ଓଡ଼ିଶା ସରକାରଙ୍କ ଜମିପଟ୍ଟାକୁ ଗ୍ରାମବାସୀଙ୍କଠାରୁ ନେଇଯାଇଛି ଆନ୍ଧ୍ର

ନନ୍ଦପୁର,୨।୭ (ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି। ଆନ୍ଧ୍ର ତା’ର ସୀମା ଡେଇଁ ଓଡ଼ିଶା ସୀମାର ପ୍ରାୟ ଦେଢ଼ କି.ମି.ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ଅନୁପ୍ରବେଶ କରିଛି। ଆନ୍ଧ୍ର ପ୍ରଶାସନ ଓଡ଼ିଶା ଜଙ୍ଗଲ ଜମିକୁ ନିଜର କହି ରାଇପାହାଡ ଗ୍ରାମର ୧୫ ପରିବାରକୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିଥିବା ଜଣାପଡ଼ିଛି। ଏହି ଜଙ୍ଗଲ ଜମି ପଟ୍ଟାଧାରୀଙ୍କୁ ହିତାଧିକାରୀ ଦର୍ଶାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଆନ୍ଧ୍ର ତା’ର ବିଭିନ୍ନ ଯୋଜନାରେ ସାମିଲ କରିବାକୁ ପ୍ରଲୋଭନ ଦେଖାଇ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଜାରି ରଖିଛି। ତେବେ ରାଇପାହାଡ ଗ୍ରାମବାସୀଙ୍କଠାରୁ ଆନ୍ଧ୍ର କୌଶଳକ୍ରମେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜମି ପଟ୍ଟା ନେଇଯାଇଛି।
ତେବେ ସୀମାନ୍ତ ଅଞ୍ଚଳର କେତେକ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଜିଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କୋରାପୁଟ ଜିଲାପାଳ ଆନ୍ଧ୍ରର ଆଲୁରି ସିଥାରମନ ଜିଲାର ଜିଲାପାଳଙ୍କୁ ୨୭ା୬ା୨୩ରେ ଚିଠି ଲେଖି ତୁରନ୍ତ ଏହି ଅନୁପ୍ରବେଶ ବନ୍ଦ କରିବା ଏବଂ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଓ ଶନିବାର ସୀମାନ୍ତ ଅଞ୍ଚଳ ଯାଞ୍ଚ କରିବାକୁ ନନ୍ଦପୁର ବ୍ଲକ ପ୍ରଶାସର ଏକ ଟିମ୍‌ ଯାଇଥିଲା। ଏଥିରେ ତହସିଲଦାର ନରସିଂହ ଗାଦବା, ପାଡୁଆ ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରୀ, ଅମିନ ଶଙ୍କର ବାବୁ, ବାଲଡା ବନାଞ୍ଚଳ ଅଧିକାରୀ ବାଦଲ ମହାନ୍ତି ଓ ପାଡୁଆ ବନପାଳ ସାମିଲ ହୋଇଥିଲେ। ଯାଞ୍ଚ ବେଳେ ଏହି ଟିମ୍‌ ହାତରେ ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମି ପଟ୍ଟା ଏବଂ ଆନ୍ଧ୍ର ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ପ୍ରମାଣ ଲାଗିଛି। ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜମି ପଟ୍ଟାଗୁଡ଼ିକୁ ଆନ୍ଧ୍ର ଅଧିକାରୀମାନେ ରାଇପାହାଡ ଗ୍ରାମବାସୀଙ୍କଠାରୁ ବିଭିନ୍ନ କାମ ବାହାନାରେ ନେଇଯାଇଥିବା ଯାଞ୍ଚ ବେଳେ ଏହି ଟିମ୍‌ ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଛି। ତହସିଲଦାର ରାଇପାହାଡ ଗ୍ରାମବାସୀଙ୍କୁ ନନ୍ଦପୁର ତହସିଲ ପକ୍ଷରୁ ପ୍ରଦତ୍ତ ଜମିପଟ୍ଟା ମାଗିବାରୁ ଗ୍ରାମବାସୀ ନିଜ ନିଜର ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମିପଟ୍ଟା ଦେଖାଇଥିଲେ। ଓଡ଼ିଶା ଜମି ପଟ୍ଟା ଗ୍ରାମକୁ ଆସୁଥିବା ଆନ୍ଧ୍ର କର୍ମଚାରୀ ନେଇ ଯାଇଥିବା ଗ୍ରାମବାସୀ କହିଥିଲେ। ଫଳରେ ଆନ୍ଧ୍ର ପ୍ରଶାସନ ଆଗାମୀ ଦିନରେ ଓଡ଼ିଶାର ଏହି ଜମିର ପଟ୍ଟାକୁ ନେଇ କିଛି ବଡ ଧରଣର ଯୋଜନା କରୁଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ଟିମ୍‌ ଯାଞ୍ଚ ସମୟରେ ଆନ୍ଧ୍ର ଓଡ଼ିଶାର ସୀମାସୂଚକ ପଥର ଡେଇଁ ଅନୁପ୍ରବେଶ କରୁଥିବା ଜଣାପଡିଛି। ରାଜସ୍ବ ଜମିରେ ଏଯାଏ ଆନ୍ଧ୍ର କୌଣସି ନିର୍ମାଣ କରିନାହିଁ। ତେବେ ଜଙ୍ଗଲ ଜମିକୁ ଅକ୍ତିଆର କରିବାକୁ ଆନ୍ଧ୍ର ସବୁପ୍ରକାର ଉଦ୍ୟମ କରୁଥିବା ତହସିଲଦାର ଗାଦବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri