Posted inଖେଳ

୨୦ ବର୍ଷ ବୟସରେ ମାରିଥିଲେ ୨୦ ଛକା: ମଦ ନିଶା ଯୋଗୁ ନଷ୍ଟ ହୋଇଯାଇଥିଲା କ୍ରିକେଟ୍‌ କ୍ୟାରିୟର୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ଆଜି ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସାଇମଣ୍ଡସ ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ପଡ଼ିଆରେ ଯାହା ବି କରିଥିଲେ, ସେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କରିଥିଲେ। ସେ ବୋଲିଂ, ବ୍ୟାଟିଂ କିମ୍ବା ସ୍ଲେଜିଂ ହୁଅନ୍ତୁ, ସବୁଥିରେ ସେ ମାହିର୍‌ ଥିଲେ। ବିବାଦ ସହିତ ତାଙ୍କର ସମ୍ପର୍କ ସର୍ବଦା ରହିଥିଲା। ଏହି କାରଣରୁ ସାଇମଣ୍ଡସ୍‌ଙ୍କ କ୍ୟାରିୟର ଏତେ ଦିନ ତିଷ୍ଠି ପାରିଲା ନାହିଁ। ଅନ୍ୟ ଦେଶରେ ଜନ୍ମ ହୋଇଥିବା ଏବଂ ଆଉ ଗୋଟିଏ ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଅଳ୍ପ କିଛି ଖେଳାଳିଙ୍କ ମଧ୍ୟରୁ ସାଇମଣ୍ଡସ ଅନ୍ୟତମ।
ସାଇମଣ୍ଡସ ୧୯୭୫ରେ ଇଂଲଣ୍ଡର ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜଣେ ମାତାପିତା ୱେଷ୍ଟଇଣ୍ଡିଜ ଏବଂ ଜଣେ ୟୁରୋପୀୟ ଥିଲେ। ତେବେ ପରେ ତାଙ୍କୁ ଜଣେ ଦମ୍ପତି ପୌଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ। ସାଇମଣ୍ଡସଙ୍କୁ ଗ୍ରହଣ କରିଥିବା ପରିବାର ତାଙ୍କୁ ଅଷ୍ଟ୍ରେଲିଆ ନେଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା। କିନ୍ତୁ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେ ପ୍ରଥମ କିଛି ବର୍ଷ ପାଇଁ କାଉଣ୍ଟି କ୍ରିକେଟ ସହିତ ଅଷ୍ଟ୍ରେଲିଆର ଘରୋଇ ଶେଫିଲ୍ଡ ସିଲ୍ଡ ଟୁର୍ନାମେଣ୍ଟ ଖେଳିବା ଜାରି ରଖିଥିଲେ। ୨୦ ବର୍ଷ ବୟସରେ, ଗ୍ଲୁକେଷ୍ଟେରେଶର୍‌ ପାଇଁ ଖେଳୁଥିବା ବେଳେ ସେ ଗ୍ଲାମରଗାନ ବିପକ୍ଷ ମ୍ୟାଚରେ ୨୦ ଛକା ମାରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ଟି ଛକା ସହ ସେ ବିଶ୍ୱ ରେକର୍ଡ କରିଥିଲେ।
୧୯୯୮ରେ ଅଷ୍ଟ୍ରେଲିଆ ପାଇଁ ସାଇମଣ୍ଡସ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। ୨୦୦୩ ବିଶ୍ୱକପ ସାଇମଣ୍ଡସ ପାଇଁ ସ୍ବତନ୍ତ୍ର ଥିଲା। ଏହି ଟୁର୍ନାମେଣ୍ଟ ପୂର୍ବରୁ ସେ ଆହତ ହୋଇଥିଲେ। ତେବେ ଏହି ଆଘାତରୁ ସୁସ୍ଥ ହେବା ପରେ ସେ ପ୍ରତ୍ୟାବର୍ତ୍ତନ କରି ପାକିସ୍ତାନ ବିପକ୍ଷରେ ୧୨୫ ବଲରେ ଅପରାଜିତ ୧୪୩ ସ୍କୋର କରିଥିଲେ। ସେ ୨୦୦୩ ଏବଂ ୨୦୦୭ ରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିୟ ଦଳର ଏକ ଅଂଶ ଥିଲେ। କିନ୍ତୁ ମଦ ନିଶା ଯୋଗୁ ତାଙ୍କ କ୍ୟାରିୟର୍‌ ବେଶି ଦିନ ତିଷ୍ଠି ନ ଥିଲା। ସେ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟରେ ୧୪୬୨ ରନ ସ୍କୋର କରିଥିଲେ। ଏଥି ସହିତ, ୧୯୮ ଟି ଏକଦିବସୀୟରେ, ସେ ହାରାହାରି ୪୦ରେ ୫୦୮୮ ରନ କରିଥିଲେ। ବୋଲିଂରେ ମଧ୍ୟ ତାଙ୍କର ଛାପ ଛାଡିଥିଲେ। ସେ ଟେଷ୍ଟରେ ୨୪ଟି ଏବଂ ଏକଦିବସୀୟରେ ୧୩୩ ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?