Posted inଜାତୀୟ

ସୀମାରେ ଆଉ ୫୦ ହଜାର ସେନା ମୁତୟନ

ନୂଆଦିଲ୍ଲୀ, ୨୯ା୬: ଦୀର୍ଘ ୭୦ ବର୍ଷ ପରେ ଚାଇନା ପ୍ରତି ପୂର୍ବରୁ ଥିବା ପ୍ରତିରକ୍ଷା ଆଭିମୁଖ୍ୟ ବଦଳାଇଛି ଭାରତ। ଆକ୍ରୋଶ ଓ ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ଏହି ପଡ଼ୋଶୀ ଦେଶ ସହ ଆକ୍ରମଣାତ୍ମକ ବ୍ୟବହାର ପାଇଁ ଭାରତ ସେନାକୁ ବିକଳ୍ପ ଭାବେ ବାଛିଛି। ଏଣିକି ଚାଇନାର ଯେ କୌଣସି ଭାରତ ବିରୋଧୀ କାର୍ଯ୍ୟକଳାପ ରୋକିବାକୁ ଏବଂ ଆକ୍ରମଣାତ୍ମକ ଢଙ୍ଗରେ ଜବାବ ଦେବାକୁ ସୀମାରେ ସେନା ମୁତୟନ ବଢ଼ାଯାଇଛି। ନିକଟରେ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ଠାରେ ଅତିରିକ୍ତ ୫୦ ହଜାର ସେନା ମୁତୟନ କରିଛି, ଯାହା କେବଳ ଚାଇନା ସହ ବିବାଦୀୟ ସୀମା ଉପରେ ଧ୍ୟାନ ରଖିବ। ଏହାସହ ସୀମା ନିକଟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରାଯାଇଛି।
ରିପୋର୍ଟ ଅନୁସାରେ, ପୂର୍ବରୁ ପାକିସ୍ତାନ ସୀମାରେ ମୁତୟନ ଥିବା ମଥୁରାସ୍ଥିତ ଓ୍ବାନ ଷ୍ଟ୍ରାଇକ କର୍ପକୁ ଚାଇନା ସୀମା ନିକଟକୁ ପଠାଯାଇଛି। ଏଥିସହ ସେଣ୍ଟ୍ରାଲ ସେକ୍ଟରରେ କମ୍‌ ବିବାଦୀୟ ସୀମା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରୁ ନେପାଳ ନିକଟରେ ମଧ୍ୟ ଅତି କମ୍‌ରେ ଗୋଟିଏ ଡିଭିଜନ (୧୦,୦୦୦ ଯବାନ) ସେନା ମୁତୟନ କରାଯାଇଛି। ପାନାଗଡଠାରେ ଥିବା ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପ ବା ବ୍ରହ୍ମାସ୍ତ୍ର କର୍ପକୁ ସୀମାର ପୂର୍ବ କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି କର୍ପ ପ୍ରତିଆକ୍ରମଣ କରିପାରିବ। ଗତ ବର୍ଷ ଗଲଓ୍ବାନ ଉପତ୍ୟକାରେ ଚାଇନା ଓ ଭାରତୀୟ ସୈନ୍ୟ ମୁହାଁମୁହିଁ ହେବାପରଠାରୁ ଭାରତ ଏହାର ସେନା ଭିତ୍ତିଭୂମି ମଜଭୁତ କରିବା ସହ ୪୦ ପ୍ରତିଶତ ଅଧିକ ଯବାନଙ୍କୁ ମୁତୟନ କରିଛି। ଚାଇନାକୁ ଲାଗି ଥିବା ଭାରତ ସୀମାକୁ ଏବେ ପ୍ରାୟ ୨ ଲକ୍ଷ ଯବାନ ଜଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri