ବିପଦସଙ୍କୁଳ ଅବସ୍ଥାରେ ପ୍ରାଚୀନ କୁଶଭଦ୍ରା ସେତୁ

ନିମାପଡ଼ା,୧୨।୭(ଡି.ଏନ୍‌.ଏ.):ନିମାପଡ଼ା ଦୋଳବେଦୀ ଛକଠାରେ କୁଶଭଦ୍ରା ନଦୀ ଉପରେ ଥିବା କୁଶଭଦ୍ରା ସେତୁଟି ଏବେ ବିପଦସଙ୍କୁଳ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଶହ ଶହ ବର୍ଷର ବହୁ ପ୍ରାଚୀନ ସେତୁର ଅବସ୍ଥା ଏବେ ଅତି ଶୋଚନୀୟ ହୋଇପଡିଛି। ଯଦି ଏହି ସେତୁକୁ ମରାମତି କରା ନ ଯାଏ, ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ସେତୁ ତା’ର ସତ୍ତା ହରାଇ ବସି ଭୁଶୁଡ଼ି ପଡିବାର ଆଶଙ୍କା କରାଯାଉଛି। ହେଲେ ଏ ଦିଗରେ ସ୍ଥାନୀୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ନିଘା ନ ଥିବା ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିମାପଡ଼ା ପୂର୍ତ୍ତ ବିଭାଗ ଉପଖଣ୍ଡ ଅଫିସଠାରୁ ମାତ୍ର ୭୦୦ ମିଟର ଦୂରରେ ଏହି ସେତୁ ରହିଛି। ତେବେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କର ଏ ଦିଗରେ ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ବିଭିନ୍ନ ମହଲରୁ କୁହାଯାଉଛି। ଶହଶହ ବର୍ଷର ଏହି କୁଶଭଦ୍ରା ସେତୁଟି ନିମାପଡ଼ା ମାଟିର ବରପୁତ୍ର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତା ସ୍ବର୍ଗତ ମୋହନ ଦାସଙ୍କ ସମୟର। ସ୍ବର୍ଗତ ଦାସ ୧୯୫୭ରୁ ୧୯୬୧ ମସିହା ପର୍ଯ୍ୟନ୍ତ ନିମାପଡ଼ାର ବିଧାୟକ ଥିବାବେଳେ ୧୯୫୮ରେ ସେତୁଟି ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସେତୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି। ନିମାପଡ଼ାର କିମ୍ବଦନ୍ତୀ ମୂକସାକ୍ଷୀ ଏହି ପ୍ରାଚୀନ ସେତୁଟି ବର୍ତ୍ତମାନ ଜରାଜୀର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ସେଠାରେ ଗଛ ଉଠିଗଲାଣି। ବହୁ ସ୍ଥାନରେ ଖାଲ ସୃଷ୍ଟି ହୋଇ ବର୍ଷା ଜଳ ଜମି ରହୁଛି। ସେତୁର ଉଭୟ ପାର୍ଶ୍ୱରେ ଥିବା ବାଡ଼ ବହୁ ଜାଗାରେ ଭାଙ୍ଗି ଯାଇଛି। ଦୟନୀୟ ଅବସ୍ଥା ଯୋଗୁ ସେତୁଟି ଦିନକୁ ଦିନ ଦୁର୍ବଳ ହୋଇପଡୁଛି। ଶହଶହ ବର୍ଷ ଧରି ପୁରୀ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଆଦି ୪ଟି ଜିଲା ସହ କୋଣାର୍କ, ପିପିଲି, କାକଟପୁର, ଅସ୍ତରଙ୍ଗ, ଭୁବନେଶ୍ୱର, କଟକକୁ ଏହି ସେତୁ ସଂଯୋଗ କରୁଛି। ଦୈନିକ ଏହି ସେତୁ ଦେଇ ବହୁ ସଂଖ୍ୟାରେ ଯାନବାହନ ଯାତାୟାତ କରୁଛି। ତେଣୁ ଏହି ସେତୁର ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥାନୀୟ ଲୋକେ ୫-ଟି ସଚିବ, ପୂର୍ତ୍ତ ମନ୍ତ୍ରୀ, ପୂର୍ତ୍ତ ବିଭାଗ ସଚିବ, ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ଯଦି ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ କୁଶଭଦ୍ରା ସେତୁର ସୁରକ୍ଷା ଦାବିରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଜନପ୍ରତିନିଧି, ସ୍ବେଚ୍ଛାସେବୀ, ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଶାଲ କୁମାର ହେମ୍ବ୍ରମ୍‌ଙ୍କୁ ଫୋନ୍‌ ନଂ.-୯୪୩୮୪୦୫୫୫୨ ଯୋଗେ ସୋମବାର ପୂର୍ବାହ୍ନ ୧୧ଟା ୩୫ରେ ଯୋଗାଯୋଗ କରିବାରେ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ଏହା ପୂର୍ବରୁ ୩ ଦିନ ଧରି ଏହି ଘଟଣା ନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନର ଜବାବ ରଖି ନ ଥିଲେ। ଏ ବାବଦରେ ଗାଡ଼ିଚାଳକ ରମେଶ ବେହେରାଙ୍କୁ ପଚାରିବାରେ, ବିଭିନ୍ନ ସ୍ଥାନରେ ସେତୁ ଭାଙ୍ଗିରୁଜି ମେଲା ହୋଇଯାଇଛି। ସଂଯୋଗ ସ୍ଥଳିରେ ଲୁହାପ୍ଲେଟ୍‌ ଉଠିଯାଇଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଏଥିପାଇଁ ଆମକୁ ଗାଡି ଚଳାଇବାକୁ ଭୟ ଲାଗୁଥିବା ରମେଶ କହିଛନ୍ତି। ସେତୁରେ ହୋଇଯାଇଥିବା ଖାଲ ଜାଗାରେ ଆମର ଛୋଟ ପିଲାଙ୍କ ଗୋଡ଼ ପଶିଯାଇ ଦୁର୍ଘଟଣା ଘଟିବାର ଆଶଙ୍କା ଥିବା ସ୍ଥାନୀୟ ବାସିନ୍ଦା ମଇନ ସେଠୀ କହିଛନ୍ତି। ବର୍ଷା ହେଲେ ସେଠାରେ ପାଣି ଜମି ରହୁଥିବାରୁ ରାସ୍ତାରେ ଯିବା ସମୟରେ ଖାଲ ଜଣା ପଡୁ ନ ଥିବାରୁ ଗାଡି ଚକା ଫସିଯାଉଥିବା ବାସିନ୍ଦା କୈଳାସ ବେହେରା, କପିଳ ସେଠୀ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ଏହି ସେତୁ ଉପରେ ଭାରିଯାନ ଯାତାୟତବେଳେ ସେତୁଟି ଥରିଲା ଭଳି ଲାଗିବାରୁ ଏହା ଭୁଶୁଡ଼ି ପଡିବାର ଭୟ ରହିଥିବା ସ୍ଥାନୀୟ ବାସିନ୍ଦା ପ୍ରସନ୍ନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri