ଘୋଷିତ, ଅଘୋଷିତ ବିଦ୍ୟୁତ୍‌ କାଟ୍‌

ଯାଜପୁର ଅଫିସ,୬ା୧:  ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ମନା କରିନାହାନ୍ତି। ସେଥିଲାଗି ଗୁରୁବାର ସକାଳ ୮ଟାରୁ ରାତି ସାଢେ ୭ଟା ପର୍ଯ୍ୟନ୍ତ ଯାଜପୁର ରୋଡ ସହର ସମେତ ପାଣିକୋଇଲି, କୋରେଇ, କୁଆଖିଆ ଆଦି ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହୋଇଛି। ପୂର୍ବରୁ ରକ୍ଷଣାବେକ୍ଷଣ ନାମରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ଘୋଷଣା ଅନୁସାରେ ୫ଟାରେ ବିଦ୍ୟୁତ୍‌ ସରବରାହ ନ ହୋଇ ୧ ଘଣ୍ଟା ପରେ ୬ଟାରେ ବିଦ୍ୟୁତ୍‌ ଆସିଥିଲା। ମାତ୍ର ୪୦ ମିନିଟ୍‌ ବିଦ୍ୟୁତ୍‌ ସରବରାହ ତିଷ୍ଠି ରହିବା ପରେ ପୁଣି ୬ଟା ୪୦ରେ ହଠାତ୍‌ ବିଦ୍ୟୁତ୍‌ ଚାଲିଯାଇଥିଲା ା ଏହାର ପ୍ରାୟ ୧ ଘଣ୍ଟା ପରେ ପୁଣି ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଦିନତମାମ ପ୍ରାୟ ୩୦ ଲକ୍ଷ ଉପଭୋକ୍ତା ହଇରାଣ ହୋଇଥିଲେ। ବିଜୁଳି ଆସିବାପରେ ଆଶ୍ୱସ୍ତ ହେଉଥିବାବେଳେ ରକ୍ଷଣାବେକ୍ଷଣ ହେବା ପରେ ବି ପୁଣି ବିନା ଘୋଷଣାରେ କେଉଁ କାରଣରୁ ବିଦ୍ୟୁତ୍‌ କାଟ୍‌ ହେଲା ବୋଲି ଉପଭୋକ୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ଯାଜପୁର ରୋଡ ସହରର ଧବଳଗିରିରେ ଥିବା ୧୩୨/୩୩ କେଭି ଗ୍ରୀଡ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ଉକ୍ତ ଗ୍ରୀଡ୍‌ର କେତେଜଣ କର୍ମଚାରୀ ଅସାଧୁ ଉପାୟରେ ବିଦ୍ୟୁତ୍‌ ବଣ୍ଟନ କରି ଧରାପଡିଥିବାରୁ ତାଙ୍କ ଉପରେ ଜରିମାନା ହୋଇଥିଲା। ଟାଟା ପାୱାର କମ୍ପାନୀ ଉପରେ ରାଗ ଶୁଝାଇବାକୁ ଯାଇ ସହରବାସୀ ନୟାନ୍ତ ହେଉଛନ୍ତି ବୋଲି ସହରରେ ଆଲୋଚନା ହେଉଛି।
ଓଡ଼ିଶା ସରକାର ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥାର ସଂସ୍କାର ଏବଂ ପରିଚାଳନା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ହାତରୁ ନେଇ ୱେସ୍‌କୋ, ନେସ୍‌କୋ ଆଦି କମ୍ପାନୀକୁ ଅର୍ପଣ କରାଯାଇଥିଲା। କଥାକଥିତ ବିଦ୍ୟୁତ୍‌ ସଂସ୍କାରକୁ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଉପଭୋକ୍ତାମାନେ ବିଦ୍ୟୁତ୍‌ ସେବା ଠିକ୍‌ ଭାବେ ପାଇ ନ ପାରିବାରୁ ଗତ କିଛି ମାସ ହେବ ଟାଟା ପାୱାରକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ହେଲେ ଅଷୋଘିତ ବିଦ୍ୟୁତ କାଟ, ଲୋଡ ଫେକ୍ଟର ଆଦି ନାନାବିଧ ସମସ୍ୟା ଭିତରେ ଉପଭୋକ୍ତାମାନେ ଅଣନିଃଶ୍ୱାସୀ ହୋଇପଡୁଥିଲେ ମଧ୍ୟ ଟାଟା ପାୱାର ଏହାର ନିରାକରଣରେ ଏଯାଏ ସମ୍ପୂର୍ଣ୍ଣ ବିଫଳ ହୋଇଛି । କ୍ରମବର୍ଦ୍ଦିଷ୍ଣୁ ଯାଜପୁର ରୋଡ ସହରର ବିଦ୍ୟୁତ ସରବରାହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରତ୍ୟହ ସହରର କୌଣସି ନା କୌଣସି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ଏପରିକି ପର୍ବପର୍ବାଣୀ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ଦିନରେ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ଏହାବାଦ୍‌ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ୍‌ ସେବା କଥା ନ କହିବା ଭଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଧବଳଗିରି ଗ୍ରୀଡ୍‌ର ଏସ୍‌ଡିଓ ରାଜୀବଲୋଚନ ସାହୁଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେଇ କେବଳ ନିଜର ଦାୟିତ୍ୱ ଖସାଇ ଡିଷ୍ଟ୍ରିବ୍ୟୁଶନ ଅଧିକାରୀଙ୍କୁ ପଚାର ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri