ଅନନ୍ୟା ନୃତ୍ୟାଙ୍ଗନା ବିଦିଶା

ଓଡ଼ିଶୀ ନୃତ୍ୟର ଜଣେ ପ୍ରତିଭାମୟୀ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସମାରୋହ ସମେତ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ତେଲଙ୍ଗାନା, ଦିଲ୍ଲୀ ଆଦି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ତାଙ୍କ ନୃତ୍ୟର ଝଲକ, ଯାହାକି ନା କେବଳ ଦର୍ଶକଙ୍କ ମନ ମୋହିଛି ବରଂ ଏଥିପାଇଁ ତାଙ୍କୁ ମିଳିଛି ଅନେକ ପ୍ରଶଂସା ଓ ପୁରସ୍କାର। ସେ ହେଉଛନ୍ତି ଆଚାର୍ଯ୍ୟ ବିହାର, ଭୁବନେଶ୍ୱର ବାସିନ୍ଦା ରୁମା ଏବଂ ଅସିତ କୁମାର ବସୁମଲ୍ଲିକଙ୍କ ଝିଅ ସୁଶ୍ରୀ ବିଦିଶା। ବର୍ତ୍ତମାନ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ କଳା ୧ମ ବର୍ଷ ଛାତ୍ରୀ। ସେ କୁହନ୍ତି, ”ପିଲାବେଳୁ ଡ୍ୟାନ୍ସ ପ୍ରତି ଖୁବ୍‌ ଆଗ୍ରହ ରହି ଆସିଛି। ଘର ପାଖରେ ଥିବା ଏକ ଡ୍ୟାନ୍ସ କ୍ଲାସ୍‌ରେ ଯେବେ ଅନ୍ୟମାନଙ୍କୁ ପ୍ରାକ୍ଟିସ୍‌ କରୁଥିବାର ଦେଖୁଥିଲି ନିଜେ ମଧ୍ୟ ସେମାନଙ୍କ ଭଳି ଡ୍ୟାନ୍ସ କରିବାକୁ ଚେଷ୍ଟା କରୁଥିଲି। ମୋର ଏହି ଆଗ୍ରହ ଦେଖି ଜେଜେବାପା ଇଂ. ବଳରାମ ପ୍ରସାଦ ବସୁମଲ୍ଲିକ ସର୍ବପ୍ରଥମେ ଏ ଦିଗରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇ ଦେଇଥିଲେ। ମା’ବାପା ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ। ଆଜିଯାଏ ମୋର ପ୍ରତ୍ୟେକ ସଫଳତା ପଛରେ ସେମାନଙ୍କ ଅବଦାନ ଅତୁଳନୀୟ।“ ବିଦିଶାଙ୍କୁ ମାତ୍ର ୧୭ ବର୍ଷ ବୟସରେ ନ୍ୟୁ ଦିଲ୍ଲୀରୁ ସର୍ବୋତ୍ତମ ନୃତ୍ୟଶିଳ୍ପୀ ଭାବରେ କନିଷ୍ଠ ବର୍ଗର ବୃତ୍ତି ପ୍ରାପ୍ତ ହୋଇଛି। କେବଳ ଏତିକି ନୁହେଁ; ତାଙ୍କୁ ପ୍ରଜ୍ଞା ପ୍ରତିଭା ସମ୍ମାନ-୨୦୧୮, କଳାକାର ସମ୍ମାନ-୨୦୧୯, ନବ ଉନ୍ମେଷ ସମ୍ମାନ-୨୦୧୯, ଇଣ୍ଟରନ୍ୟାଶନାଲ ଫେଷ୍ଟିଭାଲ- ୨୦୨୦ ଭଳି ଅନେକ ପୁରସ୍କାର ମିଳିଛି। ନୃତ୍ୟାଚାର୍ଯ୍ୟ ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ନୃତ୍ୟାନୁଷ୍ଠାନ ‘ନୃତ୍ୟାୟନ’ରୁ ମନୋଜ କୁମାର ପ୍ରଧାନଙ୍କଠାରୁ ନୃତ୍ୟଶିକ୍ଷା ଲାଭ କରିଛନ୍ତି। ନୃତ୍ୟ ବ୍ୟତୀତ ବିଦିଶା ଅଭିନୟ କ୍ଷେତ୍ରରେ ମଧ୍ୟ ରୁଚି ରଖନ୍ତି। ବଙ୍ଗଳାର ବେଶ୍‌ ଲୋକପ୍ରିୟ ଲୋକଗୀତ ‘ଗେଣ୍ଡା ଫୁଲ୍‌ର କଭର’ ଗୀତରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ପାଇପାରିଛନ୍ତି। ତାଙ୍କ ଦ୍ୱାରା ଅଭିନୀତ ତୁ ରଜା ଝିଅ ମୁଁ ରିକ୍ସାବାଲା, ଇସାରା, ଅଭିମାନିନୀ ଏ ଅମାନିଆ ଢେଉ ଭଳି ଓଡ଼ିଆ ମ୍ୟୁଜିକ୍‌ ଆଲବମ୍‌ ଭିଡିଓ ମିଲିଅନ ଦର୍ଶନଙ୍କ ଦ୍ୱାରା ଆଦୃତ ହେଇପାରିଛି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ଓଡ଼ିଆ ମ୍ୟୁଜିକ୍‌ ଆଲବମ୍‌ ପାଉଁଜି ମୁକ୍ତିଲାଭ କରିବାକୁ ଯାଉଛି। ଆଗାମୀ ଦିନରେ ସୁଶ୍ରୀ ବିଦିଶା ଆମ ରାଜ୍ୟର ଗର୍ବ ଓ ଗୌରବ ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ସହ ଅଭିନୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନ୍‌ସନ୍‌ରେ ଥିଲେ…

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକେ ଟେନ୍‌ସନ୍‌ର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ନିଜର କାର୍ଯ୍ୟ କରିବା କ୍ଷମତା ପ୍ରଭାବିତ ହୋଇଥାଏ। ଯଦି କୌଣସି କଥାକୁ ନେଇ...

ଏହିପରି କରନ୍ତୁ ମଙ୍ଗଳବାର ବ୍ରତ : ମନସ୍କାମନା ପୂର୍ଣ୍ଣ ସହ ଶନିଙ୍କ କୋପରୁ ପାଇବେ ମୁକ୍ତି

ମଙ୍ଗଳବାର ବ୍ରତ ରଖିବାର ସ୍ବତନ୍ତ୍ର ବିଧି ରହିଛି। ଶ୍ରୀହନୁମାନଙ୍କର ଆରାଧନା କରିବା ଦ୍ୱାରା ଭୟ, ରୋଗ, ଶୋକ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି।...

କାର୍ଯ୍ୟଦକ୍ଷତା ଓ ମାନସିକ ରୋଗ

ମାନସିକ ରୋଗ ଜଣେ ବ୍ୟକ୍ତିର କାର୍ଯ୍ୟଧାରାକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। କାରଣ ଏହାଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ମାନସିକତା ପ୍ରଭାବିତ ହୋଇଥାଏ। ସେ ଅଧିକାଂଶ ସମୟରେ...

ବାସ୍ତୁ ଅନୁସାରେ ଶୋଇବାଘର: କ’ଣ ରହିଛି ନିୟମ…

ବିଶ୍ୱ ସମ୍ବନ୍ଧୀୟ ବିଜ୍ଞାନ ହେଉଛି ବାସ୍ତୁଶାସ୍ତ୍ର; ଯାହା ସୁସୃଷ୍ଟ ପରିବେଶ ତିଆରି ସହିତ ଜୀବନରେ ସୁଖ, ସମୃଦ୍ଧି, ଧନ ବିଭବ ବୃଦ୍ଧି ଆଦିରେ ସାହାଯ୍ୟ କରେ।...

ଏହି ୪ ରାଶିର ଲୋକ ହୋଇଥାନ୍ତି ଅଦ୍ଭୁତ ଶକ୍ତିର ମାଲିକ; ଜାଣନ୍ତୁ କେତେ ଭାଗ୍ୟଶାଳୀ ଆପଣ

ମନୁଷ୍ୟ ଜୀବନରେ ରାଶିର ମହତ୍ତ୍ୱ ଅଧିକ। ରାଶି ଅନୁଯାୟୀ ବ୍ୟକ୍ତିର ସ୍ବଭାବ ଏବଂ ଆଚରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ରାଶିରୁ ୪ ରାଶି...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସହଜ ଉପାୟ ରହିଛି। ତାହା ପୁଣି ହାତପାଆନ୍ତାରେ। ଆପଣ ପ୍ରତିଦିନ କିଛି ସମୟ ସାଙ୍ଗମାନଙ୍କ ସହ ଗପୁଛନ୍ତି କି ?...

ସାବଧାନ! ଏସବୁ ଖରାପ ଅଭ୍ୟାସ ପାଇଁ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଲୋକେ ମୋଟା ହୁଅନ୍ତି ତାହା ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି।...

ସ୍ବାସ୍ଥ୍ୟ ପାଇଁ ଅମୃତ ପଇଡ଼ ପାଣି

ବର୍ତ୍ତମାନ ଖରାର ପ୍ରଭାବ ଦିନକୁ ଦିନ ଯେତେ ଯେତେ ବଢୁଛି, ରାସ୍ତାକଡ଼ରେ ବିଭିନ୍ନ ଥଣ୍ଡାପାନୀୟ ଦୋକାନ ଆଗରେ ଭିଡ଼ ସେତେ ଜମୁଛି। ହେଲେ ସ୍ବାସ୍ଥ୍ୟ ସଚେତନତା...

Advertisement
Archives

Model This Week