ବାଳସୁଧାର ଗୃହରେ ପୁଣି ୫ ଅନ୍ତେବାସୀ କରୋନା ପଜିଟିଭ୍‌

ବ୍ରହ୍ମପୁର,୩ା୮: ବ୍ରହ୍ମପୁର ମଣ୍ଡଳକାରାଗାର ପରେ ଏବେ ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ (ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ)ରେ ଗତ ୧ ତାରିଖରେ ୪୫ ଜଣ ଅନ୍ତେବାସୀଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିବା ବେଳେ ସୋମବାର ପୁଣି ୫ ଅନ୍ତେବାସୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ସୁବୋଧ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବାଳସୁଧାର ଗୃହରେ ଥିବା ୫୦ ଜଣ ଅନ୍ତେବାସୀ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇସାରିଲେଣି ବୋଲି ସେ କହିଛନ୍ତି। ସମସ୍ତ ଅନ୍ତେବାସୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ସୂଚନା ମିଳିଛି। ଘଟଣା ପରେ ଡିସିପିଓ ଷଡ଼ଙ୍ଗୀ ବାଳ ସୁଧାର ଗୃହର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଜଣେ ଡାକ୍ତରଙ୍କୁ ଡେପୁଟେଶନରେ ବାଳସୁଧାର ଗୃହକୁ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତ ହୋଇଥିବା ଅନ୍ତେବାସୀଙ୍କୁ ୫ ଦିନ ପାଇଁ ଔଷଧ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ନେଇ ଡିସିପିଓ ସୂଚନା ଦେଇଛନ୍ତି। ଅନ୍ୟପଟେ ଉକ୍ତ ସୁଧାର ଗୃହର କିଛି କର୍ମଚାରୀଙ୍କୁ ଜ୍ୱର,ଥଣ୍ଡା ହୋଇଥିବା ଜଣାପଡ଼ିଛି। ତେଣୁ ଖୁବ୍‌ଶୀଘ୍ର ସମସ୍ତ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି। ସେହିପରି ଉକ୍ତ କର୍ମଚାରୀଙ୍କ ବଦଳରେ ଆବଶ୍ୟକ କର୍ମଚାରୀ ଯୋଗାଇବା ପାଇଁ ସୁଧାର ଗୃହ ଅଧୀକ୍ଷକ ପି.କେ.ହାରା ବ୍ରହ୍ମପୁର ଏସ୍‌ପି ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୁଟେରା ଗ୍ୟାଙ୍ଗ ଠାବ: ୪ ଗିରଫ

ଭଦ୍ରକ ଅଫିସ, ୨୪।୪: ଭଦ୍ରକ ଆରଡ଼ି ଛକରେ ଘର ଭଡ଼ା ନେଇ ରହୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଶନିବାର ଗ୍ରାମାଞ୍ଚଳ ପୋଲିସ ଠାବ କରିଛି। ଗ୍ୟାଙ୍ଗର ୩...

ଗଳିଆ ନଦୀରେ ବିପଦପୂର୍ଣ୍ଣ ଡଙ୍ଗାଯାତ୍ରା

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତିଘର ପଞ୍ଚାୟତକୁ ସ୍ଥଳପଥରେ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। ଫଳରେ ସ୍ଥାନୀୟ ଲୋକେ...

ପାଇଖାନା ଭୁଶୁଡ଼ି ଚାଲିଗଲା ନାବାଳକଙ୍କ ଜୀବନ

କୋରାପୁଟ,୨୦।୮(ସ୍ବ.ପ୍ର.): ପାଇଖାନା ଭୁଶୁଡ଼ି ଚାଲିଗଲା ନାବାଳକଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ସହର ଉପକଣ୍ଠ ଗାନ୍ଧୀନଗର ସ୍ଥିତ ନୂଆସାହିରେ। ସାହିର...

ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଟିକିରି,୩ା୧୧(ଡି.ଏନ୍‌.ଏ.): ଗର୍ଭବତୀ ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ସେହି ଯୋଜନାରୁ ମଧ୍ୟ କିଛି ଗର୍ଭବତୀ ବଞ୍ଚିତ ହେଉଥିବା ବେଳେ ଆଉ କିଛି...

୬୦ରୁ ଅଧିକ ବେଗରେ ବାଇକ୍‌ ଚଳାଇଲେ ଲାଗିବ ଫାଇନ୍‌

ବାରିପଦା ଅଫିସ,୧୫ା୭: ଜନସାଧାରଣଙ୍କ ସୁରକ୍ଷା ଲାଗି ମୟୂରଭଞ୍ଜ ଜିଲାରେ ଦ୍ରୁତ ଗାଡ଼ି ଚଳାଚଳ ଉପରେ ଜିଲାପାଳ ବିନୀତ ଭରଦ୍ୱାଜ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର...

କୁକୁଡ଼ା ଚୋରି ଘଟଣାକୁ ନେଇ ହତ୍ୟା ମାମଲାର ରାୟ : ଅଭିଯୁକ୍ତ ଯୁବକଙ୍କୁ ଆଜୀବନ କାରାଦଣ୍ଡ

ରାଉରକେଲା ଅଫିସ, ୧୨।୧୨- ସୁନ୍ଦରଗଡ଼ ଜିଲା ଛେଣ୍ଡ ଥାନା ଅନ୍ତର୍ଗତ ହଠାତ ବସ୍ତିରେ ଏକ କୁକୁଡ଼ା ଚୋରି ଘଟଣାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ...

୬ ଜିଲା ପରିଷଦ ଜୋନ୍‌ରେ ଭାଜପା-ବିଜେଡି ଲଢ଼େଇ

ବ୍ରହ୍ମପୁର ଅଫିସ,୧୪ା୨: ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାତ୍ରପୁର ଓ ଚିକିଟି ବ୍ଲକ। ଏହି ୨ ବ୍ଲକରେ ୬ ଜିଲା ପରିଷଦ...

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ...

Advertisement
Archives

Model This Week