ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନଏସି ୱାର୍ଡ ନଂ ୪ ରାଉଳ ସାହିରେ । ମୃତ ଯୁବକ ହେଲେ ରାଉଳ ସାହିର ବାଲାଜୀ ମହାପାତ୍ରଙ୍କ ପୁଅ ଅନିଲ ମହାପାତ୍ର (୩୫ )। ମିଳିଥିବା ସୂଚନା ଅନୁଯାଇ, ମୃତ ଅନିଲ କୌଣସି କାମରେ ବ୍ରହ୍ମପୁର ଯାଇଥିଲେ । ଆସିଲା ବେଳେ ବ୍ରହ୍ମପୁର ଓ ଗଞ୍ଜାମ ମଧ୍ୟ ରାସ୍ତାରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଅନିଲକୁ ଧକ୍କା ଦେଇ ଚାଲି ଯାଇଥିଲା । ସେଠାରୁ ଗୁରୁତର ଅନିଲଙ୍କୁ ଛତ୍ରପୁର ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକେ । ଶନିବାର ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମେଡିକାଲ ଯାଇ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ଆଲୋଚନା କରିଥିଲେ । ଗଞ୍ଜାମ ଅଞ୍ଚଳରେ ଭାଜପା ଯୁବ ସଂଗଠକ ଦୀପକ କୁମାର ବେହେରା ଉପସ୍ଥିତ ଥିଲେ । ଅନିଲଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ଅନିଲଙ୍କ ଅକାଳ ବିୟୋଗ ଖବର ପାଇ ସାନ ବଜାର ବଣିକ ସଙ୍ଘ ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ ମୃତ ଅନିଲଙ୍କ ବାସ ଭବନ ଯାଇ ଶୋକ ସନପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ସୂଚନା ଯୋଗ୍ୟ ଅନିଲ ବାହାଘର ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ ଗ୍ରାଫି କାର୍ଯ୍ୟ କରୁଥିଲେ।

