ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନର ନୂଆ ମାଲିକାଣୀ ଆନେ

ବ୍ୟାଙ୍କକ୍‌: ଥାଇଲାଣ୍ଡର ଟ୍ରାନ୍ସଜେଣ୍ଡର ମହିଳା ବ୍ୟବସାୟୀ ଆନେ ଜାକାପୋଙ୍ଗ ଜାକ୍ରାଜୁଟାଟିପ୍‌ ୨୦ ନିୟୁତ ଡଲାର ମୂଲ୍ୟରେ ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନ୍‌ କିଣି ଇତିହାସ ସୃଷ୍ଟି କରିଛନ୍ତି। ମିସ୍‌ ୟୁନିଭର୍ସିଟିର ପ୍ରତିଯୋଗିତାର ୭୧ ବର୍ଷ ମଧ୍ୟରେ ପ୍ରଥମ କରି ଜଣେ ମହିଳା ଏହି ଅର୍ଗାନାଇଜେଶନ୍‌ର ମାଲିକାଣୀ ହୋଇଛନ୍ତି। ଆନେଙ୍କ କମ୍ପାନୀ ଜେକେଏନ୍‌ ଗ୍ଲୋବାଲ୍‌ ଗ୍ରୁପ୍‌ ପ୍ରାରମ୍ଭିକ ସମୟରେ ଥାଇଲାଣ୍ଡରେ ପ୍ରୋଜେକ୍ଟ ରନ୍‌ଓ୍ବେ ଏବଂ ସାର୍କ ଟାଙ୍କ୍‌ କାର୍ଯ୍ୟକ୍ରମ ପ୍ରସାରଣ କରୁଥିଲା। ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନ୍‌ କିଣିବା ଆନେଙ୍କ ବ୍ୟବସାୟରେ ଅନେକ ବୃଦ୍ଧି ଘଟାଇବ ବୋଲି ସେ କହିଛନ୍ତି। ଇଣ୍ଟରନ୍ୟାଶନାଲ ମ୍ୟାନେଜ୍‌ମେଣ୍ଟ ଗ୍ରୁପ୍‌ ୨୦୧୫ରେ ଏହି ଅର୍ଗାନାଇଜେଶନ୍‌କୁ କିଣିଥିଲା। ଏହା ପୂର୍ବରୁ ଆମେରିକାର ପ୍ରାକ୍‌ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ୧୯୯୬ରୁ ୨୦୧୫ ପର୍ଯ୍ୟନ୍ତ ଏହାର ସହମାଲିକାନା ଥିଲା।
ଜେକେଏନ୍‌ ଗ୍ଲୋବାଲ୍‌ ଗ୍ରୁପ୍‌ ମାଲିକାନା ଅଧିକାର କରିବା ପରେ ପଉଲା ଶୁଗାର୍ଟ ଅର୍ଗାନାଇଜେଶନ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବା ସହ ଏମି ଇମେରିଚ୍‌ ଏହାର ସିଇଓ ପଦରେ ରହିଛନ୍ତି। ଆନେଙ୍କ କମ୍ପାନୀ ମିସ୍‌ ୟୁନିଭର୍ସ ଅର୍ଗାନାଇଜେଶନ କିଣିବା ଦ୍ୱାରା ସୁନ୍ଦରୀ ପ୍ରତିଯୋଗିତା କ୍ଷେତ୍ରରେ ଆସନ୍ତା ଦିନମାନଙ୍କରେ ଅଧିକରୁ ଅଧିକ ଉନ୍ନତି ଓ ନୂଆ ଜିନିଷ ଦେଖିବାକୁ ମିଳିବ ବୋଲି ଏଣ୍ଡଇଭୋର କମ୍ପାନୀ ସଭାପତି ମାର୍କ ଶାପିରୋ କହିଛନ୍ତି।
ଆନେ ଜଣେ ଟ୍ରାନ୍ସଜେଣ୍ଡର ମହିଳା ହୋଇଥିବାବେଳେ ସେ ନିଜ ସମ୍ପର୍କରେ ସବୁବେଳେ ସ୍ପଷ୍ଟ ମନ୍ତବ୍ୟ ରଖିଥାନ୍ତି। ଏଥିସହ ଟ୍ରାନ୍ସେଜେଣ୍ଡରଙ୍କ ଅଧିକାର ଓ ହିତ ସାଧନ ପାଇଁ ସେ ସବୁବେଳେ ସ୍ବର ଉତ୍ତୋଳନ କରିଥାନ୍ତି। ଅନେକ ଟ୍ରାନ୍ସଜେଣ୍ଡର ଆନେଙ୍କୁ ନିଜ ପ୍ରେରଣା ବୋଲି ଭାବିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri