ନୃତ୍ୟରେ ମହାଦେବଙ୍କୁ ପ୍ରଣତି ଜଣାଇଲେ ଅନିତା

ଭୁବନେଶ୍ୱର, ୭।୯ (ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ପ୍ରସିଦ୍ଧ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ତଥା ସାରସ୍ବତ ସଂସ୍କୃତି କେନ୍ଦ୍ରର ପ୍ରତିଷ୍ଠାତା ଅନିତା ମଲ୍ଲିକଙ୍କ ନୃତ୍ୟରୁ ମହୋତ୍ସବର ସନ୍ଧ୍ୟା ଆରମ୍ଭ ହୋଇଥିଲା। ଗୁରୁ ଥାଙ୍କମଣି କୁଟ୍ଟୀଙ୍କ ଶିଷ୍ୟା ଅନିତାଙ୍କ ପ୍ରଥମ ପରିବେଷଣ ଥିଲା ଲଲିଥା ଶହସ୍ରନାମମ୍‌ରୁ ଆଧାରିତ ‘ଅମ୍ବିକା ପଲ୍ଲବୀ’। ଶିଳ୍ପୀ ନିଜର ନୃତ୍ୟ ମାଧ୍ୟମରେ ଦେବୀ ଅମ୍ବିକାଙ୍କ ଐଶ୍ୱର୍ଯ୍ୟ, ଶକ୍ତିର ପ୍ରଶଂସା କରିଥିଲେ। ଏହା ପରେ ରାଗ ମାଳିକା ଏବଂ ଆଦି ତାଳରେ ‘କୃଷ୍ଣ ଅନୁଭବମ୍‌’ ପରିବେଷଣ କରିଥିଲେ। ଏଥିରେ ଭଗବାନ କୃଷ୍ଣଙ୍କର ମହିମା ଏବଂ ଆକର୍ଷଣୀୟ ପ୍ରକୃତିର ପ୍ରତିଫଳନକୁ ବେଶ୍‌ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ। ତୃତୀୟ ଉପସ୍ଥାପନାରେ ‘କୀର୍ତ୍ତନମ’ ପ୍ରଦର୍ଶିତ ହୋଇଥିଲା। ଏହି ନୃତ୍ୟରେ ସେ ଜୀବନର ଅନନ୍ତ ଚକ୍ର ଯଥା ସୃଷ୍ଟି, ବିବର୍ତ୍ତନ ଓ ବିନାଶର ନିୟନ୍ତ୍ରକ ମହାଦେବଙ୍କୁ ପ୍ରଣତି ଜଣାଇଥିଲେ। ଶେଷରେ ସନ୍ଥ ତୁଳସୀ ଦାସଙ୍କ ରଚିତ ପ୍ରସିଦ୍ଧ ରାମ ଭଜନ ‘ଠୁମକ ଚଲତ ରାମ ଚନ୍ଦ୍ର’ରେ ଭକ୍ତିପୂତ ପ୍ରଣାମ ଜଣାଇଥିଲେ। ବାଦ୍ୟ ସଙ୍ଗୀତରେ ଓଏସ୍‌ ଅରୁଣ ଓ ବସୁଧା ରବି, ମୃଦଙ୍ଗରେ ଏମ୍‌ଏସ୍‌ ସୁଖୀ ଓ ଏନ୍‌କେ କେଶବନ, ବଂଶୀରେ ନବୀନ କୁମାର ଓ ପାଲଘାଟ ସାଇରାମ, ବେହେଲାରେ ଟି. ଶିବଗଣେଶନ୍‌ ଓ ଶ୍ରୀଲକ୍ଷ୍ମୀ ଭେଙ୍କଟ ରମଣୀ, ନଟ୍ଟୁଭଙ୍ଗମ୍‌ରେ ଏମ୍‌ଏସ୍‌ ସୁଖୀ ଓ ସୁଧାରାଣୀ ରଘୁପତି ସହାୟତା କରିଥିଲେ।
ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା। ତାଙ୍କର ପ୍ରଥମ ପରିବେଷଣ ଥିଲା ମେଡ୍‌ଲୀ। କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଂଯୋଜିତ ଏହି ଗୀତରୁ ତାଙ୍କ ସଙ୍ଗୀତର ସୁର ଆରମ୍ଭ ହୋଇଥିଲା। ପରେ ଜୟଦେବଙ୍କ ଗୀତଗୋବିନ୍ଦ ଅଷ୍ଟପଦୀରୁ ‘ବିରଚିତ ଚାଟୁ ବଚନ’ ଗାନ କରିଥିଲେ। ଏଥିସହ ଶଳ୍ପୀ କିଛି ଓଡ଼ିଆ ଗୀତ ଓ ଭଜନ ପରିବେଷଣ କରିଥିଲେ। ‘ସତେ କି ଭାଙ୍ଗି କଳା’, ‘ଲାଜରେ ସରିଗଲି ଆଜ’, ‘ବରିଜାଖି ମନରୁ ମାନ’, ‘ମୋହନ ମୂରତି’ ଏବଂ ଶେଷରେ ସ’ଚମ୍ପୂ ପରିବେଷଣ କରି ମଞ୍ଚରୁ ବିଦାୟ ନେଇଥିଲେ। ସଙ୍ଗୀତ କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଦେଇଥିଲେ ଡ. ବିଜୟ କୁମାର ଜେନା। ଶିଳ୍ପୀଙ୍କୁ ମର୍ଦ୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ, ହାର୍‌ମୋନିୟମ୍‌ରେ ମୁରଲୀଧର ସ୍ବାଇଁ, ତାନପୁରାରେ ପ୍ରିୟଙ୍କା ରଥ ଏବଂ ଶ୍ରୀତତ୍ତ୍ୱା ମିଶ୍ର ସହାୟତା କରିଥିଲେ।
ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଭର୍ଚ୍ଚୁଆଲରେ ବାର୍ତ୍ତା ରଖିବା ସହ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା, ସଦସ୍ୟା ମାୟା କ୍ରିଷ୍ଣାମୂର୍ତ୍ତି ସଂଯୋଜନା ଓ ଦେବୀପ୍ରସାଦ ମିଶ୍ର ଆଲୋକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ‘ସୃଜନ’ର ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ରେ ସନ୍ଧ୍ୟା ୭ଟା ୩୦ରେ ଲାଇଭ୍‌ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri