ବିପଦସଙ୍କୁଳ ଅବସ୍ଥାରେ ପ୍ରାଚୀନ କୁଶଭଦ୍ରା ସେତୁ

ନିମାପଡ଼ା,୧୨।୭(ଡି.ଏନ୍‌.ଏ.):ନିମାପଡ଼ା ଦୋଳବେଦୀ ଛକଠାରେ କୁଶଭଦ୍ରା ନଦୀ ଉପରେ ଥିବା କୁଶଭଦ୍ରା ସେତୁଟି ଏବେ ବିପଦସଙ୍କୁଳ, ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଶହ ଶହ ବର୍ଷର ବହୁ ପ୍ରାଚୀନ ସେତୁର ଅବସ୍ଥା ଏବେ ଅତି ଶୋଚନୀୟ ହୋଇପଡିଛି। ଯଦି ଏହି ସେତୁକୁ ମରାମତି କରା ନ ଯାଏ, ତେବେ ଖୁବ୍‌ କମ୍‌ ଦିନ ମଧ୍ୟରେ ସେତୁ ତା’ର ସତ୍ତା ହରାଇ ବସି ଭୁଶୁଡ଼ି ପଡିବାର ଆଶଙ୍କା କରାଯାଉଛି। ହେଲେ ଏ ଦିଗରେ ସ୍ଥାନୀୟ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ନିଘା ନ ଥିବା ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିମାପଡ଼ା ପୂର୍ତ୍ତ ବିଭାଗ ଉପଖଣ୍ଡ ଅଫିସଠାରୁ ମାତ୍ର ୭୦୦ ମିଟର ଦୂରରେ ଏହି ସେତୁ ରହିଛି। ତେବେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କର ଏ ଦିଗରେ ଦୃଷ୍ଟି ନ ପଡିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ବିଭିନ୍ନ ମହଲରୁ କୁହାଯାଉଛି। ଶହଶହ ବର୍ଷର ଏହି କୁଶଭଦ୍ରା ସେତୁଟି ନିମାପଡ଼ା ମାଟିର ବରପୁତ୍ର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କୃଷକ ନେତା ସ୍ବର୍ଗତ ମୋହନ ଦାସଙ୍କ ସମୟର। ସ୍ବର୍ଗତ ଦାସ ୧୯୫୭ରୁ ୧୯୬୧ ମସିହା ପର୍ଯ୍ୟନ୍ତ ନିମାପଡ଼ାର ବିଧାୟକ ଥିବାବେଳେ ୧୯୫୮ରେ ସେତୁଟି ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ସେତୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି। ନିମାପଡ଼ାର କିମ୍ବଦନ୍ତୀ ମୂକସାକ୍ଷୀ ଏହି ପ୍ରାଚୀନ ସେତୁଟି ବର୍ତ୍ତମାନ ଜରାଜୀର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ସେଠାରେ ଗଛ ଉଠିଗଲାଣି। ବହୁ ସ୍ଥାନରେ ଖାଲ ସୃଷ୍ଟି ହୋଇ ବର୍ଷା ଜଳ ଜମି ରହୁଛି। ସେତୁର ଉଭୟ ପାର୍ଶ୍ୱରେ ଥିବା ବାଡ଼ ବହୁ ଜାଗାରେ ଭାଙ୍ଗି ଯାଇଛି। ଦୟନୀୟ ଅବସ୍ଥା ଯୋଗୁ ସେତୁଟି ଦିନକୁ ଦିନ ଦୁର୍ବଳ ହୋଇପଡୁଛି। ଶହଶହ ବର୍ଷ ଧରି ପୁରୀ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଆଦି ୪ଟି ଜିଲା ସହ କୋଣାର୍କ, ପିପିଲି, କାକଟପୁର, ଅସ୍ତରଙ୍ଗ, ଭୁବନେଶ୍ୱର, କଟକକୁ ଏହି ସେତୁ ସଂଯୋଗ କରୁଛି। ଦୈନିକ ଏହି ସେତୁ ଦେଇ ବହୁ ସଂଖ୍ୟାରେ ଯାନବାହନ ଯାତାୟାତ କରୁଛି। ତେଣୁ ଏହି ସେତୁର ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ବହୁ ବୁଦ୍ଧିଜୀବୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସ୍ଥାନୀୟ ଲୋକେ ୫-ଟି ସଚିବ, ପୂର୍ତ୍ତ ମନ୍ତ୍ରୀ, ପୂର୍ତ୍ତ ବିଭାଗ ସଚିବ, ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ଯଦି ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ କୁଶଭଦ୍ରା ସେତୁର ସୁରକ୍ଷା ଦାବିରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଜନପ୍ରତିନିଧି, ସ୍ବେଚ୍ଛାସେବୀ, ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ କୁଶାଲ କୁମାର ହେମ୍ବ୍ରମ୍‌ଙ୍କୁ ଫୋନ୍‌ ନଂ.-୯୪୩୮୪୦୫୫୫୨ ଯୋଗେ ସୋମବାର ପୂର୍ବାହ୍ନ ୧୧ଟା ୩୫ରେ ଯୋଗାଯୋଗ କରିବାରେ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା। ଏହା ପୂର୍ବରୁ ୩ ଦିନ ଧରି ଏହି ଘଟଣା ନେଇ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନର ଜବାବ ରଖି ନ ଥିଲେ। ଏ ବାବଦରେ ଗାଡ଼ିଚାଳକ ରମେଶ ବେହେରାଙ୍କୁ ପଚାରିବାରେ, ବିଭିନ୍ନ ସ୍ଥାନରେ ସେତୁ ଭାଙ୍ଗିରୁଜି ମେଲା ହୋଇଯାଇଛି। ସଂଯୋଗ ସ୍ଥଳିରେ ଲୁହାପ୍ଲେଟ୍‌ ଉଠିଯାଇଥିବାରୁ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ଏଥିପାଇଁ ଆମକୁ ଗାଡି ଚଳାଇବାକୁ ଭୟ ଲାଗୁଥିବା ରମେଶ କହିଛନ୍ତି। ସେତୁରେ ହୋଇଯାଇଥିବା ଖାଲ ଜାଗାରେ ଆମର ଛୋଟ ପିଲାଙ୍କ ଗୋଡ଼ ପଶିଯାଇ ଦୁର୍ଘଟଣା ଘଟିବାର ଆଶଙ୍କା ଥିବା ସ୍ଥାନୀୟ ବାସିନ୍ଦା ମଇନ ସେଠୀ କହିଛନ୍ତି। ବର୍ଷା ହେଲେ ସେଠାରେ ପାଣି ଜମି ରହୁଥିବାରୁ ରାସ୍ତାରେ ଯିବା ସମୟରେ ଖାଲ ଜଣା ପଡୁ ନ ଥିବାରୁ ଗାଡି ଚକା ଫସିଯାଉଥିବା ବାସିନ୍ଦା କୈଳାସ ବେହେରା, କପିଳ ସେଠୀ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ଏହି ସେତୁ ଉପରେ ଭାରିଯାନ ଯାତାୟତବେଳେ ସେତୁଟି ଥରିଲା ଭଳି ଲାଗିବାରୁ ଏହା ଭୁଶୁଡ଼ି ପଡିବାର ଭୟ ରହିଥିବା ସ୍ଥାନୀୟ ବାସିନ୍ଦା ପ୍ରସନ୍ନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?