Posted inଖେଳ

ମ୍ୟାକ୍ସଓ୍ବେଲ, ଡି’ ଭିଲର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ : ଆରସିବିର ହ୍ୟାଟ୍ରିକ ବିଜୟ

ଚେନ୍ନାଇ,୧୮।୪: ଚଳିତ ଆଇପିଏଲରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏମ୍‌. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଆରସିବି ୩୮ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇଛି। ଏହି ବିଜୟ ସହ ଆରସିବି ପୁଣି ଥରେ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି।

୨୦୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିଲା କୋଲକାତା ଆରମ୍ଭରୁ ଆଟାକିଂ ବ୍ୟାଟିଂ କରିଥିଲା। ଦଳର ଉପର କ୍ରମର ବ୍ୟାଟ୍ସମ୍ୟାନ ନୀତିଶ ରାଣା (୧୮ ରନ୍‌, ୨ ଚୌକା ଓ ଗୋଟିଏ ଛକା), ଶୁବମାନ ଗିଲ (୨୧ ରନ୍‌, ୨ ଲେଖାଏ ଚୌକା ଓ ଛକା), ରାହୁଲ ତ୍ରିପାଠି (୨୫ ରନ୍‌, ୫ ଚୌକା) ଓ ଅଧିନାୟକ ଇଆନ ମୋର୍ଗାନ ( ୨୯ ରନ୍‌, ଗୋଟିଏ ଚୌକା ଓ ୨ ଛକା)ଙ୍କୁ ମିଳିଥିଲା ଭଲ ଆରମ୍ଭ। ହେଲେ କେହି ବଡ଼ ସ୍କୋର ହାସଲ କରିପାରି ନ ଥିଲେ। ଆଉ ଶେଷକୁ ଦେଖିବାକୁ ମିଳିଥିଲା ଆନ୍ଧ୍ରେ ରସେଲ (୩୧ ରନ୍‌, ୩ ଚୌକା ଓ ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ। ଏହା ସତ୍ତ୍ୱେ କୋଲକାତା ଶେଷ ପର୍ଯ୍ୟନ୍ତ ଖେଳି ୮ ଉଇକେଟ କ୍ଷତିରେ ୧୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପୂରା ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ୍‌ କରିଛି। ଗ୍ଲେନ ମ୍ୟାକ୍ସଓ୍ବେଲ (୭୮) ଓ ଏବି ଡି’ ଭିଲର୍ସ (୭୬)ଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ଦୁହିଁଙ୍କ ଇନିଂସରେ ସାମିଲ ଥିଲା ୯ ଲେଖାଏ ଚୌକା ଓ ୩ଟି ଲେଖାଏ ଛକା। ଦୁହେଁ କେକେଆର ବୋଲରଙ୍କୁ ଗ୍ରାଉଣ୍ଡର ଚାରି ଆଡ଼େ ଚୌକା ଓ ଛକା ଲଗାଇଥିଲେ। ଫଳରେ ପ୍ରଥମ ଦୁଇ ଓଭରରେ ଦୁଇ ଉଇକେଟ ନେଇଥିବା କେକେଆର ବୋଲରମାନେ ପରବର୍ତ୍ତୀ ସମୟରେ ମ୍ୟାଚ୍‌କୁ ଫେରି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାରଣରୁ ପୁଣି ଥରେ ଫେଲ୍‌ ହୋଇପାରେ ଆରସିବି

ଚେନ୍ନାଇ, ୪ା୪- ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍‌ ଆଇପିଏଲ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ରହିଲା। ଏଥର ମଧ୍ୟ ବିରାଟ କୋହଲିଙ୍କ...

ହକି ଇଣ୍ଡିଆକୁ ଏଏଚ୍‌ଏଫ୍‌ର ସମ୍ବର୍ଦ୍ଧନା

ନୂଆଦିଲ୍ଳୀ, ୨୪ା୩ (ପି.ଟି.):ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆ ସମ୍ବର୍ଦ୍ଧିତ। ଗୁରୁବାର ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ଏହ ସମ୍ମାନ ପ୍ରଦାନ...

ପ୍ରେମ ଦିବସରେ ଆଉଥରେ ବିବାହ କଲେ ହାର୍ଦ୍ଦିକ,ସାମ୍ନାକୁ ଆସିଲା ବିବାହ ଫଟୋ

ନୂଆଦିଲ୍ଲୀ,୧୫।୨: ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ପୁଣିଥରେ ବିବାହ କରିଛନ୍ତି। ଉଭୟ ଉଦୟପୁରରେ ସାତଫେରା ନେଇଛନ୍ତି।...

ଧୋନୀଙ୍କ ପରେ ଅବସର ନେଲେ ସୁରେଶ ରାଇନା

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର କିଛି ସମୟ ପରେ...

ଲଜ୍ଜାଜନକ ରେକର୍ଡ: ୪୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା ଭାରତୀୟ ଦଳ

୪୭ ବର୍ଷ ପୂର୍ବେ ଠିକ୍‌ ଆଜିର ଦିନ ଲର୍ଡସରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲା। ୧୯୭୪ ମସିହାରେ ଅଜିତ ୱାଡେକରଙ୍କ...

୬ ୱିକେଟରେ ଜିତିଲା ଏମଆଇ…

ନୂଆଦିଲ୍ଲୀ,୧୧।୪ : ଆଇପିଏଲ ସିରିଜ ୧୬ର ୧୬ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ୬ ୱିକେଟରେ ବିଜୟ ହାସଲ କରିଛି...

ମ୍ୟାଚ ଚାଲିଥିବାବେଳେ ପଡିଆରେ ପଶିଲା କୁକୁର, ଡରିଗଲେ ଖେଳାଳି

ଚେନ୍ନାଇ, ୧୫।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚେନ୍ନାଇରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଲାଯାଉଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମେ ଟସ୍‌ ଜିଣି ପ୍ରଥମେ ବୋଲିଂ...

ୟୁଏସ୍‌ ଓପନ ଟେନିସ

ଶ୍ରେଷ୍ଠ ସିଡ୍‌ ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ ଓ ନାଓମି ଓସାକା ଏଥର ମଧ୍ୟ ୟୁଏସ୍‌ ଓପନ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି।...

Advertisement
Archives

Model This Week