Posted inଜାତୀୟ

ନିୟମରେ ବଡ଼ ପରିବର୍ତ୍ତନ! ମାତ୍ର ୧୫୦୦ ଟଙ୍କାରେ ମିଳିବ ବାର୍ଷିକ FASTag ପାସ୍‌, ଜାଣଣନ୍ତୁ କିପରି

ନୂଆଦିଲ୍ଲୀ,୨୮।୧୦(ପି.ଟି.): ଜାତୀୟ ରାଜପଥ (ଏନ୍‌ଏଚ୍‌) ଟୋଲ୍‌ ପ୍ଲାଜାର ୨୦ କିଲୋମିଟର ପରିସର ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ନୂଆ ବାର୍ଷିକ ରିହାତି ଫାସ୍‌ଟାଗ୍‌ ପାସ୍‌ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସଡ଼କ ପରିବହନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ରାଜପଥ ଆଇନ-୧୯୫୬ ର ‘ନ୍ୟାଶନାଲ ହାଇୱେ ଫି (ଫି ନିର୍ଦ୍ଧାରଣ ଓ ଆଦାୟ) (ପଞ୍ଚମ ସଂଶୋଧନ) ନିୟମାବଳୀ, ୨୦୨୬’ ଅଧୀନରେ ଏହି ନୂତନ ନିୟମ ଲାଗୁ କରାଯାଇଛି। ତଦନୁଯାୟୀ, ମ୍ୟୁନିସିପାଲିଟି କିମ୍ବା ସ୍ଥାନୀୟ ପୌର ଅଞ୍ଚଳ ସୀମା ବାହାରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକ ପାଇଁ ବାର୍ଷିକ ପାସ୍‌ ଫି ୧,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ପୌରାଞ୍ଚଳ ସୀମା ମଧ୍ୟରେ ଥିବା ଟୋଲ୍‌ ପ୍ଲାଜା ପାଇଁ ଏହି ବାର୍ଷିକ ଫି’ ୩,୦୦୦ ଟଙ୍କା ରହିବ। ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମାସିକ ୩୬୦ ଟଙ୍କାର ପାସ୍‌ ମିଳୁଛି, ଯାହା ବାର୍ଷିକ ହିସାବରେ ୪,୩୨୦ ଟଙ୍କା ହେଉଛି। ନୂତନ ବାର୍ଷିକ ପାସ୍‌ ଦ୍ୱାରା ଟୋଲ୍‌ ପ୍ଲାଜା ନିକଟ ଯାତ୍ରୀଙ୍କର ଯଥେଷ୍ଟ ଅର୍ଥ ସଞ୍ଚୟ ହେବ।

ତେବେ ୨୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ଅଞ୍ଚଳରେ ରହୁଥିବା ଏବଂ ବୈଧ ଫାସ୍‌ଟ୍ୟାଗ୍‌ ଥିବା ଅଣବ୍ୟବସାୟିକ ଚାରିଚକିଆ ଯାନବାହନ ମାଲିକମାନେ ଏହି ସୁବିଧା ପାଇପାରିବେ। ଏହି ପାସ୍‌ କେବଳ ନିର୍ଦ୍ଦିଷ୍ଟ ଗୋଟିଏ ଟୋଲ୍‌ ପ୍ଲାଜା ପାଇଁ କାର୍ଯ୍ୟକାରୀ ହେବ ଏବଂ ଅନ୍ୟ କୌଣସି ଟୋଲ୍‌ ପ୍ଲାଜାକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ‘କ୍ଲୋଜଡ୍‌ ୟୁଜର୍‌ ଫି କଲେକ୍ସନ ସିଷ୍ଟମ’ରେ ଚାଲୁଥିବା ଜାତୀୟ ରାଜପଥ କିମ୍ବା ଏକ୍ସପ୍ରେସ୍‌ୱେରେ ଏହି ସ୍ଥାନୀୟ ରିହାତି ପାସ୍‌ ମିଳିବ ନାହିଁ।

ସେହିପରି ଯେଉଁ ସ୍ଥାନଗୁଡ଼ିକରେ ଗମନାଗମନ ପାଇଁ ପୃଥକ୍‌ ସର୍ଭିସ ରୋଡ୍‌ କିମ୍ବା ବିକଳ୍ପ ରାସ୍ତା ଉପଲବ୍ଧ ରହିଛି, ସେଠାରେ ମଧ୍ୟ ଏହି ପାସ୍‌ ଜାରି କରାଯିବ ନାହିଁ। ସାରା ଦେଶରେ ୧୩ କୋଟିରୁ ଅଧିକ ଫାସ୍‌ଟାଗ୍‌ ଜାରି କରାଯାଇଥିବାବେଳେ ଟୋଲ୍‌ ପ୍ଲାଜା ନିକଟସ୍ଥ ବାସିନ୍ଦାଙ୍କ ପାଇଁ ଯାତାୟାତକୁ ଅଧିକ ସୁଲଭ ଓ ସହଜ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୬ ବଲ୍‌ରେ ଭାଙ୍ଗିଲା ୩ ବଡ଼ ରେକର୍ଡ: ଅଭିଷେକ-ବୈଭବଙ୍କ ଝଡ଼ରେ…

ୱେଲିଂଟନ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତକୁ ଚକିତ କରିଦେଇଛି।…

ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷା, ଉଜୁଡିଲା ପରିବା ଚାଷ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ଏହି ଲଗାଣ ବର୍ଷା…

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଗିରଫ: ପୋଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା

ରିଷିଡ଼ା, ୨୮।୧୦ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମ. ରାମପୁର ଥାନା ଅଞ୍ଚଳର ବଡ଼ ଡୁଙ୍ଗୁରିଗୁଡ଼ାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ତେଲ ବଜାରରେ ହଲଚଲ: ଦୀପାବଳି ପୂର୍ବରୁ ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର?

ନୂଆଦିଲ୍‌ଲୀ,୨୮।୧୦: ଦୀପାବଳି ପର୍ୱ ପାଖେଇ ଆସୁଛି ଏବଂ ଘରେ ଘରେ ପିଠାପଣା, ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ମିଠା କିଣିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।…

ଏଚ୍‌ଆଇଭି ବିରୋଧରେ ବୈଜ୍ଞାନିକଙ୍କ ବଡ଼ ସଫଳତା! ମାଙ୍କଡ଼ ଉପରେ ଚମକପ୍ରଦ ପରୀକ୍ଷା

ଓ୍ବାଂଶିଟନ୍‌, ୨୮।୧୦: ଏଡ୍‌ସ (ଏଚ୍‌ଆଇଭି) ସୃଷ୍ଟିକାରୀ ଭୂତାଣୁ ଶରୀରରେ ଲୁଚି ରହିବାର କ୍ଷମତା ରଖିଥାଏ। ଔଷଧ ଖାଇବା ବନ୍ଦ କରିଦେଲେ ଏହି ଲୁକ୍କାୟିତ ଭୂତାଣୁ ପୁନର୍ବାର ସକ୍ରିୟ…

ନଭେମ୍ୱର ପହିଲାରୁ ଚମକିବ ଭାଗ୍ୟ: ମହାଲକ୍ଷ୍ମୀ ରାଜଯୋଗରେ ମାଲାମାଲ୍‌ ହେବେ ୪ ରାଶି! ଘରକୁ ଆସିବ ଖୁସି ଖବର

କର୍କଟ ରାଶିରେ ମଙ୍ଗଳ ପୂର୍ୱରୁ ବିଦ୍ୟମାନ ଅଛନ୍ତି। କର୍କଟ ରାଶିରେ ଚନ୍ଦ୍ରଙ୍କ ପ୍ରବେଶ ହେତୁ ଉଭୟ ଗ୍ରହଙ୍କର ଯୁତି ସୃଷ୍ଟି ହେବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଢିଯିବ LPG ଦର! ଏମାନଙ୍କୁ ଆଉ ମିଳିବନି ସିଲିଣ୍ଡର

ନୂଆଦିଲ୍‌ଲୀ,୨୮।୧୦: ଯଦି ଆପଣଙ୍କ ଘରେ ଏଲପିଜି (LPG) ସିଲିଣ୍ଡର ବ୍ୟବହାର ହୁଏ କିମ୍ୱା ଆପଣଙ୍କ ପାଖରେ ପିଏନଜି (PNG) ର ସଂଯୋଗ ଅଛି, ତେବେ ଏହି ଖବର…

ଅଭିଷେକଙ୍କ ‘ଝଡ଼’ ଦେଖି କଡ଼ା ବାର୍ତ୍ତା ଦେଲେ ଗୌତମ ଗମ୍ଭୀର: ମାତ୍ର ୨ଟି ଶବ୍ଦରେ କହିଲେ…

ନୂଆଦିଲ୍ଲୀ,୨୯।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ର ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?