କୋଟିଆ ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ ନେଇ ପଟ୍ଟାଙ୍ଗୀରେ ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗୀ,୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ସଂଗ୍ରହ ଲାଗି ଉଦ୍ୟମ ଆରମ୍ଭ କରିଛି ଆନ୍ଧ୍ର। ଏଥିପାଇଁ ଆନ୍ଧ୍ର ପୋଲିସ ସୋମବାର ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରେ ବିଡିଓ ସୌମ୍ୟସାର୍ଥକ ମିଶ୍ରଙ୍କୁ ଭେଟିଛି। ହେଲେ ଏଥିରେ ସେମାନଙ୍କୁ ସଫଳତା ମିଳିନାହିଁ।
ଖବରରୁ ଜଣାପଡିଛି ସାଲୁର ପୋଲିସ ଅଧୀନରେ କୋଟିଆ ପଞ୍ଚାୟତ ରହିଥିବା ଦର୍ଶାଇ ଆନ୍ଧ୍ରର ବିଜୟନଗରମ ପୋଲିସ ପ୍ରଶାସନ ଏସ୍‌ଆଇ ରୋହିନି ପାଥିଙ୍କ ନେତୃତ୍ୱରେ କେତେକ ପୋଲିସ କର୍ମଚାରୀଙ୍କୁ ଧରି ଦୁଇଟି ବୋଲେରୋରେ ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେମାନେ ବିଡିଓ ମିଶ୍ରଙ୍କ ସହ ଆଲୋଚନା କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତାଲିକା ନେବାକୁ ଚାହିଁଥିଲେ। ତେବେ ବିଡିଓ ମିଶ୍ର ସେମାନଙ୍କୁ ନିରାଶ କରିଥିଲେ। ନିର୍ବାଚନ ପାଇଁ ଦାଖଲ ସମସ୍ତ ନାମାଙ୍କନପତ୍ର ଆମ ନିକଟରେ ନାହିଁ। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ବ୍ଲକ କାର୍ଯ୍ୟାଳୟରେ ସରିବା ପରେ ସମସ୍ତ ରେକର୍ଡ ଜିଲା ପ୍ରଶାସନକୁ ହସ୍ତାନ୍ତର ହୋଇଥିବା ବିଡିଓ କହିଥିଲେ। ବ୍ଲକ କାର୍ଯ୍ୟାଳୟରୁ ନିରାଶ ହୋଇ ଆନ୍ଧ୍ର ପୋଲିସ ତହସିଲ କାର୍ଯ୍ୟାଳୟକୁ ଯାଇ ତାଲିକା ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରୁ ପାଇ ନ ଥିଲେ। ଶେଷରେ ସେମାନେ ଆନ୍ଧ୍ର ଫେରିଯାଇଥିଲେ। ଅନ୍ୟପକ୍ଷରେ ଆନ୍ଧ୍ର ପୋଲିସ ଓଡ଼ିଶାରେ ପହଞ୍ଚତ୍ କୋଟିଆରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ତାଲିକା ତଲାସି କରିବା ଆନ୍ଧ୍ରର ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri