Odisha Elections 2024

ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି

ଆନନ୍ଦପୁର,୨୪ା୨(ଉମେଶ ଚନ୍ଦ୍ର ପାଢ଼ୀ): କେନ୍ଦୁଝର ଜିଲା ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ନିର୍ମାଣ ହୋଇଥିବା ଆମ ବସ୍‌ଷ୍ଟାଣ୍ଡ ଲୋକାର୍ପଣ ଦିନଠାରୁ ବନ୍ଦ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ ନିର୍ମିତ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିଥିଲେ। ମାତ୍ର ଉଦ୍‌ଘାଟନର କେଇ ଘଣ୍ଟା ପରେ ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ରାଜ୍ୟ ସଡ଼କ ପରିବହନ ନିଗମ ଆନୁକୂଲ୍ୟରେ ୧୫ ତାରିଖ ଗୁରୁବାର ଦିନ ୧୩ ଗୋଟି ଜିଲାରେ ୨୦ ଟି ନୂତନ ଆମ ବସ୍‌ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଏଥିରେ ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ୪ କୋଟି ୭ ଲକ୍ଷ ୧୯ ହଜାର ୯ ସହ ୫୩ ଟଙ୍କା ବ୍ୟୟରେ ନିିର୍ମିତ ନୂତନ ଆମ ବସ୍‌ଷ୍ଟାଣ୍ଡ ସାମିଲ ଥିଲା। ମାତ୍ର ବସ୍‌ଷ୍ଟାଣ୍ଡରେ ଆଜି ପର୍ଯ୍ୟନ୍ତ ତାଲା ଝୁଲୁଥିବାରୁ ଲୋକଙ୍କ ସେବାରେ ଲାଗିପାରିନି। ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ କେନ୍ଦୁଝର ଆରଟିଓ ଗୋପାଳକୃଷ୍ଣ ଦାସଙ୍କୁ ପଚରାଯାଇଥିବା ବେଳେ ସେ ଜିଲା ଟ୍ରାନ୍ସପୋର୍ଟ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଜିଲା ଟ୍ରାନ୍ସପୋର୍ଟ ମ୍ୟାନେଜର ଗୌରବ ଜେନା କହିଛନ୍ତି, ନିର୍ମାଣ କାର୍ଯ୍ୟ କରୁଥିବା ଏଜେନ୍ସି ଏପର୍ଯ୍ୟନ୍ତ ତାଙ୍କୁ ବସ୍‌ଷ୍ଟାଣ୍ଡ ହସ୍ତାନ୍ତର କରିନାହିଁ। ଏଣୁ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରି ପାରୁନାହାନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଶାସନ କିଏ କରିବ, କହିଦେଲେ ଅମିତ ଶାହା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ ଶାହା ବିଜେଡି ଉପରେ...

ମନ୍ମଥଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ଭିଡିଓ ବାର୍ତ୍ତାରେ କହିଲେ…

ଭୁବନେଶ୍ୱର,୨୧।୫: ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମନ୍ମଥ...

ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ବିଜେଡି ଷଡଯନ୍ତ୍ରରେ ହୋଇଛି ଆକ୍ରମଣ

ଭୁବନେଶ୍ୱର,୨୧।୫: ବ୍ରହ୍ମପୁର ଭାଜପା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱର ଏମ୍ସରୁ ଡିସ୍‌ଚାର୍ଜ ହୋଥଛନ୍ତି। ଡିସ୍‌ଚାର୍ଜ ପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁହଁ...

ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିବା ପୋଲିସ କର୍ମଚାରୀ ଗାଡି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର,୨୧।୫ (ଦିଲ୍ଲୀପ ସାମଲ): ଇଲେକ୍ସନ ଡ୍ୟୁଟି ସାରି ଭଞ୍ଜନଗରରୁ ଏକ ବସ ପୋଲିସ କର୍ମଚାରୀଙ୍କୁ ଧରି ଛତ୍ରପୁର ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛତ୍ରପୁର ଡିଆରଡିଏ ଛକ...

ବାରିଗାଁରେ ପିଇବା ପାଣି ପାଇଁ ହାହାକାର

କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ...

ଅରଡ଼େଇ ଜଳ ପ୍ରବାହ ରୋକିବାକୁ ଚକ୍ରାନ୍ତ

କେନ୍ଦୁଝର,୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝରର ବାରାହାରାଶି ପର୍ବତରୁ ବାହାରିଥିବା ଚିରଶ୍ରୋତା ନଦୀ ଅରଡ଼େଇର ଜଳସ୍ତର ହ୍ରାସ ପାଉଛି। ପୂର୍ବରୁ ସହରର ମଇଳା ଆବର୍ଜନା ଯୁକ୍ତ ପାଣିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri