ରାଜ୍ୟରେ ପୁଣି ୬୪୪ କରୋନା ପଜିଟିଭ୍‌ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୭୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୬ ହଜାର ୬୪୫ରେ ପହଞ୍ଚିଛି। ଗୁରୁବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୬୪ଜଣ ଥିବା ଜଣାପଡିଛି। ସେହିପରି ମୟୁରଭଞ୍ଜ ୩୬, ବରଗଡ ୧୯, ଭଦ୍ରକ ୧୧, ବାଲେଶ୍ୱର ୧୧, ଯାଜପୁର ୧୭, ରାୟଗଡାରୁ ୪, ନବରଙ୍ଗପୁର ୧୧, କେନ୍ଦ୍ରାପଡା ୨୭, କୋରାପୁଟ ୧୦, ଜଗତସିଂହପୁର ୨୬, ଢେଙ୍କାନାଳରୁ ୫, ଝାରସୁଗୁଡା ୨୧, ଅନୁଗୋଳ ୫୦, ନୂଆପଡା ୩୬, ସମ୍ବଲପୁର ୧୫, ସୁନ୍ଦରଗଡ ୬୨, ସୋନପୁର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହପରି ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩, ସୁନ୍ଦରଗଡ ୫, ପୁରୀ ୪, ଅନୁଗୋଳ ୨, ଢେଙ୍ଗାନାଳ, ମୟୁରଭଞ୍ଜ ଏବଂ କଳାହାଣ୍ଡି ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାୟା ବିସ୍ତାର କରୁଛି ଓମିକ୍ରନ୍‌, ରାଜଧାନୀରେ ୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୪ ।୧୨: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନରେ ଆଉ ୪ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ...

ବୁଧବାର ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ବୁଧବାର ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ କରାଯିବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ...

‘ଏକ୍‌ ଜେ ଚିଲୋ ଯମ’ରେ ଧର୍ମନିରପେକ୍ଷ ଭାରତର ବାର୍ତ୍ତା

ପୁରୀ ଅଫିସ,୨୪ା୨: ଧର୍ମକୁ ନେଇ ଅନେକ ରାଜନୀତି କରୁଛନ୍ତି। କୌଣସି ଧାର୍ମିକ ପ୍ରସଙ୍ଗକୁ ଇସ୍ୟୁ କରିଦେଲେ ରାଜନୀତିରେ ସଫଳତା ମିଳିଯିବ ବୋଲି ଅନେକଙ୍କ ମାନସିକତା ରହିଛି। କିନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ୍‌ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ପୂର୍ବରୁ କେନ୍ଦ୍ର ବଳକା ଚାଉଳ...

ଖବରଦାତାଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ

ବିଞ୍ଝାରପୁର,୨୧ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅନ୍ୟପକ୍ଷରେ ୨୦ ଜଣ ସହଯୋଗୀଙ୍କୁ...

ଝାଳବୁହା ଧନ ଖାଇଗଲେ…

ଶେରଗଡ଼,୧୮ା୨: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୂଷୁଣ୍ଡା ଗ୍ରାମ ନିକଟରେ ବୁଧବାର ରାତିରେ ଏକ ହାତୀପଲ ପଶି ୫୦ ଏକର ଜମିରୁ ଊର୍ଦ୍ଧ୍ୱ ପନିପରିବା ଫସଲ...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ

କଟକ ଅଫିସ,୧୫।୯: କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ...

୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆଜିଠୁ ମିଳିବ ଆଡମିଟ୍‌ କାଡର୍ର୍

କଟକ ଅଫିସ,୨।୭: ଆସନ୍ତା ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏଥିପାଇଁ ଆଡମିଟ୍‌ କାର୍ଡ ମଙ୍ଗଳବାରଠାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ୱେବସାଇଟ www.bseodisha.ac.inରେ...

Advertisement
Archives

Model This Week