ଅନ୍ବେଷାରେ ସାମିଲ ହେବେ ଆଉ ୧୫୦୦ ଛାତ୍ରୀଛାତ୍ର

ଭୁବନେଶ୍ୱର,୩୧।୫(ବ୍ୟୁରୋ): ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ପାଠ୍ୟକ୍ରମରେ ଏସ୍‌ସି ଏବଂ ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ସହରାଞ୍ଚଳର ବିଭିନ୍ନ ଇଂଲିଶ ମାଧ୍ୟମ ପବ୍ଲିକ ସ୍କୁଲରେ ନାମ ଲେଖାଇ ଇଂଲିଶ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୫-୧୬ରୁ ଅନ୍ବେଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏଭଳି ୮୦ଟି ହଷ୍ଟେଲ ଥିବାବେଳେ ଏଥିରେ ପ୍ରାୟ ୨୨ ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ଆଉ ୧୫୦୦ ଛାତ୍ରୀଛାତ୍ର ଅନ୍ବେଷା ଯୋଜନାରେ ସାମିଲ ହେବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗର ଗତ ୪ ବର୍ଷର ଲକ୍ଷ୍ୟ ଓ ସଫଳତା ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନରେ ଖବରଦାତାମାନଙ୍କୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପାଖାପାଖି ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ବିଭାଗ ଅଧୀନ ୧୭୩୫ଟି ବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି। ଗତ ୨୦ ବର୍ଷ ମଧ୍ୟରେ ବିଭାଗରେ ହାଇସ୍କୁଲ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି। ସେହିପରି ଅନୁସୂଚିତ ଜନଜାତି ଓ ଜାତି ପିଲାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ୬୨ଟି ଉତ୍ସର୍ଗୀକୃତ ଉଚ୍ଚମାଧ୍ୟମିକ ସ୍କୁଲ ଖୋଲାଯାଇଛି। ପିଭିଟିଜି ସମ୍ପ୍ରଦାୟ ଥିବା ୧୭ଟି କ୍ଷୁଦ୍ର ପ୍ରକଳ୍ପ ଅଞ୍ଚଳରେ ୨୦୦୭-୦୮ରୁ ପ୍ରଥମରୁ ଦଶମ ୧୭ଟି ଉତ୍ସର୍ଗୀକୃତ ଶିକ୍ଷାନୁଷ୍ଠାନ କାର୍ଯ୍ୟ କରୁଛି। ଆଦିବାସୀ ଉପଯୋଜନା ଅଞ୍ଚଳରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ସିବିଏସ୍‌ଇ ପାଠ୍ୟକ୍ରମରେ ଆବାସିକ ଇଂଲିଶି ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ୨୦୧୯ରୁ ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି। ସିବିଏସ୍‌ଇ ପାଠ୍ୟକ୍ରମରେ ଆବାସିକ ଇଂଲିଶ ମାଧ୍ୟମ ଶିକ୍ଷା ପ୍ରଦାନ କରିବା ପାଇଁ ବ୍ରହ୍ମପୁରରେ ୨୦୧୮-୧୯ରେ ଗୋଟିଏ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବିଶେଷକରି ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ଡ୍ରପ୍‌ଆଉଟ ହ୍ରାସ କରିବା ପାଇଁ ବିଭାଗ ପକ୍ଷରୁ କେବିକେ ହଷ୍ଟେଲ ଏବଂ ୧୮୮ଟି ସ୍ବତନ୍ତ୍ର ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କରାଯାଇଛି। ବିଭାଗ ଅଧୀନରେ ଆସୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମାଗଣାରେ ପାଠ୍ୟପୁସ୍ତକ, ୟୁନିଫର୍ମ ଓ ଭୋଜନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଶ୍ରେଣୀ ସହ ବିଭାଗ ଅଧୀନରେ ଥିବା ସମସ୍ତ ହାଇସ୍କୁଲକୁ ସ୍ମାର୍ଟ କ୍ଲାସ୍‌ରୁମ ଓ ସମସ୍ତ ୫-ଟି ସୁବିଧା ଯୋଗାଇ ଦେବାକୁ ଯାଉଛି ବୋଲି ସେ ପ୍ରକାଶ କରିଥିଲେ। ୨୦୨୩-୨୪ବର୍ଷ ପାଇଁ ୨୩ଟି ସ୍ବତନ୍ତ୍ର ବିକାଶ ପରିଷଦ ନିମନ୍ତେ ୨୨୨.୩ କୋଟି ଟଙ୍କା ବଜେଟ କରାଯାଇଛି। ଏହା ଦ୍ୱାରା ଓଡ଼ିଶାରେ ରହୁଥିବା ୬୨ଟି ଆଦିବାସୀ ସମ୍ପ୍ରଦାୟର ତଥା ୧୩ଟି ଅତି ସମ୍ବେଦନଶୀଳ ଜନଜାତିଙ୍କ ଜୀବନରେ ପରିବର୍ତ୍ତନ କରିବାରେ ବିଭାଗ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି।
ମୋ ଜଙ୍ଗଲ ଜମି ଯୋଜନା ବା ଜଙ୍ଗଲ ଜମି ଅଧିକାର ସ୍ବୀକୃତି ପ୍ରକ୍ରିୟାକୁ ସଂଶୋଧନ କରି ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ଅଧିକାରକୁ ସୁନିଶ୍ଚିତ କରାଯାଉଛି। ବିଭାଗୀୟ ଶାସନ ସଚିବ ରୂପା ରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ବିଭାଗର ସଫଳତା ଓ ବିଭିନ୍ନ ଯୋଜନାର ରୂପାୟନ ନେଇ ତଥ୍ୟ ଉପସ୍ଥାପନ କରିଥିଲେ।
ଖବରଦାତା ସମ୍ମିଳନୀରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଗବେଷଣା ଏବଂ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri