ଘୋଷିତ, ଅଘୋଷିତ ବିଦ୍ୟୁତ୍‌ କାଟ୍‌

ଯାଜପୁର ଅଫିସ,୬ା୧:  ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ହେଲେ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ମନା କରିନାହାନ୍ତି। ସେଥିଲାଗି ଗୁରୁବାର ସକାଳ ୮ଟାରୁ ରାତି ସାଢେ ୭ଟା ପର୍ଯ୍ୟନ୍ତ ଯାଜପୁର ରୋଡ ସହର ସମେତ ପାଣିକୋଇଲି, କୋରେଇ, କୁଆଖିଆ ଆଦି ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହୋଇଛି। ପୂର୍ବରୁ ରକ୍ଷଣାବେକ୍ଷଣ ନାମରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ୍‌ ହେବ ବୋଲି ଘୋଷଣା କରାଯାଇଥିଲା। ତେବେ ଘୋଷଣା ଅନୁସାରେ ୫ଟାରେ ବିଦ୍ୟୁତ୍‌ ସରବରାହ ନ ହୋଇ ୧ ଘଣ୍ଟା ପରେ ୬ଟାରେ ବିଦ୍ୟୁତ୍‌ ଆସିଥିଲା। ମାତ୍ର ୪୦ ମିନିଟ୍‌ ବିଦ୍ୟୁତ୍‌ ସରବରାହ ତିଷ୍ଠି ରହିବା ପରେ ପୁଣି ୬ଟା ୪୦ରେ ହଠାତ୍‌ ବିଦ୍ୟୁତ୍‌ ଚାଲିଯାଇଥିଲା ା ଏହାର ପ୍ରାୟ ୧ ଘଣ୍ଟା ପରେ ପୁଣି ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଦିନତମାମ ପ୍ରାୟ ୩୦ ଲକ୍ଷ ଉପଭୋକ୍ତା ହଇରାଣ ହୋଇଥିଲେ। ବିଜୁଳି ଆସିବାପରେ ଆଶ୍ୱସ୍ତ ହେଉଥିବାବେଳେ ରକ୍ଷଣାବେକ୍ଷଣ ହେବା ପରେ ବି ପୁଣି ବିନା ଘୋଷଣାରେ କେଉଁ କାରଣରୁ ବିଦ୍ୟୁତ୍‌ କାଟ୍‌ ହେଲା ବୋଲି ଉପଭୋକ୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ଯାଜପୁର ରୋଡ ସହରର ଧବଳଗିରିରେ ଥିବା ୧୩୨/୩୩ କେଭି ଗ୍ରୀଡ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଏବଂ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ଉକ୍ତ ଗ୍ରୀଡ୍‌ର କେତେଜଣ କର୍ମଚାରୀ ଅସାଧୁ ଉପାୟରେ ବିଦ୍ୟୁତ୍‌ ବଣ୍ଟନ କରି ଧରାପଡିଥିବାରୁ ତାଙ୍କ ଉପରେ ଜରିମାନା ହୋଇଥିଲା। ଟାଟା ପାୱାର କମ୍ପାନୀ ଉପରେ ରାଗ ଶୁଝାଇବାକୁ ଯାଇ ସହରବାସୀ ନୟାନ୍ତ ହେଉଛନ୍ତି ବୋଲି ସହରରେ ଆଲୋଚନା ହେଉଛି।
ଓଡ଼ିଶା ସରକାର ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ପାଇଁ ଏହି ବ୍ୟବସ୍ଥାର ସଂସ୍କାର ଏବଂ ପରିଚାଳନା ରାଜ୍ୟ ବିଦ୍ୟୁତ୍‌ ବୋର୍ଡ ହାତରୁ ନେଇ ୱେସ୍‌କୋ, ନେସ୍‌କୋ ଆଦି କମ୍ପାନୀକୁ ଅର୍ପଣ କରାଯାଇଥିଲା। କଥାକଥିତ ବିଦ୍ୟୁତ୍‌ ସଂସ୍କାରକୁ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ଉପଭୋକ୍ତାମାନେ ବିଦ୍ୟୁତ୍‌ ସେବା ଠିକ୍‌ ଭାବେ ପାଇ ନ ପାରିବାରୁ ଗତ କିଛି ମାସ ହେବ ଟାଟା ପାୱାରକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ହେଲେ ଅଷୋଘିତ ବିଦ୍ୟୁତ କାଟ, ଲୋଡ ଫେକ୍ଟର ଆଦି ନାନାବିଧ ସମସ୍ୟା ଭିତରେ ଉପଭୋକ୍ତାମାନେ ଅଣନିଃଶ୍ୱାସୀ ହୋଇପଡୁଥିଲେ ମଧ୍ୟ ଟାଟା ପାୱାର ଏହାର ନିରାକରଣରେ ଏଯାଏ ସମ୍ପୂର୍ଣ୍ଣ ବିଫଳ ହୋଇଛି । କ୍ରମବର୍ଦ୍ଦିଷ୍ଣୁ ଯାଜପୁର ରୋଡ ସହରର ବିଦ୍ୟୁତ ସରବରାହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରତ୍ୟହ ସହରର କୌଣସି ନା କୌଣସି ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ଏପରିକି ପର୍ବପର୍ବାଣୀ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ଦିନରେ ମଧ୍ୟ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହେଉଛି । ଏହାବାଦ୍‌ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବିଦ୍ୟୁତ୍‌ ସେବା କଥା ନ କହିବା ଭଲ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଧବଳଗିରି ଗ୍ରୀଡ୍‌ର ଏସ୍‌ଡିଓ ରାଜୀବଲୋଚନ ସାହୁଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେଇ କେବଳ ନିଜର ଦାୟିତ୍ୱ ଖସାଇ ଡିଷ୍ଟ୍ରିବ୍ୟୁଶନ ଅଧିକାରୀଙ୍କୁ ପଚାର ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri