ଓଡ଼ିଶା ସରକାରଙ୍କ ଜମିପଟ୍ଟାକୁ ଗ୍ରାମବାସୀଙ୍କଠାରୁ ନେଇଯାଇଛି ଆନ୍ଧ୍ର

ନନ୍ଦପୁର,୨।୭ (ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି। ଆନ୍ଧ୍ର ତା’ର ସୀମା ଡେଇଁ ଓଡ଼ିଶା ସୀମାର ପ୍ରାୟ ଦେଢ଼ କି.ମି.ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ଅନୁପ୍ରବେଶ କରିଛି। ଆନ୍ଧ୍ର ପ୍ରଶାସନ ଓଡ଼ିଶା ଜଙ୍ଗଲ ଜମିକୁ ନିଜର କହି ରାଇପାହାଡ ଗ୍ରାମର ୧୫ ପରିବାରକୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିଥିବା ଜଣାପଡ଼ିଛି। ଏହି ଜଙ୍ଗଲ ଜମି ପଟ୍ଟାଧାରୀଙ୍କୁ ହିତାଧିକାରୀ ଦର୍ଶାଇ ପରିବାରର ସମସ୍ତ ସଦସ୍ୟଙ୍କୁ ଆନ୍ଧ୍ର ତା’ର ବିଭିନ୍ନ ଯୋଜନାରେ ସାମିଲ କରିବାକୁ ପ୍ରଲୋଭନ ଦେଖାଇ ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶ ଜାରି ରଖିଛି। ତେବେ ରାଇପାହାଡ ଗ୍ରାମବାସୀଙ୍କଠାରୁ ଆନ୍ଧ୍ର କୌଶଳକ୍ରମେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜମି ପଟ୍ଟା ନେଇଯାଇଛି।
ତେବେ ସୀମାନ୍ତ ଅଞ୍ଚଳର କେତେକ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଜିଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କୋରାପୁଟ ଜିଲାପାଳ ଆନ୍ଧ୍ରର ଆଲୁରି ସିଥାରମନ ଜିଲାର ଜିଲାପାଳଙ୍କୁ ୨୭ା୬ା୨୩ରେ ଚିଠି ଲେଖି ତୁରନ୍ତ ଏହି ଅନୁପ୍ରବେଶ ବନ୍ଦ କରିବା ଏବଂ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଓ ଶନିବାର ସୀମାନ୍ତ ଅଞ୍ଚଳ ଯାଞ୍ଚ କରିବାକୁ ନନ୍ଦପୁର ବ୍ଲକ ପ୍ରଶାସର ଏକ ଟିମ୍‌ ଯାଇଥିଲା। ଏଥିରେ ତହସିଲଦାର ନରସିଂହ ଗାଦବା, ପାଡୁଆ ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରୀ, ଅମିନ ଶଙ୍କର ବାବୁ, ବାଲଡା ବନାଞ୍ଚଳ ଅଧିକାରୀ ବାଦଲ ମହାନ୍ତି ଓ ପାଡୁଆ ବନପାଳ ସାମିଲ ହୋଇଥିଲେ। ଯାଞ୍ଚ ବେଳେ ଏହି ଟିମ୍‌ ହାତରେ ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମି ପଟ୍ଟା ଏବଂ ଆନ୍ଧ୍ର ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ପ୍ରମାଣ ଲାଗିଛି। ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜମି ପଟ୍ଟାଗୁଡ଼ିକୁ ଆନ୍ଧ୍ର ଅଧିକାରୀମାନେ ରାଇପାହାଡ ଗ୍ରାମବାସୀଙ୍କଠାରୁ ବିଭିନ୍ନ କାମ ବାହାନାରେ ନେଇଯାଇଥିବା ଯାଞ୍ଚ ବେଳେ ଏହି ଟିମ୍‌ ଗ୍ରାମବାସୀଙ୍କଠାରୁ ଜାଣିବାକୁ ପାଇଛି। ତହସିଲଦାର ରାଇପାହାଡ ଗ୍ରାମବାସୀଙ୍କୁ ନନ୍ଦପୁର ତହସିଲ ପକ୍ଷରୁ ପ୍ରଦତ୍ତ ଜମିପଟ୍ଟା ମାଗିବାରୁ ଗ୍ରାମବାସୀ ନିଜ ନିଜର ଆନ୍ଧ୍ର ପ୍ରଦତ୍ତ ଜଙ୍ଗଲ ଜମିପଟ୍ଟା ଦେଖାଇଥିଲେ। ଓଡ଼ିଶା ଜମି ପଟ୍ଟା ଗ୍ରାମକୁ ଆସୁଥିବା ଆନ୍ଧ୍ର କର୍ମଚାରୀ ନେଇ ଯାଇଥିବା ଗ୍ରାମବାସୀ କହିଥିଲେ। ଫଳରେ ଆନ୍ଧ୍ର ପ୍ରଶାସନ ଆଗାମୀ ଦିନରେ ଓଡ଼ିଶାର ଏହି ଜମିର ପଟ୍ଟାକୁ ନେଇ କିଛି ବଡ ଧରଣର ଯୋଜନା କରୁଥିବା ଆଶଙ୍କା ପ୍ରକାଶ ପାଇଛି। ଏହି ଟିମ୍‌ ଯାଞ୍ଚ ସମୟରେ ଆନ୍ଧ୍ର ଓଡ଼ିଶାର ସୀମାସୂଚକ ପଥର ଡେଇଁ ଅନୁପ୍ରବେଶ କରୁଥିବା ଜଣାପଡିଛି। ରାଜସ୍ବ ଜମିରେ ଏଯାଏ ଆନ୍ଧ୍ର କୌଣସି ନିର୍ମାଣ କରିନାହିଁ। ତେବେ ଜଙ୍ଗଲ ଜମିକୁ ଅକ୍ତିଆର କରିବାକୁ ଆନ୍ଧ୍ର ସବୁପ୍ରକାର ଉଦ୍ୟମ କରୁଥିବା ତହସିଲଦାର ଗାଦବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?