Posted inଜାତୀୟ

ଦେବଦୂତ ପାଲଟିଲେ ହତ୍ୟାକାରୀ: ୧୦୦ଜଣଙ୍କ ଜୀବନ ନେଇଥିବା ଡାକ୍ତର ଗିରଫ

ଚଣ୍ଡିଗଡ଼, ୩୦।୭: ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ସଭିଏଁ ଦେବଦୂତ ବୋଲି ମନେ କରିଥାନ୍ତି। ତେବେ ହରିୟାଣାର ୬୨ ବର୍ଷ ବୟସ୍କ ଡାକ୍ତର ଦେବେନ୍ଦ୍ର ଶର୍ମା ଦେବଦୂତ ବଦଳରେ ହତ୍ୟାକାରୀ ପାଲଟିଛନ୍ତି। ସେ ୧୦୦ଜଣ ଟ୍ରକ୍‌ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ପାରୋଲ୍‌ରେ ଆସିବା ପରେ ଆଉ ଜେଲ୍‌କୁ ଫେରି ନ ଥିଲେ। ଜୁଲାଇ ୨୮ରେ ଏନେଇ ଇନସ୍ପେକ୍ଟର ମନୋହରଙ୍କୁ ସୂଚନା ମିଳିଥିଲା। ସେ ଦିଲ୍ଲୀର ବାପରୋଲାରେ ଲୁଚିଥିବା ଜଣାପଡ଼ିଥିଲା। ସେଠାରେ ବିବାହ କରି ସେ ରହୁଥିବା ପୋଲିସ ଜାଣିପାରିଥିଲା। ପରେ ଡିସିପି ରାକେଶ ପାଓ୍ବରିଆଙ୍କ ନିର୍ଦ୍ଦେଶରେ ନାରକୋଟିକ୍ସ୍‌ ଟିମ୍‌ ଦେବେନ୍ଦ୍ରଙ୍କୁ ଗିରଫ କରିଛନ୍ତି। ଦେବେନ୍ଦ୍ର ଜଣେ ସିରିଏଲ୍‌ କିଲର ବୋଲି ପୋଲିସ କହିଛି। ସେ ଦେଶର ବିଭିନ୍ନ ରାଜ୍ୟର ଚୋରା କିଡ୍‌ନୀ ର଼୍ୟାକେଟ ସହିତ ଯୋଗାଯୋଗରେ ରହିଥିଲେ। ଟ୍ରକ୍‌ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିବା ପରେ କିଡ୍‌ନୀ ସହିତ ଶରୀରର ଅନ୍ୟ ଅଙ୍ଗ କାଢ଼ି ନେଇ ବିକ୍ରି କରୁଥିବା ପୋଲିସ କହିଛି। ଦେବେନ୍ଦ୍ର ଚୋରାରେ ୧୨୫ କିଡ୍‌ନୀ ପ୍ରତିରୋପଣ କରସାରିଛନ୍ତି। ହତ୍ୟା କରିବା ପରେ ସେ ମୃତଦେହଗୁଡ଼ିକୁ କୁମ୍ଭୀର ଥିବା ନାଳରେ ଫିଙ୍ଗି ଦେଉଥିଲେ। ପରେ ସମ୍ପୃକ୍ତ ଡ୍ରାଇଭରଙ୍କ ଟ୍ରକ୍‌ ଏବଂ ଟ୍ୟାକ୍ସି ବିକ୍ରି ହେବା ପରେ ଦେବେନ୍ଦ୍ରଙ୍କୁ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ଆବେଦନ ପୁଣି ଖାରଜ

ମୁମ୍ବାଇ,୧୬।୧୧: ଶିନା ବୋରା ହତ୍ୟା ମାମଲାରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମଙ୍ଗଳବାର ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଗଷ୍ଟ ୨୦୧୫ରେ ମୁଖାର୍ଜୀଙ୍କୁ ଗିରଫ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଜଣଙ୍କୁ ଏନ୍‌କାଉଣ୍ଟର, ଅନ୍ୟ ଜଣେ ଗିରଫ…

ଶ୍ରୀନଗର,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଲଗାମ୍‌ ଜିଲାରେ...

ଏପ୍ରିଲ ୨୦ ପରେ କୋହଳ ହୋଇପାରେ ଲକ୍‌ଡାଉନ ନିୟମ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧି କରିଛନ୍ତି। ପୂର୍ବରୁ ପାଳନ କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନର ସମୟ...

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଗୃହ ବିଭାଗ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୩୦।୧୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବା ପାଇଁ ମଙ୍ଗଳବାର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ହେଲେ ଏହି ବିସ୍ତାର ପରେ...

କଲେଜ ପରିସରରେ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ବେଙ୍ଗାଲୁରୁ, ୪।୧: ବେଙ୍ଗାଲୁରୁ ପ୍ରେସିଡେନ୍ସି କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଅନ୍ୟ କଲେଜର ଛାତ୍ର ଛୁରିଭୁସି ହତ୍ୟା କରିଛନ୍ତି । ଲାୟାସ୍ମତାଙ୍କୁ ତାଙ୍କ ଦୂର ସମ୍ପର୍କୀୟ...

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନ ମୋହନ

ହାଇଦ୍ରାବାଦ,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆନ୍ଧ୍ରର...

ମହାରାଷ୍ଟ୍ରରେ ଏମିତି କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି: ସଞ୍ଜୟ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସରକାର ଗଠନ କରି ପାରୁ ନାହାନ୍ତି। କାରଣ...

୧୦ ବର୍ଷ ପରେ ବନ୍ଦ ଘରୁ ଉଦ୍ଧାର

ଅହମଦାବାଦ୍‌, ୨୯ା୧୨: ଗୁଜରାଟର ରାଜକୋଟରେ ଏକ ଘରେ ୧୦ ବର୍ଷ ଧରି ବନ୍ଦ ରହିଥିବା ୩ ଭଉଣୀଭାଇଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ଅମରେଶ(୪୨), ଭବେଶ(୩୯)...

Advertisement
Archives

Model This Week