ଅନନ୍ୟା ନୃତ୍ୟାଙ୍ଗନା ବିଦିଶା

ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଭାମୟୀ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସମାରୋହ ସମେତ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ତେଲଙ୍ଗାନା, ଦିଲ୍ଲୀ ଆଦି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ତାଙ୍କ ନୃତ୍ୟର ଝଲକ, ଯାହାକି ନା କେବଳ ଦର୍ଶକଙ୍କ ମନ ମୋହିଛି ବରଂ ଏଥିପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା ଓ ପୁରସ୍କାର। ସେ ହେଉଛନ୍ତି ଆଚାର୍ଯ୍ୟ ବିହାର, ଭୁବନେଶ୍ୱର ବାସିନ୍ଦା ରୁମା ଏବଂ ଅସିତ କୁମାର ବସୁମଲ୍ଲିକଙ୍କ ଝିଅ ସୁଶ୍ରୀ ବିଦିଶା। ବର୍ତ୍ତମାନ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳା ୧ମ ବର୍ଷ ଛାତ୍ରୀ। ସେ କୁହନ୍ତି, ”ପିଲାବେଳୁ ଡ୍ୟାନ୍ସ ପ୍ରତି ଖୁବ୍‌ ଆଗ୍ରହ ରହି ଆସିଛି। ଘର ପାଖରେ ଥିବା ଏକ ଡ୍ୟାନ୍ସ କ୍ଲାସ୍‌ରେ ଯେବେ ଅନ୍ୟମାନଙ୍କୁ ପ୍ରାକ୍ଟିସ୍‌ କରୁଥିବାର ଦେଖୁଥିଲି ନିଜେ ମଧ୍ୟ ସେମାନଙ୍କ ଭଳି ଡ୍ୟାନ୍ସ କରିବାକୁ ଚେଷ୍ଟା କରୁଥିଲି। ମୋର ଏହି ଆଗ୍ରହ ଦେଖି ଜେଜେବାପା ଇଂ. ବଳରାମ ପ୍ରସାଦ ବସୁମଲ୍ଲିକ ସର୍ବପ୍ରଥମେ ଏ ଦିଗରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଦେଇଥିଲେ। ମା’ବାପା ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ। ଆଜିଯାଏ ମୋର ପ୍ରତ୍ୟେକ ସଫଳତା ପଛରେ ସେମାନଙ୍କ ଅବଦାନ ଅତୁଳନୀୟ।“ ବିଦିଶାଙ୍କୁ ମାତ୍ର ୧୭ ବର୍ଷ ବୟସରେ ନ୍ୟୁ ଦିଲ୍ଲୀରୁ ସର୍ବୋତ୍ତମ ନୃତ୍ୟଶିଳ୍ପୀ ଭାବରେ କନିଷ୍ଠ ବର୍ଗର ବୃତ୍ତି ପ୍ରାପ୍ତ ହୋଇଛି। କେବଳ ଏତିକି ନୁହେଁ; ତାଙ୍କୁ ପ୍ରଜ୍ଞା ପ୍ରତିଭା ସମ୍ମାନ-୨୦୧୮, କଳାକାର ସମ୍ମାନ-୨୦୧୯, ନବ ଉନ୍ମେଷ ସମ୍ମାନ-୨୦୧୯, ଇଣ୍ଟରନ୍ୟାଶନାଲ ଫେଷ୍ଟିଭାଲ- ୨୦୨୦ ଭଳି ଅନେକ ପୁରସ୍କାର ମିଳିଛି। ନୃତ୍ୟାଚାର୍ଯ୍ୟ ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ନୃତ୍ୟାନୁଷ୍ଠାନ ‘ନୃତ୍ୟାୟନ’ରୁ ମନୋଜ କୁମାର ପ୍ରଧାନଙ୍କଠାରୁ ନୃତ୍ୟଶିକ୍ଷା ଲାଭ କରିଛନ୍ତି। ନୃତ୍ୟ ବ୍ୟତୀତ ବିଦିଶା ଅଭିନୟ କ୍ଷେତ୍ରରେ ମଧ୍ୟ ରୁଚି ରଖନ୍ତି। ବଙ୍ଗଳାର ବେଶ୍‌ ଲୋକପ୍ରିୟ ଲୋକଗୀତ ‘ଗେଣ୍ଡା ଫୁଲ୍‌ର କଭର’ ଗୀତରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ପାଇପାରିଛନ୍ତି। ତାଙ୍କ ଦ୍ୱାରା ଅଭିନୀତ ତୁ ରଜା ଝିଅ ମୁଁ ରିକ୍ସାବାଲା, ଇସାରା, ଅଭିମାନିନୀ ଏ ଅମାନିଆ ଢେଉ ଭଳି ଓଡ଼ିଆ ମ୍ୟୁଜିକ୍‌ ଆଲବମ୍‌ ଭିଡିଓ ମିଲିଅନ ଦର୍ଶନଙ୍କ ଦ୍ୱାରା ଆଦୃତ ହେଇପାରିଛି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ଓଡ଼ିଆ ମ୍ୟୁଜିକ୍‌ ଆଲବମ୍‌ ପାଉଁଜି ମୁକ୍ତିଲାଭ କରିବାକୁ ଯାଉଛି। ଆଗାମୀ ଦିନରେ ସୁଶ୍ରୀ ବିଦିଶା ଆମ ରାଜ୍ୟର ଗର୍ବ ଓ ଗୌରବ ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ସହ ଅଭିନୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri