ଭୁବନେଶ୍ୱର,୧୮।୮ (ବ୍ୟୁରୋ): ଶିଶୁ ଖାଇବେ ମାଣ୍ଡିଆ ଲଡୁ। ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡ଼ି ଜଳଖିଆରେ ମାଣ୍ଡିଆ ଲଡୁକୁ ସାମିଲ କରିବା ପାଇଁ ଚିନ୍ତା କରାଯାଉଛି। ତେବେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ପ୍ରଥମେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ସଫଳତା ମିଳିଲେ ରାଜ୍ୟର ସବୁ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶା ମିଲେଟ୍ ମିଶନ ତରଫରୁ ବୈଷୟିକ ସହାୟତା ଏବଂ ଜିଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତାରେ ଜୁଲାଇରେ କେନ୍ଦୁଝର ଜିଲାର ୩୩୫ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସ୍ବାଧୀନତା ଦିବସରେ ସୁନ୍ଦରଗଡ଼ ଜିଲାର ହେମଗିରି, ଟାଙ୍ଗରପାଲି ଏବଂ ସଦର ବ୍ଲକ୍ ଅନ୍ତର୍ଗତ ୫୪୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ଏଥିସହ ଜିଲାର ଲେଫ୍ରିପଡ଼ା ବ୍ଲକ୍ରେ ମଧ୍ୟ ସ୍ପିରିଲୁନାଯୁକ୍ତ ବାଦାମ ଚିକି ବିତରଣ ଆରମ୍ଭ ହୋଇଛି। ଏଥିରୁ ସୁଫଳ ମିଳିଲେ ପ୍ରଥମେ ଦୁଇ ଜିଲାର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ମାଣ୍ଡିଆ ଲଡୁ ସାମିଲ ହେବ। କେନ୍ଦୁଝର ଜିଲାରେ ପ୍ରତି ଶିଶୁଙ୍କୁ ସପ୍ତାହରେ ୨ଟି ଓ ସୁନ୍ଦରଗଡ଼ ଜିଲାରେ ୪ଟି ଲେଖାଏ ମାଣ୍ଡିଆ ଲଡୁ ଦିଆଯିବ। ମାଣ୍ଡିଆ ଲଡୁ ପ୍ରସ୍ତୁତି ପାଇଁ ସାମଗ୍ରୀ ମିଶ୍ରଣରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ମାଣ୍ଡିଆ ସଂରକ୍ଷଣ, ମାଣ୍ଡିଆ ଚୂନା ପ୍ରସ୍ତୁତି ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବର୍ତ୍ତମାନ କରୋନା ଯୋଗୁ ଅଙ୍ଗନାଓ୍ବାଡ଼ି ବନ୍ଦ ଥିବାରୁ ଶିଶୁଙ୍କ ଘରେ ଏହି ମିଶ୍ରଣକୁ ଦିଆଯାଉଛି। ଏହି ମିଶ୍ରଣରେ ଲଡୁ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦେବା ପାଇଁ ମା’ମାନଙ୍କୁ ପରାମର୍ଶ ଦିଆଯାଉଛି। ଅଙ୍ଗନଓ୍ବାଡ଼ି ଖୋଲିବା ପରେ ସହାୟିକାମାନେ ନିଜେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ପ୍ରତି ବୁଧବାର ଓ ଶନିବାର ଖାଇବାକୁ ଦେବେ। ଏହାଦ୍ୱାରା ଶିଶୁଙ୍କ ପୋଷଣ ସମସ୍ୟା ଦୂର ହେବା ସହ ମାଣ୍ଡିଆ ଉପତ୍ାଦନ ବୃଦ୍ଧି ପାଇବ ଓ କୃଷକମାନେ ଉପତ୍ାଦନର ଉପଯୁକ୍ତ ମୂଲ୍ୟ ପାଇବେ। ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ରୋଜଗାରର ମାଧ୍ୟମ ସୃଷ୍ଟି ହେବ ବୋଲି ବିଭାଗ ଲକ୍ଷ୍ୟ ରହିଛି।

ଆନନ୍ଦପୁରରେ ୨୪ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର,୭।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଶନିବାର କେନ୍ଦୁଝର ଜିଲା ଆନନ୍ଦପୁର ସିଂହନାଳୀରେ ୧୨ ମେଗାଓ୍ବାଟ୍ର ବୈତରଣୀ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପର...

ଖୋର୍ଦ୍ଧାରେ ବଢୁଛି ଗୋମାଂସ ଚାଲାଣ
ଖୋର୍ଦ୍ଧା ଅଫିସ,୨୪।୯: ଖୋର୍ଦ୍ଧାରୁ ଗୋମାଂସ ଚାଲାଣ ବଢିବାରେ ଲାଗିଛି। ଏଠାରୁ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶ ପ୍ରଭୃତି ବାହାର ରାଜ୍ୟକୁ ଗୋମାଂସ ଚାଲାଣ...

ଘରୋଇ କଲେଜରୁ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ
ଭବାନୀପାଟଣା,୨୯।୩: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ଧାରଣା ଦେଲେ ବିଏସ୍ଏନ୍ଏଲ୍ ଠିକା କର୍ମଚାରୀ
ଜୟପୁର,୩ା୭(ଡି.ଏନ୍.ଏ.): ଜୟପୁରସ୍ଥିତ ବିଏସ୍ଏନ୍ଏଲରେ କାର୍ଯ୍ୟରତ ଚୁକ୍ତିଭତ୍ତିକ ଅସ୍ଥାୟୀ କର୍ମଚାରୀ ବୁଧବାର ଧାରଣା ଦେଇଛନ୍ତି। ସିଟୁ ସମର୍ଥିତ କାଜୁଆଲ କର୍ମଚାରୀ ସଂଘର ଆହ୍ବାନ କ୍ରମେ ସ୍ଥାନୀୟ ଟେଲିଫୋନ୍...
କୋଶଳୀକୁ ସରକାରୀ ଭାଷା ମାନ୍ୟତା ଦାବି
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ସାନ୍ତାଳୀ ଭାଷା ଭଳି କୋଶଳୀ ଭାଷାକୁ ଓଡ଼ିଶାର ଭାଷା ଭାବେ ସାମ୍ବିଧାନିକ ସ୍ବୀକୃତି ଦେବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି...

ଶ୍ରୀମନ୍ଦିର ସୁରକ୍ଷା ଜୋନ; ଜମି ବିକିଲା ୧ ପରିବାର
ପୁରୀ ଅଫିସ,୭ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଚାଲିଛି। ସ୍ବେଚ୍ଛାକୃତ ଭାବେ କେତେକ ପରିବାର ସେମାନଙ୍କ ଜମି ହସ୍ତାନ୍ତର କରୁଥିବାବେଳେ ମଙ୍ଗଳବାର ପୁଣି ଏକ...

ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ...

ସୁରଙ୍କୁ ନିରଞ୍ଜନଙ୍କ ନୋଟିସ
ଭୁବନେଶ୍ୱର,୨୭ା୪(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିଜର ମନ୍ତବ୍ୟକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାଆନ୍ତି। ବିଭିନ୍ନ ପ୍ରସଙ୍ଗ ଉପରେ ମତ ଦେଇ ଗଣମାଧ୍ୟମର ଦୃଷ୍ଟି...