ଅଙ୍ଗନଓ୍ବାଡି ପିଲାଙ୍କୁ ପୋକ ସାଲୁବାଲୁ ଛତୁଆ

କେନ୍ଦ୍ରାପଡ଼ା,୨୦ା୭(ଜଗନ୍ନାଥ ଧଳ)ସମନ୍ବିତ ଶିଶୁ ବିକାଶ ଯୋଜନାରେ ସରକାରଙ୍କ ତରଫରୁ ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ସ୍ବାସ୍ଥ୍ୟ ଗଠନରେ ସହାୟକ ହେବା ନିମନ୍ତେ ପୁଷ୍ଟିକର ଛତୁଆ, ସୁଜି ହାଲୁଆ ଓ ବାଦାମଲଡୁ ଯୋଗାଇ ଦିଆଯାଉଛି। ଏହାର ପ୍ରସ୍ତୁତି ନିମନ୍ତେ ମିଶନଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି। ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ରରେ ବଣ୍ଟନ କରାଯାଉଥିବା ଛତୁଆ ଓ ସୁଜିରୁ ପୋକ ବାହାରୁଛି ା ଖାଇଲା ବେଳକୁ ଗମରା ଲାଗୁଛି । ଏଭଳି ଅଭିଯୋଗ ଆସିଛି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୭ନଂ. ୱାର୍ଡ ତଳବାଲିପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରରୁ ା ଗତ କିଛିଦିନ ଧରି କେନ୍ଦ୍ରରେ ଦିଆଯାଇଥିବା ସୁଜିରେ ପୋକ ସାଲୁବାଲୁ ହେଉଛି । କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ତଳବାଲିପଡ଼ା ଗ୍ରାମର ପାରେଶ୍ୱର ବିଶ୍ୱାଳ, ସୌମ୍ୟରଞ୍ଜନ ବିଶ୍ୱାଳ, ସୋଭାଗ୍ୟ ବିଶ୍ୱାଳ, ନରେଶ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, ଟୁଟୁୁ ବିଶ୍ୱାଳ ପ୍ରମୁଖ କହିଛନ୍ତି, ୭ ନଂ. ୱାର୍ଡ ଅଙ୍ଗନୱାଡି କେନ୍ଦ୍ରରେ ଥିବା ୧୫ ଜଣ ଶିଶୁଙ୍କ ପରିବାରକୁ ଗତ ୨ ମାସ ହେବ ନିମ୍ନମାନର ଛତୁଆ ଓ ସୁଜି ହାଲୁଆ ବଣ୍ଟନ କରାଯାଉଛି। ଯେଉଁଥିରେ ପୋକ ସାଲୁବାଲୁ ହେଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ପ୍ୟାକେଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ତିଆରି ହେବାର ମାସେ ଭିତରେ ଖାଦ୍ୟ ବ୍ୟବହାର କରିବା କଥା ା ମାତ୍ର ପ୍ରସ୍ତୁତି କେବେ ହୋଇଛି ତାହାର କିଛି ସୂଚନା ନାହଁି ା ପ୍ୟାକେଟରେ ତାରିଖ ଓ ମାସ ସ୍ଥାନରେ କିଛି ଉଲ୍ଲେଖ ନ ଥିବା ବେଳେ ପେନ୍‌ରେ ପ୍ରସ୍ତୁତି ତାରିଖ ଲେଖା ରହିଛି। ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ବୁଢୀ ଜାଗୁଳାଇ ସ୍ବୟଂ ସହାୟିକା ଗୋଷ୍ଠୀ (ଖ) ସାତକୁଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ୟାକେଟରେ ସ୍ପଷ୍ଟ ଭାବେ ଏହା ଉଲ୍ଲେଖ ରହିଛି। ପ୍ରତିମାସରେ ଛତୁଆ ଓ ହାଲୁଆ ପ୍ରସ୍ତୁତ କରିବାର ନିୟମ ଥିଲେ ସୁଦ୍ଧା ଏହା ନ କରି ପୁରୁଣା ଷ୍ଟକକୁ ସ୍ବୟଂ ସହାୟକ ଗୋଷ୍ଠୀ ଶିଶୁମାନଙ୍କୁ ଯୋଗାଇ ଦେଉଛନ୍ତି। ଶିଶୁମାନଙ୍କୁ ମିଳୁଥିବା ହାଲୁଆ ଯଦି ଏତେ ନିମ୍ନମାନର ତେବେ ପ୍ରସୂତି ମହିଳାଙ୍କୁ ମିଳୁଥିବା ଛତୁଆ, ଲଡୁ କେତେ ସ୍ବାସ୍ଥ୍ୟ ଉପଯୋଗୀ ତାହା ସହଜେ ଅନୁମେୟ। ସରକାର ଏପରି ନିମ୍ନମାନର ଜିନିଷ ମାଗଣାରେ ଦେବା କିଛି ମୂଲ୍ୟ ନାହିଁ ବୋଲି ସେମାନେ କହିଛନ୍ତି ା ଏ ନେଇ ତଳବାଲିପଡା ଅଙ୍ଗନୱାଡି ସହାୟିକାଙ୍କୁ ପଚାରିବାରୁ ସେ କୁହନ୍ତି, ଛତୁଆ ଯୋଗାଣକାରୀ ସଂସ୍ଥା ପକ୍ଷରୁ ସେଣ୍ଟରକୁ ଯାହା ଯୋଗାଇ ଦିଆଯାଉଛି ସେ ଲୋକଙ୍କୁ ତାହା ଦେଉଛନ୍ତି ା ଏ ବିଷୟରେ ସେ ଅବଗତ ନାହାନ୍ତି ା ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ା ଏବାବଦରେ ସିଡିପିଓ ମନୋରମା ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଅଳ୍ପଦିନ ହେବ କାର୍ଯ୍ୟରେ ଯୋଗ ଦେଇଛି ା ଯେଉଁ ଅଭିଯୋଗ ଆସିଛି ସେ ସମ୍ପର୍କରେ ମୋ ପାଖରେ କୌଣସି ଖବର ନାହିଁ । ତଦନ୍ତ କରାଯିବ ା ଯଦି ଭୁଲ ଥାଏ ତେବେ ନିହାତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଭାବକ ନରେଶ ବିଶ୍ୱାଳ କୁହନ୍ତି, ଗତ ୧୫ ଦିନ ହେବ ସୁପରଭାଇଜର, ନୂଆ ସିଡିପିଓ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି ା ଗୁରୁବାର ୧୫ ଜଣ ଅଭିଭାବକ ମିଳିତ ଭାବେ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଏ ସଂକ୍ରାନ୍ତରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri