ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଗିରଫ: ପୋଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା

ରିଷିଡ଼ା, ୨୮।୧୦ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା  କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମ. ରାମପୁର ଥାନା ଅଞ୍ଚଳର ବଡ଼ ଡୁଙ୍ଗୁରିଗୁଡ଼ାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ପୋଲିସ ଗାଡ଼ି ଉପରକୁ ପଥର ମାଡ଼ ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ହୋଇଛି। ଏନେଇ ମ. ରାମପୁର ଥାନାରେ କେସ୍‌ ନଂ ୨୭୧/୨୦୨୬ରେ ମାମଲା ରୁଜୁ ହୋଇଛି।

ପୋଲିସ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଗତ ୨୭ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ବଡ଼ ଡୁଙ୍ଗୁରିଗୁଡ଼ା ଅଞ୍ଚଳରେ ଟଙ୍କା ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ରାତି ପ୍ରାୟ ୧ଟା ୪୫ ମିନିଟ୍‌ରେ ପୋଲିସ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ବ୍ୟକ୍ତିମାନେ ପୋଲିସକୁ ଗାଳିଗୁଲଜ କରିବା ସହ ଗାଡ଼ି ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ ରହିଛି।

ଏପରିକି ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ବେକରୁ ଧରି ତଳେ ଘୋଷାଡ଼ି ନେବା ସହ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ପୁଲିସ ୭ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ଗିରଫ ବ୍ୟକ୍ତିମାନେ ହେଲେ ନୂନପୁର ଗ୍ରାମର ଘନଶ୍ୟାମ ରଣା (୬୩), ରିଷିଡ଼ା ଗ୍ରାମର ଦୟାନିଧି ଭୋଇ (୫୭), ବଡ଼ ଡୁଙ୍ଗୁରିଗୁଡ଼ାର ଶକ୍ତି ପୁଟେଲ (୨୭) ଓ ସୁବ୍ରତ ମିଶ୍ର (୨୯), ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ (୫୬) ଏବଂ ରିଷିଡ଼ାର ରାଧେଶ୍ୟାମ ରଣା (୩୫) ଓ କାମଦେବ ପଧାନ (୨୮)।

ପୋଲିସ ଘଟଣାସ୍ଥଳରୁ ଜୁଆ ଖେଳରେ ବ୍ୟବହୃତ ଏକ ବାଉଁଶ ଝୁଡ଼ି, ୬ଟି ଡାଇସ୍‌, ୧୩ ହଜାର ୨୦୦ ଟଙ୍କା, ଗୋଟିଏ ମୋଟରସାଇକେଲ ଏବଂ ୫ଟି ମୋବାଇଲ ଫୋନ୍‌ ଜବତ କରିଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ବିଭିନ୍ନ ଧାରା ସହ ଓଡ଼ିଶା ପ୍ରିଭେନ୍‌ସନ୍‌ ଅଫ୍‌ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ବିଜୟ କୁମାର ବେନିଆଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅର୍ଣ୍ଣବର ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ସହ ଅନେକ ସ୍ଥାନରେ ଭାଙ୍ଗିଲା ଗଛ

ଛତ୍ରପୁର,୨୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ…

ଦାରିଙ୍ଗବାଡ଼ିରେ ତୁହାକୁ ତୁହା ବର୍ଷା: ବଜାରଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି, ୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପବନ ସାଙ୍ଗକୁ…

ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା…

WPL 2027 ନିଲାମରେ ସବୁଠାରୁ ମହଙ୍ଗା ହୋଇପାରନ୍ତି ଏହି ୩ ଖେଳାଳି; ଭାଙ୍ଗିବ ସମସ୍ତ ରେକର୍ଡ

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL 2027) ନିଲାମ ଆଜି, ଅକ୍ଟୋବର ୨୮ରେ କୋଚି ଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମ ପାଇଁ ମୋଟ ୧୪୬ ଜଣ…

ଉଜ୍ଜଳା ଯୋଜନା ଧାରକଙ୍କ ପାଇଁ ବଡ଼ ଖବର, ମୃତ୍ୟୁ ପରେ ପରିବାରକୁ ମିଳିବ…

ନୂଆଦିଲ୍ଲୀ,୨୮।୧୦:ଉଜ୍ଜ୍ୱଳା ଯୋଜନା ଅଧୀନରେ କନେକ୍ସନ ଧାରକଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଗ୍ୟାସ କନେକ୍ସନକୁ ପରିବାରର ଯୋଗ୍ୟ ସଦସ୍ୟଙ୍କ…

ନୀଳିଗିରି ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ; ଜଣେ ମୃତ, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜେନା

ନୀଳଗିରି,୨୮।୧୦(ପ୍ରଶାନ୍ତ କୁମାର ବିଶ୍ବାଳ): ୧୯ ନଂ ରାଜ୍ୟ ରାଜପଥ ନୀଳଗିରି ଏନ.ଏ.ସି ଅଧିନ ବାଲିଗୋହିରି ସ୍ଥିତ ପେଟ୍ରୋଲ ପମ୍ପରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ଘଟଣାରେ…

ମାତ୍ର ୩୬ ବଲ୍‌ରେ ଭାଙ୍ଗିଲା ୩ ବଡ଼ ରେକର୍ଡ: ଅଭିଷେକ-ବୈଭବଙ୍କ ଝଡ଼ରେ…

ୱେଲିଂଟନ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ କ୍ରିକେଟ ଜଗତକୁ ଚକିତ କରିଦେଇଛି।…

ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ପ୍ରବଳ ବର୍ଷା, ଉଜୁଡିଲା ପରିବା ଚାଷ

ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ଏହି ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?