Posted inଜାତୀୟ

ଆସୁଛି ଆଉ ଏକ ବଡ଼ ପ୍ରତିବନ୍ଧକ: ଉତ୍ତରକାଶୀରେ ବର୍ଷା ସାଙ୍ଗକୁ ତୁଷାରପାତ ସମ୍ଭାବନା, ୟେଲୋ ୱାର୍ନିଂ ଜାରି

ଉତ୍ତରକାଶୀ,୨୭ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୬ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ସମ୍ଭବ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ ରବିବାରଠାରୁ ପାହାଡ଼ ଉପରୁ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପାହାଡ଼ ଉପରୁ ଖନନ କରାଗଲେ ୪ ଦିନରେ ଶ୍ରମିକମାନଙ୍କ ପାଖରେ ପହଞ୍ଚି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ହେଲେ ଉଦ୍ଧାର କାର୍ଯ୍ୟରେ ଅନ୍ୟ ଏକ ବଡ଼ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିପାରେ। ଏହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ।

ପାଣିପାଗ ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ତୁଷାରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ ଅନୁମାନ କରାଯାଉଛି।

ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ପିଥୋରାଗଡ଼ ଏବଂ ଆଲମୋଡ଼ାର ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ସୂଚନା ଯୋଗ୍ୟ, ପୂର୍ବରୁ ଆମେରିକୀୟ ଡ୍ରିଲିଂ ମେଶିନ୍‌ରେ ଖନନ କାର୍ଯ୍ୟ ଚାଲିଥିବାବେଳେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଥିଲା। ୪୬ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଓସାରିଆ ଇସ୍ପାତ ପାଇପ୍‌ ଯାଇସାରିଥିଲା। ଆଉ ୧୦ରୁ ୧୨ ମିଟର ଖୋଳାଯାଇଥିଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତା। ହେଲେ ଖନନ ବେଳେ ଔଗର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ଭିତରେ ରହିଯିବାରୁ ଖନନ କାର୍ଯ୍ୟକୁ ବନ୍ଦ କରିବାକୁ ପଡିଥିଲା। ମାନୁଆଲ ମେଶିନ୍‌ରେ ଖୋଳିବା ସମୟସାପେକ୍ଷ ହୋଇଥିବାରୁ ଶେଷ ବିକଳ୍ପ ଭାବେ ପାହାଡ଼ ଉପରୁ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖନନ କାର୍ଯ୍ୟରେ ସହାୟତା ପାଇଁ ସେନାକୁ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

ମହିଳା ଖବରଦାତାଙ୍କୁ ଅସଦାଚରଣ କରିଥିବା ଏସିପିଙ୍କୁ ପଦୋନ୍ନତି, ଦେଶରେ ହଇଚଇ!

ନୂଆଦିଲ୍ଲୀ,୬।୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିିଇସି) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ ଗତ ଶନିବାର ନୂଆଦିଲ୍ଲୀରେ ବିକ୍ଷୋଭ ବେଳେ ଖବର ସଂଗ୍ରହ କରିବାକୁ ଯାଇଥିବା ୩ ଜଣ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?