ଅନ୍ବେଷାରେ ସାମିଲ ହେବେ ଆଉ ୧୫୦୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୩୧।୫(ବ୍ୟୁରୋ): ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ପାଠ୍ୟକ୍ରମରେ ଏସ୍‌ସି ଏବଂ ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ସହରାଞ୍ଚଳର ବିଭିନ୍ନ ଇଂଲିଶ ମାଧ୍ୟମ ପବ୍ଲିକ ସ୍କୁଲରେ ନାମ ଲେଖାଇ ଇଂଲିଶ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୫-୧୬ରୁ ଅନ୍ବେଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏଭଳି ୮୦ଟି ହଷ୍ଟେଲ ଥିବାବେଳେ ଏଥିରେ ପ୍ରାୟ ୨୨ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ଆଉ ୧୫୦୦ ଛାତ୍ରୀଛାତ୍ର ଅନ୍ବେଷା ଯୋଜନାରେ ସାମିଲ ହେବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗର ଗତ ୪ ବର୍ଷର ଲକ୍ଷ୍ୟ ଓ ସଫଳତା ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନରେ ଖବରଦାତାମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପାଖାପାଖି ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ବିଭାଗ ଅଧୀନ ୧୭୩୫ଟି ବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ବିଭାଗରେ ହାଇସ୍କୁଲ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି। ସେହିପରି ଅନୁସୂଚିତ ଜନଜାତି ଓ ଜାତି ପିଲାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ୬୨ଟି ଉତ୍ସର୍ଗୀକୃତ ଉଚ୍ଚମାଧ୍ୟମିକ ସ୍କୁଲ ଖୋଲାଯାଇଛି। ପିଭିଟିଜି ସମ୍ପ୍ରଦାୟ ଥିବା ୧୭ଟି କ୍ଷୁଦ୍ର ପ୍ରକଳ୍ପ ଅଞ୍ଚଳରେ ୨୦୦୭-୦୮ରୁ ପ୍ରଥମରୁ ଦଶମ ୧୭ଟି ଉତ୍ସର୍ଗୀକୃତ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି। ଆଦିବାସୀ ଉପଯୋଜନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ସିବିଏସ୍‌ଇ ପାଠ୍ୟକ୍ରମରେ ଆବାସିକ ଇଂଲିଶି ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୯ରୁ ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି। ସିବିଏସ୍‌ଇ ପାଠ୍ୟକ୍ରମରେ ଆବାସିକ ଇଂଲିଶ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ରହ୍ମପୁରରେ ୨୦୧୮-୧୯ରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବିଶେଷକରି ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଡ୍ରପ୍‌ଆଉଟ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ କେବିକେ ହଷ୍ଟେଲ ଏବଂ ୧୮୮ଟି ସ୍ବତନ୍ତ୍ର ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଛି। ବିଭାଗ ଅଧୀନରେ ଆସୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପାଠ୍ୟପୁସ୍ତକ, ୟୁନିଫର୍ମ ଓ ଭୋଜନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଶ୍ରେଣୀ ସହ ବିଭାଗ ଅଧୀନରେ ଥିବା ସମସ୍ତ ହାଇସ୍କୁଲକୁ ସ୍ମାର୍ଟ କ୍ଲାସ୍‌ରୁମ ଓ ସମସ୍ତ ୫-ଟି ସୁବିଧା ଯୋଗାଇ ଦେବାକୁ ଯାଉଛି ବୋଲି ସେ ପ୍ରକାଶ କରିଥିଲେ। ୨୦୨୩-୨୪ବର୍ଷ ପାଇଁ ୨୩ଟି ସ୍ବତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୨.୩ କୋଟି ଟଙ୍କା ବଜେଟ କରାଯାଇଛି। ଏହା ଦ୍ୱାରା ଓଡ଼ିଶାରେ ରହୁଥିବା ୬୨ଟି ଆଦିବାସୀ ସମ୍ପ୍ରଦାୟର ତଥା ୧୩ଟି ଅତି ସମ୍ବେଦନଶୀଳ ଜନଜାତିଙ୍କ ଜୀବନରେ ପରିବର୍ତ୍ତନ କରିବାରେ ବିଭାଗ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି।
ମୋ ଜଙ୍ଗଲ ଜମି ଯୋଜନା ବା ଜଙ୍ଗଲ ଜମି ଅଧିକାର ସ୍ବୀକୃତି ପ୍ରକ୍ରିୟାକୁ ସଂଶୋଧନ କରି ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଉଛି। ବିଭାଗୀୟ ଶାସନ ସଚିବ ରୂପା ରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ବିଭାଗର ସଫଳତା ଓ ବିଭିନ୍ନ ଯୋଜନାର ରୂପାୟନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ।
ଖବରଦାତା ସମ୍ମିଳନୀରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?