Posted inଜାତୀୟ

ସୀମାରେ ଆଉ ୫୦ ହଜାର ସେନା ମୁତୟନ

ନୂଆଦିଲ୍ଲୀ, ୨୯ା୬: ଦୀର୍ଘ ୭୦ ବର୍ଷ ପରେ ଚାଇନା ପ୍ରତି ପୂର୍ବରୁ ଥିବା ପ୍ରତିରକ୍ଷା ଆଭିମୁଖ୍ୟ ବଦଳାଇଛି ଭାରତ। ଆକ୍ରୋଶ ଓ ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ଏହି ପଡ଼ୋଶୀ ଦେଶ ସହ ଆକ୍ରମଣାତ୍ମକ ବ୍ୟବହାର ପାଇଁ ଭାରତ ସେନାକୁ ବିକଳ୍ପ ଭାବେ ବାଛିଛି। ଏଣିକି ଚାଇନାର ଯେ କୌଣସି ଭାରତ ବିରୋଧୀ କାର୍ଯ୍ୟକଳାପ ରୋକିବାକୁ ଏବଂ ଆକ୍ରମଣାତ୍ମକ ଢଙ୍ଗରେ ଜବାବ ଦେବାକୁ ସୀମାରେ ସେନା ମୁତୟନ ବଢ଼ାଯାଇଛି। ନିକଟରେ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ଠାରେ ଅତିରିକ୍ତ ୫୦ ହଜାର ସେନା ମୁତୟନ କରିଛି, ଯାହା କେବଳ ଚାଇନା ସହ ବିବାଦୀୟ ସୀମା ଉପରେ ଧ୍ୟାନ ରଖିବ। ଏହାସହ ସୀମା ନିକଟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରାଯାଇଛି।
ରିପୋର୍ଟ ଅନୁସାରେ, ପୂର୍ବରୁ ପାକିସ୍ତାନ ସୀମାରେ ମୁତୟନ ଥିବା ମଥୁରାସ୍ଥିତ ଓ୍ବାନ ଷ୍ଟ୍ରାଇକ କର୍ପକୁ ଚାଇନା ସୀମା ନିକଟକୁ ପଠାଯାଇଛି। ଏଥିସହ ସେଣ୍ଟ୍ରାଲ ସେକ୍ଟରରେ କମ୍‌ ବିବାଦୀୟ ସୀମା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରୁ ନେପାଳ ନିକଟରେ ମଧ୍ୟ ଅତି କମ୍‌ରେ ଗୋଟିଏ ଡିଭିଜନ (୧୦,୦୦୦ ଯବାନ) ସେନା ମୁତୟନ କରାଯାଇଛି। ପାନାଗଡଠାରେ ଥିବା ମାଉଣ୍ଟେନ ଷ୍ଟ୍ରାଇକ୍‌ କର୍ପ ବା ବ୍ରହ୍ମାସ୍ତ୍ର କର୍ପକୁ ସୀମାର ପୂର୍ବ କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକ ପଡ଼ିଲେ ଏହି କର୍ପ ପ୍ରତିଆକ୍ରମଣ କରିପାରିବ। ଗତ ବର୍ଷ ଗଲଓ୍ବାନ ଉପତ୍ୟକାରେ ଚାଇନା ଓ ଭାରତୀୟ ସୈନ୍ୟ ମୁହାଁମୁହିଁ ହେବାପରଠାରୁ ଭାରତ ଏହାର ସେନା ଭିତ୍ତିଭୂମି ମଜଭୁତ କରିବା ସହ ୪୦ ପ୍ରତିଶତ ଅଧିକ ଯବାନଙ୍କୁ ମୁତୟନ କରିଛି। ଚାଇନାକୁ ଲାଗି ଥିବା ଭାରତ ସୀମାକୁ ଏବେ ପ୍ରାୟ ୨ ଲକ୍ଷ ଯବାନ ଜଗି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନିୟମ ନ ମାନିଲେ ରାଜ୍ୟରେ ଲାଗୁ ହେବ ଲକ୍‌ଡାଉନ୍‌: ଠାକରେ

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ପୁଣିଥରେ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହାପରେ ରାଜ୍ୟ ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ମହାରାଷ୍ଟ୍ରର ଉଦ୍ଧବ...

୪ ଜେସିବି ଜଳାଇଲେ ମାଓବାଦୀ

ପାଟନା,୨।୫: ବିହାର ଗୟା ଜିଲାରେ ଗୁରୁବାର ମାଓବାଦୀମାନେ ୪ଟି ଜେସିବି ଗାଡ଼ିରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ ବାରାଛତିଠାରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର

ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ...

ଭାବନାକୁ ବୁଝିବା ଜରୁରୀ,ମହୁଆଙ୍କୁ ମମତାଙ୍କ ପରାମର୍ଶ…

କୋଲକାତା, ୭।୭ : କାଳୀ ଫିଲ୍ମ ପୋଷ୍ଟର ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀ ସଦସ୍ୟା ମହୁଆ ମୋଇତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଭାବନାକୁ...

୧୦୦ ସରକାରୀ ଅଫିସରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୨୦।୩: ସିବିଆଇ ଶୁକ୍ରବାର ୧୫ ରାଜ୍ୟରେ ଥିବା ପାଖାପାଖି କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଅଚାନକ ଚଢ଼ାଉ କରିଛି। ଏହିସବୁ ଅଫିସ୍‌ରେ ଦୁର୍ନୀତି ସମ୍ଭାବନା ରହିଥିବା ଜଣେ...

ବିଦ୍ୟୁତ୍‌ ବିଲ୍‌ ଦେଖି ଅସୁସ୍ଥ ହୋଇପଡ଼ିଲେ ବ୍ୟକ୍ତି, ହସ୍ପିଟାଲରେ ଭର୍ତ୍ତି

ଭୋପାଳ,୨୭।୭: ମଧ୍ୟପ୍ରଦେଶରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୩,୪୧୯ କୋଟି ଟଙ୍କାର ବିଦ୍ୟୁତ୍‌...

ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…

ନୂଆଦିଲ୍ଲୀ, ୨୮।୫ : ଦେଶର ୮୮ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ...

‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’

ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...

Advertisement
Archives

Model This Week