Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବୁଧବାର ଆଉ ଏକ ଝଟ୍‌କା ଲାଗିଛି। ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶ୍‌ନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ(ସଂଶୋଧନ) ବିଲ୍‌, ୨୦୨୩କୁ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ସମର୍ଥନ କରିଛି। ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ଏହି ବିଲ୍‌କୁ ସମର୍ଥନ କରିବ ବୋଲି ଦଳ ଘୋଷଣା କରିଛି। ଟିଡିପିର ଲୋକ ସଭାରେ ତିନିଜଣ ଏମ୍‌ପି ଏବଂ ରାଜ୍ୟ ସଭାରେ ଜଣେ ଏମ୍‌ପିଅଛନ୍ତି। ଟିଡିପି ସହଯୋଗରେ କେନ୍ଦ୍ର ସରକାରଙ୍କ ଶକ୍ତି ବୃଦ୍ଧି ପାଇବ। ଉଲ୍ଲେଖନୀୟ କଥା ହେଉଛି, ସଂସଦରେ ବିଲ ପାସ କରିବା ପାଇଁ ସରକାରଙ୍କ ପାଖରେ ପୂର୍ବରୁ ସଂଖ୍ୟା ଥିଲା। ଟିଡିପିଙ୍କ ସମର୍ଥନ ସହିତ ଆନ୍ଧ୍ରପ୍ରଦେଶର ଉଭୟ ଆଞ୍ଚଳିକ ଦଳ, ଶାସକ ଓ୍ବାଇଏସଆର-ସିପି ଏବଂ ବିରୋଧୀ ଟିଡିପି ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛନ୍ତି।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଘୋଷଣା କରିଛି। ୨୬ ସଦସ୍ୟ ବିଶିଷ୍ଟ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଏବଂ କିଛି ସ୍ବାଧୀନ ଏମ୍‌ପିଙ୍କ ସମେତ ପ୍ରାୟ ୧୦୯ ଏମ୍‌ପି ଏହି ବିଲ ବିରୋଧରେ ଭୋଟ ଦେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ

କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ନୃତ୍ୟଶିଳ୍ପୀଙ୍କ...

କେଜରିଓ୍ବାଲଙ୍କ ଘରେ ସ୍ବାତୀ ମାଲିୱାଲଙ୍କୁ ମାଡ଼ ମରାଯିବା ଘଟଣା: ସ୍ବୀକାର କଲା ଏଏପି

ନୂଆଦିଲ୍ଲୀ,୧୪।୫:ଦଳର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର କରାଯିବା ସହ ମାଡ଼ ମରାଯାଇଥିବା ଘଟଣାକୁ ସ୍ବୀକାର କରିଛି ଆମ...

ଅବକାରୀ ଦୁର୍ନୀତି ମାମଲା: ଏଏପିକୁ ଅଭିଯୁକ୍ତ ଦର୍ଶାଇବ ଇଡି

ନୂଆଦିଲ୍ଲୀ,୧୪।୫: ଅବକାରୀ ଦୁର୍ନୀତି ମାମଲାରେ ଦାଖଲ କରାଯିବାକୁ ଥିବା ଆଗାମୀ ଅଭିଯୋଗପତ୍ରରେ ଆମ ଆଦମୀ ପାର୍ଟି(ଏଏପି)କୁ ଅଭିଯୁକ୍ତ ଦର୍ଶାଯିବ ବୋଲି ଦିଲ୍ଲୀ ହାଇକୋର୍ଟରେ ଇଡି କହିଛି।...

ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା…

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ...

ତୃତୀୟ ଥର କାହିଁକି ବାରାଣସୀକୁ ବାଛିଲେ ମୋଦି, କ’ଣ ରହିଛି ଏଠି ଯାହାକୁ କେବଳ ଭାଜପା ପଢିଛି?

ବାରାଣସୀ,୧୪।୫: ସେହି କାଶୀ ଯାହା ଶାସନର ମୁଖ୍ୟ ଡୋର ପରିଣତ ହେଲା। ସେହି କାଶୀ ଯାହା ଦେଶର ରାଜନୀତିରେ ଏକ ହଟ ସିଟ ହୋଇଗଲା। ସେହି...

ନିର୍ବାଚନ ଭିତରେ ବଡ଼ ଖବର, ମୁଖ୍ୟମନ୍ତ୍ରୀ ଅସୁସ୍ଥ

ପାଟନା,୧୪।୫: ୨୦୨୪ ସାଧାରଣ ନିର୍ବାଚନ ଭିତରେ ଏକ ବଡ଼ ଖବର ଆସିଛି। ସୂଚନା ମିଳିଛି କି ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ନିର୍ବାଚନ ଭିତରେ ବିହାର ମୁଖ୍ୟମନ୍ତ୍ରୀ...

ଭାଜପା ଏକଜୁଟ ହେଉ ବା ନ ହେଉ ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୪।୫: ଅଜିତ ପାୱାର ଦଳର ନେତା ସୁନୀଲ ତଟକରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର କାର୍ଯ୍ୟକ୍ରମରେ ଦାବି କରିଛନ୍ତି ଯେ ‘ଉଦ୍ଧବ ଠାକରେ ଭାଜପାରେ ଯୋଗଦେବାକୁ...

ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ତେଲଙ୍ଗାନାରୁ ବାରାଣସୀ ଧାଇଁ ଆସିଲେ ଏହି କୋଟିପତି ପ୍ରାର୍ଥୀ: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ବାରାଣସୀ,୧୪।୫: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍‌ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri