚିମବଙ୍ଗରେ ନେତାମାନେ ଦଳ ଛାଡିବା ଜାରି ରଖିଛନ୍ତି। ଏହାପୂର୍ବରୁ ବାବୁଲ ସୁପ୍ରିୟୋ ଏବଂ ମୁକୁଲ ରାୟଙ୍କ ବ୍ୟତୀତ ଅନ୍ୟ ତିନିଜଣ ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବ୍ୟାପୀ ଏନ୍‌ଆର୍‌ସି ସମୟର ଆବଶ୍ୟକତା: ବିଶ୍ୱଶର୍ମା

ବେଙ୍ଗାଲୁରୁ,୨ା୫(ଆଇଏଏନ୍‌ଏସ୍‌): ସରକାରୀ ଯୋଜନା ଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ନାଗରିକମାନଙ୍କ ଜାତୀୟ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ ହେବା ଆବଶ୍ୟକ...

ଶିଳ୍ପ ନୁହେଁ, ଦାଢ଼ି ବଢ଼ାଉଛନ୍ତି ମୋଦି

କୋଲକାତା,୨୬।୩ : ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ନିକଟରେ...

ଚାଇନା ବିରୋଧରେ ଭାରତ ଲଢୁଛି ଦୁଇଟି ଯୁଦ୍ଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ଚାଇନାକୁ ଟାର୍ଗେଟ କରିଛନ୍ତି।...

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ...

ଫେବୃୟାରୀ ୧୩ରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ଅଖିଳେଶ

ଲକ୍ଷ୍ନୌ, ୮।୨: ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଫେବୃୟାରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସେ...

ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର

ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ...

‘ଜାତୀୟ ଗର୍ବକୁ ନେଇ ସାଲିସ୍‌ କରିବନି ଭାରତ’

ନୂଆଦିଲ୍ଲୀ,୧୫ା୬(ପି.ଟି.): ଲଦାଖ ସୀମାକୁ ନେଇ ଚାଇନା ସହ ବିବାଦ ଲାଗି ରହିଥିବାବେଳେ ଜାତୀୟ ଗର୍ବ ଉପରେ ଭାରତ କଦାପି ସାଲିସ କରିବ ନାହିଁ ବୋଲି ପ୍ରତିରକ୍ଷା...

ଔରଙ୍ଗାବାଦରେ ଲାଗିଲା ଲକଡାଉନ

ଔରଙ୍ଗାବାଦ,୧୩ ।୩: ମହାରାଷ୍ଟ୍ରରେ ବେଳକୁ ବେଳ ମାଡି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦେଖି ସେଠାକାର ବିଭିନ୍ନ ଅଞ୍ଚଳରେ ଲକ୍‌ଡାଉନ ଜାରି କରାଗଲାଣି ।...

Advertisement
Archives

Model This Week