ପ୍ରପୋଜ୍‌ କରିବା ସମୟରେ ପ୍ରେମିକା ଅଭିନେତ୍ରୀ ବୋଲି ଜାଣି ନ ଥିଲେ ରୋହିତ

ଛୋଟ ପରଦା ଅଭିନେତ୍ରୀ ଅନିତା ହାସନନ୍ଦାନୀ ଆଜି ତାଙ୍କ ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୪ ଏପ୍ରିଲ ୧୯୮୧ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅନେକ ସିରିଏଲରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ। ଏହା ସହ ନିକଟରେ ଅନିତା ମା’ ମଧ୍ୟ ହୋଇଛନ୍ତି। ତାଙ୍କ ଫିଟନେସକୁ ଦେଖିଲେ କେହି କହିପାରିବେ ନାହିଁ ତାଙ୍କୁ ୪୦ ବର୍ଷ ହେଲାଣି ।
ସେ ୨୦୧୩ରେ କର୍ପୋରେଟ ପ୍ରଫେସନାଲ ରୋହିତ ରେଡ୍ଡୀଙ୍କୁ ବିବାହ କରି ତାଙ୍କର ନୂତନ ଜୀବନ ଆରମ୍ଭ କରିଥିଲେ। ଏହି ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ ।

ଜିମରେ ବ୍ୟାୟାମ କରୁଥିବା ସମୟରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏକ ସାକ୍ଷାତକାରରେ ଅନିତା ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ରୋହିତ ତାଙ୍କୁ କିପରି ପ୍ରପୋଜ୍‌ କରିଥିଲେ ତା ମଧ୍ୟ କହିଥିଲେ।

ଅନିତା କହିଥିଲେ ଯେ, ରୋହିତ ତାଙ୍କୁ ଏକ ପବ ବାହାରେ ପ୍ରପୋଜ୍‌ କରିଥିଲେ। ସେ ପର୍ଯ୍ୟନ୍ତ ରୋହିତ ଜାଣି ନ ଥିଲେ ଯେ, ଅନିତା ଜଣେ ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ। କାରଣ ରୋହିତ ଅଧିକାଂଶ ସମୟ ନ୍ୟୁଜ ଚ୍ୟାନେଲ ଦେଖୁଥିଲେ। ଏଥି ସହିତ ନିଜ ବିଷୟରେ ସେ କହିଛନ୍ତି, ‘ମୁଁ ଦିନେ ବହୁତ ପିଇଥିଲି। ସେ ଦିନ ରୋହିତଙ୍କ ସହିତ ମୋର ଝଗଡ଼ା ହୋଇଥିଲା। ପରଦିନ ମୁଁ ମୋର ଭୁଲ ବୁଝି ପାରି ତାଙ୍କୁ କ୍ଷମା ମାଗିଲି ଏବଂ ଆଉ ପିଇବି ନାହିଁ ବୋଲି କହିଥିଲି। କିନ୍ତୁ ସେ କହିଥିଲେ ତୁମକୁ କିଛି ଛାଡିବା ଆବଶ୍ୟକ ନାହିଁ। କେବଳ ନିଜର ଯତ୍ନ ନିଅ। ’


Enter your email to get our daily news in your inbox.

All Right Reserved By Dharitri.Com

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri