ବାରଦୁଆର ବୁଲି ଶିଶୁ ଭାଗ୍ୟ ଗଢ଼ୁଛନ୍ତି

ଆଳି, ୨୫ା୩(ଡି.ଏନ୍‌.ଏ.): କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିରେ ପ୍ରାକ୍‌ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ହେଲେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି। ଏହା ଦେଖିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ନ ଥିବା ପରି ଦୃଶ୍ୟମାନ ହେଉଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳରେ, ଯାହାର ଏକ ସଦ୍ୟତମ ଉଦାହରଣ ହେଉଛି ପତ୍ରପୁର ପଞ୍ଚାୟତରେ ଥିବା ବିଲିକଣା ଅଙ୍ଗନଓ୍ବାଡି କେନ୍ଦ୍ର।
ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଦୀର୍ଘ ୩ ବର୍ଷ ହେବ ବିପଦସଙ୍କୁଳ ଘୋଷିତ ହୋଇଥିଲେ ବି ତାହାର ବିକଳ୍ପ ବ୍ୟବସ୍ଥା କିଛି କରାଯାଇନାହିଁ। ଫଳରେ ବିଲିକଣା ଗଁାର ଶିଶୁମାନେ ବାରଦୁଆର ଶୁଣ୍ଢିପିଣ୍ଡା ହୋଇ ଘରକୁ ଘର ବୁଲି ପାଠ ପଢ଼ୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଦିନ ଅଙ୍ଗନଓ୍ବାଡି କର୍ମୀ ପିଲାମାନଙ୍କୁ ନେଇ କୌଣସି ଲୋକଙ୍କୁ ଅନୁରୋଧ କରି ତାଙ୍କ ଘରେ ଶିକ୍ଷା ଦେଉଛନ୍ତି। ସବୁଦିନ ଜଣଙ୍କ ଘରେ ପଢ଼େଇ ହେଉ ନ ଥିବାରୁ ଦୈନିକ କର୍ମୀ ଜଣଙ୍କ କାହାକୁ ନା କାହାକୁ ଅନୁରୋଧ କରି ତାଙ୍କ ଘରେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି। ଯଦି ଝଡ଼ବର୍ଷା ହେଲା ସେହିଦିନ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠପଢ଼ା ବନ୍ଦ କରିବାକୁ ସେମାନେ ବାଧ୍ୟ ହୁଅନ୍ତି। ବେଳେବେଳେ ଏଭଳି ଦେଖିବାକୁ ମିଳିଛି ଯେ, ଶିଶୁମାନେ ରାସ୍ତାକଡ଼ରେ ପାଠ ପଢିଥା’ନ୍ତି। ଏଭଳି ୩ ବର୍ଷ ହେଲା ଚାଲିଆସୁଥିଲେ ମଧ୍ୟ ଏଥିପ୍ରତି କାହାର ଦୃଷ୍ଟି ନାହିଁ। ଗ୍ରାମର ଲୋକମାନେ ଏ ବିଷୟରେ ସିଡିପିଓ, ପଞ୍ଚାୟତ ସରପଞ୍ଚ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ଫଳ ମିଳୁନାହିଁ। ବିପଦସଙ୍କୁଳ ପୁରାତନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଭାଙ୍ଗି ନୂତନ ନିର୍ମାଣ ପାଇଁ ଅନୁଦାନ ଆସିଥିଲେ ବି ତାହା କରାଯାଉନାହିଁ। ଏହାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବାରୁ ଶିଶୁମାନେ ପ୍ରଭାବିତ ହେବା ସହ ଗର୍ଭବତୀ, ପ୍ରସୂତି, ଟିକାକରଣ, ମମତା ଦିବସ, ଅନ୍ନପ୍ରାଶନ, ସାଦଖିଆ ଭଳି ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ କରିବାରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ଗ୍ରାମର ସୌଭାଗ୍ୟ ରାଉତ କୁହନ୍ତି, ରାଜ୍ୟ ସରକାର ଶିକ୍ଷାର ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ବିଲିକଣା ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତି କ’ଣ ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି ତାହା ଜଣାପଡୁନି। ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନ କ’ଣ ପାଇଁ ଶିଶୁମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି। ତୁରନ୍ତ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସେହିପରି ଗ୍ରାମର କନକଲତା ସାହୁ କୁହନ୍ତି, ଅଙ୍ଗନଓ୍ବାଡି ଖୋଲିବା ନିମନ୍ତେ ବାରମ୍ବାର ଦାବି କରିବା ସହ ସରପଞ୍ଚ, ଗ୍ରାମ କମିଟି ମଧ୍ୟରେ ଅନେକଥର ବୈଠକ ହୋଇଥିଲେ ମଧ୍ୟ ଗୃହ ନିର୍ମାଣ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଫଳରେ ଅଭିଭାବକମାନଙ୍କୁ ପ୍ରତିଦିନ ଆ ଦୁଆର ତା’ ଦୁଆର ହୋଇ ପିଲାଙ୍କୁ ଶିକ୍ଷା ଦେବା ବ୍ୟବସ୍ଥା କରୁଛନ୍ତି। ବର୍ତ୍ତମାନ ଅଙ୍ଗନଓ୍ବାଡି ଚାଲିଥିବା ଗୃହକର୍ତ୍ତା ବିଚିତ୍ରା ରାଉତ କୁହନ୍ତି, ଅଙ୍ଗନଓ୍ବାଡି କେନ୍ଦ୍ର ଯେତେବେଳେ ବିପଦସଙ୍କୁଳ ଘୋଷଣା ହୋଇଥିଲା ସେତେବେଳେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଢ଼ା ହେଉଥିଲା। ତାଙ୍କ ଘର ଭଙ୍ଗାଯିବାରୁ ସେ ତାଙ୍କ ଘରେ ଶିଶୁମାନଙ୍କ ପାଠ ପଢ଼ିବାକୁ ସୁଯୋଗ ଦେଇଥିଲେ। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରି ଶିଶୁମାନଙ୍କୁ ସେଠାରେ ଶିକ୍ଷାଦାନର ବ୍ୟବସ୍ଥା କରାନ୍ତୁ। ଏ ସମ୍ପର୍କରେ ଆଳି ସିଡିପିଓ କଳ୍ପନା ଧଳଙ୍କୁ ଯୋଗାଯୋଗ କରିବାରେ ଅଫିସରେ ଅନୁପସ୍ଥିତ ଥିବାବେଳେ ଟେଲିଫୋନ ରିସିଭ୍‌ କରି ନ ଥିଲେ। ଏ ନେଇ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚତ୍ନାହିଁ। ଏ ସଂକ୍ରାନ୍ତରେ ସେ ସିଡିପିଓ ଓ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଖୁବ୍‌ଶୀଘ୍ର ଅଙ୍ଗନଓ୍ବାଡି କେନ୍ଦ୍ରର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri