ଭୁବନେଶ୍ୱର,୧୮।୮ (ବ୍ୟୁରୋ): ଶିଶୁ ଖାଇବେ ମାଣ୍ଡିଆ ଲଡୁ। ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡ଼ି ଜଳଖିଆରେ ମାଣ୍ଡିଆ ଲଡୁକୁ ସାମିଲ କରିବା ପାଇଁ ଚିନ୍ତା କରାଯାଉଛି। ତେବେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ପ୍ରଥମେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ସଫଳତା ମିଳିଲେ ରାଜ୍ୟର ସବୁ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶା ମିଲେଟ୍ ମିଶନ ତରଫରୁ ବୈଷୟିକ ସହାୟତା ଏବଂ ଜିଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତାରେ ଜୁଲାଇରେ କେନ୍ଦୁଝର ଜିଲାର ୩୩୫ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସ୍ବାଧୀନତା ଦିବସରେ ସୁନ୍ଦରଗଡ଼ ଜିଲାର ହେମଗିରି, ଟାଙ୍ଗରପାଲି ଏବଂ ସଦର ବ୍ଲକ୍ ଅନ୍ତର୍ଗତ ୫୪୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ଏଥିସହ ଜିଲାର ଲେଫ୍ରିପଡ଼ା ବ୍ଲକ୍ରେ ମଧ୍ୟ ସ୍ପିରିଲୁନାଯୁକ୍ତ ବାଦାମ ଚିକି ବିତରଣ ଆରମ୍ଭ ହୋଇଛି। ଏଥିରୁ ସୁଫଳ ମିଳିଲେ ପ୍ରଥମେ ଦୁଇ ଜିଲାର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ମାଣ୍ଡିଆ ଲଡୁ ସାମିଲ ହେବ। କେନ୍ଦୁଝର ଜିଲାରେ ପ୍ରତି ଶିଶୁଙ୍କୁ ସପ୍ତାହରେ ୨ଟି ଓ ସୁନ୍ଦରଗଡ଼ ଜିଲାରେ ୪ଟି ଲେଖାଏ ମାଣ୍ଡିଆ ଲଡୁ ଦିଆଯିବ। ମାଣ୍ଡିଆ ଲଡୁ ପ୍ରସ୍ତୁତି ପାଇଁ ସାମଗ୍ରୀ ମିଶ୍ରଣରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ମାଣ୍ଡିଆ ସଂରକ୍ଷଣ, ମାଣ୍ଡିଆ ଚୂନା ପ୍ରସ୍ତୁତି ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବର୍ତ୍ତମାନ କରୋନା ଯୋଗୁ ଅଙ୍ଗନାଓ୍ବାଡ଼ି ବନ୍ଦ ଥିବାରୁ ଶିଶୁଙ୍କ ଘରେ ଏହି ମିଶ୍ରଣକୁ ଦିଆଯାଉଛି। ଏହି ମିଶ୍ରଣରେ ଲଡୁ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦେବା ପାଇଁ ମା’ମାନଙ୍କୁ ପରାମର୍ଶ ଦିଆଯାଉଛି। ଅଙ୍ଗନଓ୍ବାଡ଼ି ଖୋଲିବା ପରେ ସହାୟିକାମାନେ ନିଜେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ପ୍ରତି ବୁଧବାର ଓ ଶନିବାର ଖାଇବାକୁ ଦେବେ। ଏହାଦ୍ୱାରା ଶିଶୁଙ୍କ ପୋଷଣ ସମସ୍ୟା ଦୂର ହେବା ସହ ମାଣ୍ଡିଆ ଉପତ୍ାଦନ ବୃଦ୍ଧି ପାଇବ ଓ କୃଷକମାନେ ଉପତ୍ାଦନର ଉପଯୁକ୍ତ ମୂଲ୍ୟ ପାଇବେ। ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ରୋଜଗାରର ମାଧ୍ୟମ ସୃଷ୍ଟି ହେବ ବୋଲି ବିଭାଗ ଲକ୍ଷ୍ୟ ରହିଛି।
ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା
ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…
୨ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର
ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍…
ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ
ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…
ଦଣ୍ଡିତ ହେଲା ପାକିସ୍ତାନ ଦଳ
ଦୁବାଇ,୧୪ା୯: ବର୍ମିଂହାମ୍ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…
ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର
ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…
ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ
ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…
ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…
ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ
ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

