୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, ୧୦ା୮ (ଡି.ଏନ୍‌.ଏ): ଗଜପତି ଜିଲାରେ ଗତ ଦୁଇଦିନ ଧରି ଲାଗିରହିଛି ଲଘୁଚାପ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଲଗାଣ ବର୍ଷା ଯୋଗୁ ନଦୀର ଜଳସ୍ତର ମଧ୍ୟ ବୃଦ୍ଧିପାଇ କୂଳ ଲଙ୍ଘୁଛି। ମୋହନା ନିକଟରେ ପ୍ରବାହିତ ହେଉଥିବା ହରଭଙ୍ଗି ନଦୀର ପ୍ରଖର ସ୍ରୋତରେ ଭାସିଯାଇଛି ଅସ୍ଥାୟୀ ପୋଲ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେଇ ନ ପାରିବାରୁ ତାଙ୍କର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ମୋହନା ବ୍ଲକରେ ପ୍ରବାହିତ ହେଉଛି ହରଭଙ୍ଗି ନଦୀ। ମୋହନାକୁ ଯିବାକୁ ହେଲେ ଏହି ନଦୀ ପାର ହେବାକୁ ପଡ଼େ ବାଢ଼େଇପୁର, ଗୁଣ୍ଡିରିଗୁଡ଼ା, ଧନପଙ୍କ ଓ ନୂଆସାହିବାସୀଙ୍କୁ। ଲୋକଙ୍କ ଯିବାଆସିବା ପାଇଁ ହରଭଙ୍ଗିରେ ନିର୍ମାଣ ହୋଇଥିଲା ଏକ ଅସ୍ଥାୟୀ ପୋଲ। ଆଖପାଖ ଲୋକଙ୍କ ଜୀବନଜୀବିକା ପାଇଁ ଗମନାଗମନର ମାଧ୍ୟମ ପାଲଟିଥାଏ ଏହି ପୋଲ। ହେଲେ ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀରେ ପ୍ରଖର ସ୍ରୋତ ଆସିବାରୁ ସୋମବାର ରାତିରେ ପୋଲଟି ଭାସିଯାଇଛି। ବନ୍ଧ ବାଡ଼ ଡେଇଁ ମାଡ଼ିଚାଲିଛି ଜଳରାଶି। ଫଳରେ ଉପରୋକ୍ତ ୪ଟି ଗଁାକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଖାଲି ସେତିକି ନୁହେଁ, ଛାତ୍ରୀଛାତ୍ରମାନଙ୍କ ସ୍କୁଲ କଲେଜ୍‌ ଯିବାରେ ବାଧା ସୃଷ୍ଟି ହୋଇଛି। ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଗୁଣ୍ଡିରିଗୁଡ଼ାର ଇସ୍ରାଇଲ ମଣ୍ଡଳ ନାମକ ଜଣେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନିଆଯାଇ ନ ପାରିବାରୁ ତାଙ୍କର ମୃତ୍ୟୁ ହୋଇଥିତ୍ବା ଅଭିଯୋଗ ହୋଇଛି। ସନ୍ଧ୍ୟାରେ ଗ୍ରାମ ପଞ୍ଚାୟତ ଅଧିକାରୀ (ଜିପିଓ) ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିବିରେ ବଢ଼ୁଛି ଆର୍ଥିକ ଅନିୟମିତତା

ଯାଜପୁର ଅଫିସ,୩।୧୨:ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସହିତ ଅନୁବନ୍ଧିତ ୧୭ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (ସିସିବି) ବା ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ରହିଛି। ସେଥିମଧ୍ୟରୁ ୮...

ପଦ୍ମପୁରରେ ସାବିତ୍ରୀ ବାଗ୍‌ ପୌରାଧ୍ୟକ୍ଷା

ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିରେ ବିଜେଡିର ସାବିତ୍ରୀ ବାଗ ପୌରାଧ୍ୟକ୍ଷ ନିର୍ବାଚିତ ହୋଇଛିନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରଞ୍ଜୁ ସେଠୀଙ୍କୁ ୬୬୨...

ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ଖୋଲିବାକୁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ

ଭୁବନେଶ୍ବର,୧୭ା୧(ବ୍ୟୁରୋ):ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ବିଧାୟକ ଭବନ ହେବ। ଏନେଇ ବିଧାନସଭା ଏଥିକ୍ସ କମିଟିରେ ସୋମବାର ଆଲୋଚନା ହେବା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ...

ଆନ୍ଧ୍ର ଟ୍ରକ ଚାଳକଙ୍କୁ ମାଡ ମାରି ଲୁଟ, ୩ ଗିରଫ

ହିଞ୍ଜିଳିକାଟୁ,୫ା୩(ଡି.ଏନ୍‌.ଏ.) – ହିଞ୍ଜିଳି ଥାନା ବୁରୁପୋଡା ଛକରେ ରବିବାର ରାତି ପ୍ରାୟ ୯ରେ ଏକ ଆନ୍ଧ୍ର ଟ୍ରକ ଚାଳକଙ୍କୁ ଲୁଟେରା ଆକ୍ରମଣ କରି ମୋବାଇଲ ଓ...

ଖତ ଖାଉଛି ଉଦ୍ଧାରକାରୀ ବୋଟ୍‌

ପଦ୍ମପୁର, ୨୪।୫ (ଡି.ଏନ.ଏ.) ଭଦ୍ରକ ଜିଲାର ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ଭାବେ ଜଣାଶୁଣା ବାସୁଦେବପୁର ବ୍ଲକରେ ଥିବା ଏକମାତ୍ର ଉଦ୍ଧାରକାରୀ ବୋଟ୍‌ ଏବେ...

ଶହେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ପ୍ରଦାନ

ଗଞ୍ଜାମ,୨୬ା୪(ଡି.ଏନ.ଏ.)- କରୋନା ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି, କମିବାର ନା ଧରୁନି। ତେଣୁ ସରକାର ଲକ ଡାଉନ ଅବଧି ବଢ଼େଇ ଚାଲିଛନ୍ତି।...

ଚୋରା କେନ୍ଦୁପତ୍ର ସହ ଗାଡ଼ି ଜବତ, ୨ ଗିରଫ

ଆଠମଲ୍ଲିକ,୧୦ା୧୨(ଡି.ଏନ.ଏ.)- ଆଠମଲ୍ଲିକ ଡିଏଫ୍‌ଓ ସମ୍ୟକ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ବନ ବିଭାଗ କର୍ମଚାରୀମାନେ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା କେନ୍ଦୁପତ୍ର ସହ ଗୋଟିଏ...

ଜଳବାୟୁ ସହ ସମନ୍ବିତ ବିକାଶକୁ ଗୁରୁତ୍ୱ

ରାଉରକେଲା ଅଫିସ,୮।୫:ରାଉରକେଲା ବନଖଣ୍ଡ ଅଫିସ ସମ୍ମିଳନୀ କକ୍ଷରେ ରବିବାର ଜୈବ ଅର୍ଥନୀତି ସମ୍ପର୍କିତ ତ୍ରିଦିବସୀୟ ଜାତୀୟସ୍ତରର ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ...

Advertisement
Archives

Model This Week