ତେଲ ବଜାରରେ ହଲଚଲ: ଦୀପାବଳି ପୂର୍ବରୁ ଶସ୍ତା ହେଲା ଗ୍ୟାସ୍‌ ସିଲିଣ୍ଡର?

ନୂଆଦିଲ୍‌ଲୀ,୨୮।୧୦: ଦୀପାବଳି ପର୍ୱ ପାଖେଇ ଆସୁଛି ଏବଂ ଘରେ ଘରେ ପିଠାପଣା, ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ମିଠା କିଣିବା ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ଯଦି ଆପଣ ମଧ୍ୟ ପର୍ୱପର୍ୱାଣି ପାଇଁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ଆଜିର ଦର ଜାଣିନିଅନ୍ତୁ। ଆଶ୍ୱସ୍ତିର କଥା ହେଉଛି ଦିଲ୍ଲୀରେ ଘରୋଇ ଏଲପିଜି (LPG) ସିଲିଣ୍ଡର ଦର ବର୍ତ୍ତମାନ ସ୍ଥିର ରହିଛି। ଅବଶ୍ୟ, ବ୍ୟବସାୟିକ (କମର୍ସିଆଲ) ଗ୍ୟାସ ସିଲିଣ୍ଡର ମହଙ୍ଗା ହେବା ଯୋଗୁଁ ପାର୍ୱଣ ସମୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମିଠା ଦୋକାନଗୁଡ଼ିକର ଖର୍ଚ୍ଚ ବଢ଼ିପାରେ।

ବୁଧବାର, ୨୮ ଅକ୍ଟୋବର ୨୦୨୬ ରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କା ରହିଛି। ସେହିପରି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ପାଇଁ ୨,୮୧୦ ଟଙ୍କା ଦେବାକୁ ପଡ଼ୁଛି। ଅକ୍ଟୋବର ୧ ତାରିଖରେ କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ୬୨.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ୧୪.୨ କିଲୋର LPG ସିଲିଣ୍ଡର ଦର ଦିଲ୍ଲୀରେ ବର୍ତ୍ତମାନ ବଦଳି ନାହିଁ। ଅର୍ଥାତ୍ ଆପଣ ଯଦି ଦୀପାବଳିରେ ଘରେ ମିଠା, ପିଠାପଣା କିମ୍ୱା ଅନ୍ୟାନ୍ୟ ସୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି, ତେବେ ଆପଣଙ୍କୁ ସିଲିଣ୍ଡର ପାଇଁ ପୂର୍ୱ ମାସର ଦର ହିଁ ଦେବାକୁ ପଡ଼ିବ।

ଦୀପାବଳି ସମୟରେ ମିଠା ଦୋକାନ, କାରିଗର, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ କାମ ବହୁତ ବଢ଼ିଯାଏ। ଏହି ସମୟରେ କମର୍ସିଆଲ LPG ସିଲିଣ୍ଡରର ଚାହିଦା ମଧ୍ୟ ବୃଦ୍ଧି ପାଏ। ଏଭଳି ପରିସ୍ଥିତିରେ ଗ୍ୟାସ ଦର ବୃଦ୍ଧି ବ୍ୟବସାୟୀଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ପ୍ରଭାବ ପକାଇଥାଏ। ଦିଲ୍ଲୀରେ ୧୯ କିଲୋ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦର ଅକ୍ଟୋବର ଆରମ୍ଭରେ ୬୨.୫୦ ଟଙ୍କା ବୃଦ୍ଧି ପାଇ ୨,୮୧୦ ଟଙ୍କା ହୋଇଥିଲା। ସେହିପରି କୋଲକାତାରେ ଏହାର ଦର ୨,୯୫୪ ଟଙ୍କା ଏବଂ ପାଟନାରେ ୩,୧୦୦.୫୦ ଟଙ୍କା ରହିଛି।

ଏହାର ଅର୍ଥ ଏହା ନୁହେଁ ଯେ ମିଠା କିମ୍ୱା ଖାଦ୍ୟ ସାମଗ୍ରୀର ଦର ତୁରନ୍ତ ବଢ଼ିଯିବ। ଦରଦାମ ଉପରେ କଞ୍ଚାମାଲ, କ୍ଷୀର, ଚିନି, ତେଲ, ମଜୁରି ଏବଂ ଦୋକାନୀମାନଙ୍କ ଅନ୍ୟାନ୍ୟ ଖର୍ଚ୍ଚର ମଧ୍ୟ ପ୍ରଭାବ ପଡ଼ିଥାଏ। କିନ୍ତୁ ଗ୍ୟାସ ମହଙ୍ଗା ହେବା ଯୋଗୁଁ ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ନିଶ୍ଚୟ ସୃଷ୍ଟି ହୋଇପାରେ।

ତୈଳ କମ୍ପାନୀଗୁଡ଼ିକ ସାଧାରଣତଃ ପ୍ରତି ମାସର ପହିଲା (୧ ତାରିଖ)ରେ LPG ସିଲିଣ୍ଡର ମୂଲ୍ୟର ସମୀକ୍ଷା କରିଥାନ୍ତି। ଘରୋଇ ଏବଂ ବାଣିଜ୍ୟିକ ସିଲିଣ୍ଡରର ଦର ଭିନ୍ନ ଭିନ୍ନ ଭାବରେ ର୍ନିଦ୍ଧାରଣ କରାଯାଏ। ତେଣୁ କମର୍ସିଆଲ ସିଲିଣ୍ଡର ମହଙ୍ଗା ହେବାର ଅର୍ଥ ଏହା ନୁହେଁ ଯେ ସେହି ସମୟରେ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅର୍ଣ୍ଣବର ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ସହ ଅନେକ ସ୍ଥାନରେ ଭାଙ୍ଗିଲା ଗଛ

ଛତ୍ରପୁର,୨୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ…

ଦାରିଙ୍ଗବାଡ଼ିରେ ତୁହାକୁ ତୁହା ବର୍ଷା: ବଜାରଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି, ୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପବନ ସାଙ୍ଗକୁ…

ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା…

WPL 2027 ନିଲାମରେ ସବୁଠାରୁ ମହଙ୍ଗା ହୋଇପାରନ୍ତି ଏହି ୩ ଖେଳାଳି; ଭାଙ୍ଗିବ ସମସ୍ତ ରେକର୍ଡ

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL 2027) ନିଲାମ ଆଜି, ଅକ୍ଟୋବର ୨୮ରେ କୋଚି ଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମ ପାଇଁ ମୋଟ ୧୪୬ ଜଣ…

ଉଜ୍ଜଳା ଯୋଜନା ଧାରକଙ୍କ ପାଇଁ ବଡ଼ ଖବର, ମୃତ୍ୟୁ ପରେ ପରିବାରକୁ ମିଳିବ…

ନୂଆଦିଲ୍ଲୀ,୨୮।୧୦:ଉଜ୍ଜ୍ୱଳା ଯୋଜନା ଅଧୀନରେ କନେକ୍ସନ ଧାରକଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଗ୍ୟାସ କନେକ୍ସନକୁ ପରିବାରର ଯୋଗ୍ୟ ସଦସ୍ୟଙ୍କ…

ନୀଳିଗିରି ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ; ଜଣେ ମୃତ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜେନା

ନୀଳଗିରି,୨୮।୧୦(ପ୍ରଶାନ୍ତ କୁମାର ବିଶ୍ବାଳ): ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ…

ମାତ୍ର ୩୬ ବଲ୍‌ରେ ଭାଙ୍ଗିଲା ୩ ବଡ଼ ରେକର୍ଡ: ଅଭିଷେକ-ବୈଭବଙ୍କ ଝଡ଼ରେ…

ୱେଲିଂଟନ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତକୁ ଚକିତ କରିଦେଇଛି।…

ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷା, ଉଜୁଡିଲା ପରିବା ଚାଷ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ଏହି ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?