ପୁନାୱାଲାଙ୍କୁ ସଲାମ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ସରକାର ପ୍ରଥମେ କୋଭିସିଲ୍ଡ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାପରେ ବିଜନେସମ୍ୟାନ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଏହାଦ୍ୱାରା କୋଟି କୋଟି ଲୋକଙ୍କ ଜୀବନ ବଞ୍ଚିଯିବ । ରବିବାର ଡ୍ରଗ୍ସ ରେଗୁଲେଟର ମେଡ ଇନ୍ ଇଣ୍ଡିଆ ଭ୍ୟାକ୍ସିନକୁ ଜରୁରୀ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଥିଲେ । କୋଭିସିଲ୍ଡ ଓ କୋଭାକ୍ସିନକୁ ମଞ୍ଜୁରୀ ମିଳିବା ପରେ କରୋନା ମୁକ୍ତ ଭାରତ ଦେଖିବା ପାଇଁ ସମସ୍ତଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି । କୋଭିସିଲ୍ଡକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ବ୍ରିଟେନର ଔଷଧ କମ୍ପାନୀ ଅଷ୍ଟ୍ରାଜେନେକା ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହି ଟିକାର ଉତ୍ପାଦନ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) କରୁଛି । ତେବେ ସରକାରଙ୍କ ମଞ୍ଜୁରୀ ମିଳିବାର କିଛି ସମୟ ପରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଏସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଥିଲେ । ପୁନାୱାଲାଙ୍କ ଟୁଇଟ୍‌ର ରିପ୍ଲାଇ ଦେଇ ଆନନ୍ଦ ମହିନ୍ଦ୍ରା କହିଛନ୍ତି, ପୁନାୱାଲା ଯେଉଁ ରିସ୍କ ନେଇଛନ୍ତି ତାହା ଯେ କୌଣସି ବିଜନେସର ଫଣ୍ଡାମେଣ୍ଟାଲ କ୍ୟାରେକ୍ଟର । ଅଦାର ପୁନାୱାଲାଙ୍କ ଦ୍ୱାରା ନିଆଯାଇଥିବା ଏହି ରିସ୍କ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ । ପୁନାୱାଲାଙ୍କ ଏହି ରିସ୍କ କେବଳ ବ୍ୟବସାୟରେ ଲାଭ ପାଇଁ ନୁହେଁ ବରଂ ଏହାଦ୍ୱାରା କୋଟି କୋଟି ଲୋକଙ୍କ ଜୀବନ ବଞ୍ଚିଯାଇ ପାରିବ । ତେଣୁ ପୁନାୱାଲାଙ୍କୁ ସଲାମ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri