ପ୍ରାଣୀ କଲ୍ୟାଣ ପାଠ୍ୟକ୍ରମ

ମାନେକା ଗାନ୍ଧୀ

ପାଞ୍ଚବର୍ଷ ପୂର୍ବେ ଲ’କଲେଜରେ ଆନିମଲ ଓ୍ବେଲ୍‌ଫେୟାର ବା ପ୍ରାଣୀ କଲ୍ୟାଣକୁ ଏକ ବିଷୟ ଭାବେ ଆରମ୍ଭ କରିବା ପାଇଁ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ମୁଖ୍ୟଙ୍କୁ ଅନୁରୋଧ କରିଥିଲି। ସେ ଏହା ତତ୍‌କ୍ଷଣାତ କରିଥିଲେ। ସେ ଆଇନଜୀବୀମାନଙ୍କୁ ଏକ ବାର୍ଷିକ ମୁଟ୍‌ କୋର୍ଟ ଆୟୋଜନ କରିବା ପାଇଁ କହିଥିଲେ। ଏବେ ନ୍ୟାଶ୍‌ନାଲ ଲ ୟୁନିଭର୍ସିଟି(ଏନ୍‌ଏଲ୍‌ୟୁ) ବେଙ୍ଗାଲୁରର ଆନିମଲ ଓ୍ବେଲ୍‌ଫେୟାରର ପିଏଚ୍‌.ଡି ଛାତ୍ରମାନେ, ପ୍ରାଣୀ କଲ୍ୟାଣ ଉପରେ ସଚେତନ କର୍ମକର୍ତ୍ତା ଏବଂ ଅଧିକ ସଂଖ୍ୟକ ବିଚାରଶୀଳ ଜଜ୍‌ଙ୍କ ଦ୍ୱାରା ଏହା ଆୟୋଜିତ ହୋଇଛି। ପ୍ରଥମ ମୁଟ୍‌ କୋର୍ଟ ଏନ୍‌ଏଲ୍‌ୟୁ କଟକରେ ଆୟୋଜିତ ହୋଇଥିଲା। ଏଥିପାଇଁ ମନନ କୁମାର ମିଶ୍ରଙ୍କୁ ବହୁତ ଧନ୍ୟବାଦ।
୨୨ ବର୍ଷ ପୂର୍ବେ ଅଟଳ ବିହାରୀ ବାଜପାୟୀଙ୍କ ସହଯୋଗରେ ଆମେ ବଲାବଗଡ଼ରେ ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଆନିମଲ ଓ୍ବେଲ୍‌ଫେୟାର ଗଠନ କରିଥିଲୁ। ଦୁର୍ଭାଗ୍ୟବଶତଃ ଏହା ପ୍ରସ୍ତୁତ ହେଲାବେଳକୁ ସରକାରର ପତନ ଘଟିଲା ଓ କଂଗ୍ରେସ କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେଲା। ଏବେ ଭାଜପା ତା’ଶାସନର ୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ତାହା ଆରମ୍ଭ କରିପାରିନାହିଁ। ପରିବେଶ ମନ୍ତ୍ରଣାଳୟ ଏହାକୁ ଜେଏନ୍‌ୟୁକୁ ଦେଲା ଓ ସେମାନେ ପାଖାପାଖିତ୍ ଦୁଇବର୍ଷ ରଖିବା ପରେ ମନ୍ତ୍ରଣାଳୟକୁ ଫେରାଇଦେଲେ। ପରିବେଶ ମନ୍ତ୍ରଣାଳୟ ମଧ୍ୟ ଦୁଇବର୍ଷ ହାତ ବାନ୍ଧି ବସିପଡ଼ିଲା ।
ପରେ ଏହାକୁ ଲାଲା ଲଜପତ୍‌ ରାୟ ୟୁନିଭର୍ସିଟି ଅଫ୍‌ ଭେଟେରିନାରି ଆଣ୍ଡ୍‌ ଆନିମଲ ସାଇନ୍ସକୁ ଦେଲା ଓ ଏହା ମଧ୍ୟ ୩ ବର୍ଷ ଧରି ଅଣଦେଖା କରିବା ପରେ ଏବେ ଏକ କୋର୍ସ ଆରମ୍ଭ କରିବା ଲାଗି ଜଣେ ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଛି। ହେଲେ ମୁଁ କିନ୍ତୁ ସବୁ ଆଶା ହରାଇଦେଇଛି। ୨୦୦୨ରେ ମୁଁ ସବୁ କୋର୍ସ ବିଷୟରେ ଉଲ୍ଲେଖ କରିଥିଲି। କିଛି ବହି ମଧ୍ୟ ପ୍ରସ୍ତୁତ କରିଥିଲି। ଏହାବାଦ୍‌ ଆବଶ୍ୟକ ଶିକ୍ଷକଙ୍କ ପାଇଁ ଅକ୍ସଫୋର୍ଡ , କେମ୍ବ୍ରିଜ ଏବଂ ୟୁନିଭର୍ସିଟି ଅଫ୍‌ ଏଡିନ୍‌ବର୍ଗ ସହ ଯୋଗାଯୋଗ କରିଥିଲି। ୟୁଏନ୍‌ଇପିରୁ ଲାଇବ୍ରେରି ପାଇଁ ଅନୁଦାନ ମଧ୍ୟ ପାଇଥିଲି। କିନ୍ତୁ କିଛି ହୋଇନାହିଁ କି ହୋଇପାରିବ ନାହିଁ। ୭ ଏକର ପରିମିତ କେନ୍ଦ୍ରରେ ଏବେ ଆନିମଲ ଓ୍ବେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆର ୧୦ ଜଣ ସଦସ୍ୟ ଛାତ୍ରମାନଙ୍କ ପାଇଁ ପାଳିକରି ପ୍ରତ୍ୟେକ ପ୍ରାଣୀ କଲ୍ୟାଣ ସମ୍ପର୍କରେ ତିନିଦିନିଆ ସଚେତନାଭିତ୍ତିକ କୋର୍ସ ଚଳାଉଛନ୍ତି।
ଆନିମଲ ଓ୍ବେଲ୍‌ଫେୟାର କ୍ଷେତ୍ରରେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ପ୍ରାଣୀ ଆଶ୍ରୟସ୍ଥଳୀ ,ଗୋଶାଳା ଏବଂ ପରୀକ୍ଷାଗାରଗୁଡ଼ିକର ପରିଚାଳକ,ଜଙ୍ଗଲ ଓ ବନ୍ୟଜନ୍ତୁ ଅଧିକାରୀ, ସହରରେ ପ୍ରାଣୀମାନଙ୍କ ପରିଚାଳନା ସହ ଜଡ଼ିତ ବ୍ୟକ୍ତି, ସହରର ସାପ ଉଦ୍ଧାରକାରୀ, ହାତୀ ଉଦ୍ଧାର କେନ୍ଦ୍ର, କୁକୁଡ଼ା ଫାର୍ମ ଓ କଂସେଇଖାନାଗୁଡ଼ିକରେ କାର୍ଯ୍ୟରତ ଲୋକମାନେ ଏ କ୍ଷେତ୍ରରେ ନିଯୁକ୍ତି ପାଇପାରିବେ। ଗୋଟିଏ ମାତ୍ର କୋର୍ସ ବା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ କାହିଁକି ଏତେ ବିଳମ୍ବ ହେଉଛି ତାହା ମଁୁ ବୁଝିପାରୁନାହିଁ। କିନ୍ତୁ ଆନିମଲ ଓ୍ବେଲ୍‌ଫେୟାର ପାଇଁ ଭାରତରେ ପ୍ରଥମ ଡିଗ୍ରୀ କୋର୍ସ ଆରମ୍ଭ କରିଛି ଇନ୍ଦିରା ଗାନ୍ଧୀ ନ୍ୟାଶ୍‌ନାଲ ଓପନ୍‌ ୟୁନିଭର୍ସିଟି (ଆଇଜିଏନଓୟୁ-ଇଗ୍ନ୍ୟୁ)। ଏଥିପାଇଁ ଏହାର କୁଳପତି ପ୍ରଫେସର ନାଗେଶ୍ୱର ରାଓ ଏବଂ ପ୍ରଫେସର ପି.ଭି.କେ. ଶଶିଧରଙ୍କୁ ଧନ୍ୟବାଦ। ତୃଣମୂଳ ସ୍ତରରେ ପ୍ରଫେସର ଶଶିଧର ୩ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଆସୁୂଛନ୍ତି। ପ୍ରଥମ ସେଶନ୍‌ରେ ପ୍ରାୟ ୮୦୦ରୁ ଊଦ୍ଧ୍ୱର୍ର୍ ଛାତ୍ର ରହିଛନ୍ତି। ଏହା ପିଜି ଡିପ୍ଲୋମା ଇନ୍‌ ଆନିମଲ ଓ୍ବେଲ୍‌ଫେୟାର( ପିଜିଡିଏଡବ୍ଲ୍ୟୁ) କୋର୍ସ। ଜାନୁୟାରୀ ୨୦୨୧ ସେଶନ ପାଇଁ ଖୋଲା ରହିଛି। ଏହାର ଅନଲାଇନ ଆଡ୍‌ମିଶନ ଲିଙ୍କ- www.ignouadmission.samarth.edu.in/।
ପିଜିଡିଏଡବ୍ଲ୍ୟୁ ପ୍ରୋଗ୍ରାମ ସାରା ଭାରତର ପ୍ରାଣୀ କଲ୍ୟାଣ ସ୍ବେଚ୍ଛାସେବୀ ଏବଂ କର୍ମକର୍ତ୍ତାଙ୍କ ପାଇଁ ଉଦ୍ଦିଷ୍ଟ। ଇଚ୍ଛୁକ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ବି ପଢିପାରିବେ। ମୁଁ ଏହାର ଶୈକ୍ଷିକ ମାନକକୁ ମଧ୍ୟ ପସନ୍ଦ କରେ। ପ୍ରାଣୀ କଲ୍ୟାଣର ପ୍ରତ୍ୟେକ ଦିଗ ଉପରେ ମୁଁ ଲେଖିଥିବା ୩୦୦୦ରୁ ଅଧିକ ପ୍ରବନ୍ଧ ଏଥିରେ ଯୋଡ଼ିବାକୁ ଆଶା କରିଥିଲି। ସେଗୁଡ଼ିକ ଉକ୍ତ କୋର୍ସରେ ସାମିଲ ହୋଇପାରିଥାଆନ୍ତା। କିନ୍ତୁ ମୋ ସମ୍ପାଦକ ପ୍ରାୟ ୭ଟି ବହି ସଙ୍କଳନ କରିବାକୁ ପାଖାପାଖି ୫ ବର୍ଷ ନେଇଗଲେଣିି। ସେ କେବେ ଏହାକୁ ଶେଷ କରିବେ ତାହା ମୁଁ ଜାଣିନାର୍ହି। ବହିଗୁଡ଼ିକୁ ନ୍ୟାଶ୍‌ନାଲ ବୁକ୍‌ ଟ୍ରଷ୍ଟ ପ୍ରକାଶ କରିବ ବୋଲି ପ୍ରସ୍ତାବ ଦେଇଥିତ୍ଲେ ମଧ୍ୟ ଏଯାବତ ପ୍ରଥମ ଭାଗ ସମ୍ପୂର୍ଣ୍ଣ ହୋଇପାରିନାହିଁ।
ଇଗ୍ନ୍ୟୁ ଆରମ୍ଭ କରିଥିତ୍ବା ପିଜିଡିଏଡବ୍ଲ୍ୟୁ କୋର୍ସର ୪ଟି ମୁଖ୍ୟ ଭାଗ ରହିଛି। ଆନିମଲ ଓ୍ବେଲ୍‌ଫେୟାର ସାଇନ୍ସ ଆଣ୍ଡ୍‌ ଏଥିକ୍ସ, ଆନିମଲ ଓ୍ବେଲ୍‌ଫେୟାର ଇସ୍ୟୁ, ଆନିମଲ ଓ୍ବେଲ୍‌ଫେୟାର ଲ’ ଆଣ୍ଡ୍‌ ପଲିଟିକ୍ସ ଏବଂ ଆନିମଲ ଓ୍ବେଲ୍‌ଫେୟାର ପ୍ରାକ୍ଟିସେସ୍‌ ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ। ଆନିମଲ ଓ୍ବେଲ୍‌ଫେୟାର କହିଲେ ସବୁ ପ୍ରାଣୀଙ୍କ କଲ୍ୟାଣକୁ ବୁଝାଏ ଓ ଏହା ମଣିଷ ଦ୍ୱାରା କୌଣସି ଉପାୟରେ ପରିଚାଳିତ ହୋଇଥାଏ। ଫାର୍ମ ଆନିମଲ ଓ୍ବେଲ୍‌ଫେୟାର ଅର୍ଥ ମାଂସ ଓ କ୍ଷୀର ପାଇଁ ଫାର୍ମରେ ପାଳନ କରାଯାଉଥିବା ପ୍ରାଣୀଙ୍କ ଯତ୍ନକୁ ସୂଚାଏ। ଏହି କ୍ଷେତ୍ରରେ ପ୍ରାଣୀମାନେ ସବୁଠୁ ଅଧିତ୍କ ଯନ୍ତ୍ରଣା ପାଇଥାଆନ୍ତି। ଓ୍ବେଲ୍‌ଫେୟାର ଇସ୍ୟୁ କହିଲେ ଚିଡ଼ିଆଖାନା, ପରୀକ୍ଷାଗାର ଏବଂ ବୁଲା ପ୍ରାଣୀମାନଙ୍କ କାର୍ଯ୍ୟ, ପ୍ରଦର୍ଶନ , ସହଯୋଗ, ସମ୍ବନ୍ଧିତ ବିଷୟକୁ ପ୍ରତୀତ କରେ। ଏହି ପାଠ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେବା ଦରକାର। ୮୫ଟି ଭାଗରେ ବିଭକ୍ତ ପିଜିଡିଏଡବ୍ଲ୍ୟୁ ପ୍ରୋଗ୍ରାମରେ ଫାର୍ମରେ ରହୁଥିବା ଗୋରୁ, ମଇଁଷି, ମେଣ୍ଢା, ଛେଳି, ଘୁଷୁରି, କୁକୁଡ଼ା ଏବଂ ଭାରବାହୀ ପ୍ରାଣୀ ଗଧ ଓ ଘୋଡ଼ା ସହ କଳାକୌଶଳ ପ୍ରଦର୍ଶନ କରୁଥିବା ପ୍ରାଣୀମାନଙ୍କ କଲ୍ୟାଣ, ବିଜ୍ଞାନ, ସମସ୍ୟା, ନୀତି ନିୟମ ଏବଂ ମାନକ ବିଷୟଗୁଡ଼ିକ ସନ୍ନିବେଶିତ। ଇଂଲଣ୍ଡର ଏଡିନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଦି ଜିନି ମାର୍ଚ୍ଚିଂ ଇଣ୍ଟରନ୍ୟାଶ୍‌ନାଲ ସେଣ୍ଟର ଫର୍‌ ଆନିମଲ ଓ୍ବେଲ୍‌ଫେୟାର ଏଡୁକେଶନର ସହଭାଗିତାରେ ଏହି ସବୁ ଭାଗଗୁଡ଼ିକୁ ବିକାଶ କରାଯାଇଛି।
ଏହା ଏକ ବର୍ଷିଆ ପାଠ୍ୟକ୍ରମ। ଯେ କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିତ୍ଲେ ଏହା ପଢିପାରିବେ। ଏହାର ଦୁଇଟି ଲକ୍ଷ୍ୟ ରହିଛି। ମୁକ୍ତ ଓ ଦୂରଶିକ୍ଷା ମାଧ୍ୟମରେ ବିଜ୍ଞାନ ଆଧାରିତ ପ୍ରାଣୀ କଲ୍ୟାଣ ଶିକ୍ଷା ପ୍ରଦାନ କରିବା ଓ ପ୍ରାଣୀ କଲ୍ୟାଣକୁ ନେଇ ସାମାଜିକ ଉତ୍ତରଦାୟିତ୍ୱ ସମ୍ପନ୍ନ ନିଷ୍ପତ୍ତି ନେବାରେ ଜଡ଼ିତ ବ୍ୟକ୍ତିମାନଙ୍କ ଦକ୍ଷତା ବୃଦ୍ଧି କରିବା । ଏହି ପାଠ୍ୟକ୍ରମ ପାଇଁ ମୋଟ ଫି ରହିଛି ୫୪୦୦ ଟଙ୍କା। ପ୍ରାଣୀମାନଙ୍କ ସେବା ତଥା କଲ୍ୟାଣ ପ୍ରତି ରୁଚି ରଖିଥିବା ସମସ୍ତ ଯୁବପିଢି, ପ୍ରାଣୀ କଲ୍ୟାଣ ସଂସ୍ଥା, ଏନଜିଓ, ଗୋଶାଳାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟ, ଗବେଷଣା ସଂସ୍ଥା, ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଶିକ୍ଷାଦାନ କରୁଥିବା ବ୍ୟକ୍ତି, ଗବେଷକ, ବୈଷୟିକ କର୍ମଚାରୀ, ସ୍ନାତକୋତ୍ତର କିମ୍ବା ପିଏଚ୍‌.ଡି ଛାତ୍ରମାନେ ମଧ୍ୟ ଏହି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ରାଜ୍ୟ ତଥା କେନ୍ଦ୍ର ସରକାର, ପାରାମିଲିଟାରି ଫୋର୍ସରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ପାଇଁ ଏହା ଉନ୍ମୁକ୍ତ। ରାଜ୍ୟ ପ୍ରାଣୀ କଲ୍ୟାଣ ବୋର୍ଡର ସଦସ୍ୟ, ସିଭିଲ୍‌ ସର୍ଭ୍ୟାଣ୍ଟ, ବନ ବିଭାଗ, ଚିଡ଼ିଆଖାନା ଏବଂ ବନ୍ୟଜୀବ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟକରୁଥିବା ଅଧିକାରୀ ଏବଂ ଗବେଷକମାନେ ଏହି କୋର୍ସ କରିପାରିବେ। ଜୁଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ଏବଂ ଜୁଲୋଜି ଡିିପାର୍ଟମେଣ୍ଟ ଅଧୀନରେ ଥିବା ଫାକ୍‌ଲଟି ଏବଂ ରିସର୍ଚ୍ଚ ସ୍କଲାରମାନେ ବି ଏଥିରେ ପ୍ରବେଶ କରିବାର ସୁବିଧା ରଖାଯାଇଛି। ଆନିମଲ ଓ୍ବେଲଫେୟାର ଆଇନ ସହ ଜଡ଼ିତ ଆଇନଜୀବୀ ଏବଂ ପୋଲିସ କର୍ମଚାରୀମାନେ ବି ଏହା ପଢିପାରିବେ। ଆନିମଲ ଓ୍ବେଲଫେୟାର ପ୍ରଫେଶନାଲ କ୍ୟାରିୟର କରିବାକୁ ଚାହଁୁଥିବା ସ୍ନାତକ ଡିଗ୍ରୀଧାରୀମାନେ ବି ପିଜିଡିଏଡବ୍ଲ୍ୟୁ କୋର୍ସରେ ପ୍ରବେଶ କରିବାର ବ୍ୟବସ୍ଥା ରଖାଯାଇଛି। ମୋ ମତରେ,ଏକ ଉନ୍ନତ ଭାରତ ପାଇଁ ଏହି ପାଠ୍ୟକ୍ରମକୁୁ ସବୁ ସ୍କୁଲ୍‌ରେ ବାଧ୍ୟତାମୂଳକ କରିବା ଦରକାର।
ନୂଆଦିଲ୍ଲୀସ୍ଥିତ ଇଗ୍ନ୍ୟୁର ସ୍କୁଲ୍‌ ଅଫ୍‌ ଏକ୍ସେଟେନ୍‌ଶନ ଆଣ୍ଡ୍‌ ଡିପାର୍ଟମେଣ୍ଟର ପ୍ରୋଗ୍ରାମ କୋର୍ଡିନେଟର ବା ସଂଯୋଜକ ପ୍ରଫେସର ପି.ଭି.କେ .ଶଶିଧରଙ୍କୁ (e-mail: pvksasidhar@ignou.ac.in) ସବୁ ଶ୍ରେୟ ଦିଆଯାଇପାରେ। ସେ ୨୦୦୩ରୁ ୨୦୦୯ ଯାଏ ଆଇସିଏଆର୍‌ର ଏଗ୍ରିକଲରାଲ ରିସର୍ଚ୍ଚ ସର୍ଭିସରେ ରହିଥିତ୍ଲେ। ୨୦୦୮ରେ ଆମେରିକାର ଟୁସକିଗି ୟୁନିଭର୍ସିଟିର ୟୁଏସ୍‌ଡିଏର ଏବଂ ୨୦୧୫ରେ ମିଚିଗାନ ଷ୍ଟେଟ୍‌ ୟୁନିଭର୍ସିଟିର ୟୁଏସଏଆଇଡି ଫେଲୋ ରହିଥିଲେ। ଯଦି ତୁମେ ଏହି କେର୍ସରେ ଯୋଗଦେବାକୁ ଚାହଁୁଛ, ତେବେ ଏହା ହିଁ ତୁମମାନଙ୍କ ପାଇଁ ଠିକ୍‌ ସମୟ। ଏହାକୁ ଆହୁରି ଭଲ କରିବା ଲାଗି ଯଦି ତୁମ ପାଖରେ କିଛି ପ୍ରସ୍ତାବ ବା ପରାମର୍ଶ ରହିଛି ତେବେ ପ୍ରଫେସର ଶଶିଧରଙ୍କ ନିକଟକୁ ଲେଖନ୍ତୁ। ଶ୍ରୀଲଙ୍କା ଏବଂ ନେପାଳରେ ପ୍ରାଣୀ କଲ୍ୟାଣ କ୍ଷେତ୍ରରେ ରହିଥିବା କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୁଁ ମଧ୍ୟ ଏହି କୋର୍ସ ଲାଗି ସୁପାରିସ କରିବି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?