ରିଲେସନଶିପକୁ ନେଇ ଖୋଲାଖୋଲି କଥା ହେଲେ ଅନନ୍ୟା, ମନେପକାଇଲେ ଏକ୍ସ ବୟଫ୍ରେଣ୍ଡଙ୍କୁ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ ଭାଲେଣ୍ଟାଇନ ଡେ’ ଅବସରରେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ମନେପକାଇବା ସହ ଏବେକାର ରିଲେସନଶିପକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି । ଟିକେ ଭିନ୍ନ ଅନ୍ଦାଜରେ ବଲିଉଡ୍ ସେଲିବ୍ରିଟିମାନେ ଭାଲେଣ୍ଟାଇନ ଡେ’ ପାଳନ କରୁଥିବା ବେଳେ ଅନନ୍ୟା ବି ଏଥିରୁ ବାଦ୍ ପଡି ନାହାନ୍ତି । ଭାଲେଣ୍ଟାଇନ ଡେ’ ଅବସରରେ ଏହି ଚୁଲବୁଲି ନାୟିକା ଏକ ଡେଟିଂ ଆପ୍ ତିଆରି କରିଛନ୍ତି । ଏହି ଅବସରରେ ସେ ତାଙ୍କ ଲଭ ଲାଇଫକୁ ନେଇ କଥା ହୋଇଛନ୍ତି । ଏହି ସମୟରେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ମନେପକାଇଛନ୍ତି । ଆଉ ଏବେକାର ରିଲେସନଶିପକୁ ନେଇ କହିଛନ୍ତି ଆମେ କେବଳ ଭଲ ବନ୍ଧୁ । ତେବେ ବ୍ରେକ୍‌ଅପ୍ ପରେ ଯେଉଁମାନେ ଭାଙ୍ଗି ପଡୁଛନ୍ତି ତାକୁ ନେଇ ଅନନ୍ୟା କହିଛନ୍ତି ଏଥିରେ ଭାଙ୍ଗି ପଡିବାର କୌଣସି କାରଣ ନାହିଁ । କାରଣ ସବୁଶେଷ ପରେ ଗୋଟିଏ ନୂଆ ଆରମ୍ଭ ହୋଇଥାଏ । ସେ କହିଛନ୍ତି ମୋତେ ଏକ୍ସ ବକ୍ସ ବହୁତ ପସନ୍ଦ । କାରଣ ମୋତେ କାର୍ଡ ଜଳାଇବାକୁ ଭଲ ଲାଗେନି । ମୋର ଫିଲ୍ମ ଟିକେଟ ସେହି ବକ୍ସରେ ରହିଛି । ଖୁବ୍‌ଶୀଘ୍ର ଅନନ୍ୟା ଫିଲ୍ମ ‘ଲାଇଗର’ରେ ନଜର ଆସିବେ । ଏଥିରେ ସାଉଥ୍ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?