Posted inଫୁରସତ

କେନାଲ୍‌ ମ୍ୟାନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ବିହାରର କେନାଲ୍‌ ମ୍ୟାନ୍‌ କୁହାଯାଉଥିବା ଲାଉଙ୍ଗି ଭୁୟାଁଙ୍କ ଟ୍ରାକ୍ଟର ଉପହାର ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଗୟା ଜିଲାର ଲହଥୁଆ ଅଞ୍ଚଳର କୋଠିଲାୱା ଗାଁରେ ବାସ କରୁଥିବା ଲାଉଙ୍ଗି ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସେ ପାହାଡ କାଟି ୩ କିଲୋମିଟରର ଲମ୍ବା ଏକ କେନାଲ ତିଆରି କରିଛନ୍ତି। ପାହାଡରୁ ବର୍ଷା ଜଳ ନିଜ ଗାଁ କ୍ଷେତକୁ ଆଣିବା ପାଇଁ ସେ ଏହା କରିଛନ୍ତି। ଫଳରେ ଗାଁର ୩ ହଜାର ଲୋକ ଏଥିରୁ ଉପକୃତ ହେଉଛନ୍ତି। ଆନନ୍ଦ ମହିନ୍ଦ୍ରା ଲାଉଙ୍ଗିଙ୍କ କାର୍ଯ୍ୟରେ ଖୁସି ହୋଇ ତାଙ୍କୁ ଏକ ମହିନ୍ଦ୍ରା ଟ୍ରାକ୍ଟର ଉପହାର ଦେଇଛନ୍ତି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ରୋହିନ କୁମାର ନାମକ ଜଣେ ବ୍ୟକ୍ତି ଲାଉଙ୍କିଙ୍କୁ ଟ୍ରାକ୍ଟର ଯୋଗାଇଦେବା ପାଇଁ ଆନନ୍ଦ ମହିନ୍ଦ୍ରାଙ୍କୁ ଟୁଇଟ୍‌ ଯୋଗେ କହିଥିଲେ। ଏହାର ଜବାବରେ ଲାଉଙ୍ଗିଙ୍କୁ ଟ୍ରାକ୍ଟର ଉପହାର ଦେଲେ ମୋର ସୌଭାଗ୍ୟ ହେବ ବୋଲି ଆନନ୍ଦ କହିଥିଲେ। ଏବେ ଟ୍ରାକ୍ଟର ଲାଉଙ୍ଗିଙ୍କ ଘରେ ପହଞ୍ଚିବା ପରେ ଆନ୍ଦ ନିଜ ଟିମ୍‌ ଉପରେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତିଦିନ ଘରୁ ଜଙ୍ଗଲରେ ପହଞ୍ଚି କେନାଲ ଖୋଳୁଥିଲେ। ତାଙ୍କ ପରିବାର ଏହା କରିବାକୁ ବାରଣ କରିଥିଲେ। କିନ୍ତୁ ଭୁୟାଁ କାହା କଥା ଶୁଣି ନ ଥିଲେ। ଭୁୟାଁ ନିଜେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ, ପୁଅ ଏବଂ ବୋହୂ ସମସ୍ତେ ଏହି କାମରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କାରଣ ଏଥିରୁ କିଛି ତାଙ୍କୁ ପାରିଶ୍ରମିକ ମିଳୁ ନ ଥିଲା। ଏକ ସମୟରେ ଲୋକମାନେ ତାଙ୍କୁ ପାଗଳ ବୋଲି କହିବା ଆରମ୍ଭ କଲେ, କିନ୍ତୁ ଆଜି ପାଣି ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ସେ କହିଥିଲେ, ପୂର୍ବରୁ ମୁଁ ଚାଷ କାର୍ଯ୍ୟ କରୁଥିଲି। ପୁଅ କାମ ଖୋଜିବାକୁ ସହରକୁ ଗଲା, ଗାଁର ଅଧିକାଂଶ ଲୋକ ମଧ୍ୟ କାମ କରିବାକୁ ବାହାରକୁ ଗଲେ। ଦିନେ ଛେଳି ଚରାଇବା ବେଳେ ମୁଁ ଭାବିଲି ଯଦି ଗାଁକୁ ପାଣି ଆସିଯିବ ତେବେ ଲୋକେ ଆଉ ବାହାରକୁ ଖଟିବାକୁ ଯିବେ ନାହିଁ। ସେବେଠାରୁ ମୁଁ କେବଳ ଖୋଳିବା ଆରମ୍ଭ କଲି ବୋଲି ଲାଉଙ୍ଗି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍‌ଜିତଙ୍କ ସହ ନିଜର ଫଟୋ ଦେଖି ଇଭାଙ୍କା କହିଲେ ତାଜମହଲ ବୁଲାଇଥିବାରୁ ଧନ୍ୟବାଦ

ଓ୍ବାଶିଂଟନ,୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ପରିବାର ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ଥିଲେ ଆମେରିକାର ଫାଷ୍ଟ ଲେଡି...

କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍‌ଙ୍କ ଆର୍ଥିକ ଅବସ୍ଥା...

ଶିଶୁ ଶ୍ରମିକ ନିରୋଧ ଦିବସ: ଶିଶୁ ଶ୍ରମିକଙ୍କ ସୁରକ୍ଷା ଜରୁରୀ

ଶିଶୁମାନେ ହିଁ ଦେଶ ତଥା ବିଶ୍ୱର ଭବିଷ୍ୟତ। ଏଣୁ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇ ପ୍ରତି ବର୍ଷ ଜୁନ୍‌ ୧୨ରେ ସାରା ବିଶ୍ୱରେ ଆନ୍ତର୍ଜାତିକ...

ବେଲୁନ୍‌ରେ ଛୁଞ୍ଚି ଫୁଟାଇ ମନୋରମ ଭିଡିଓ ଶେୟାର କଲେ ଯୁବତୀ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପାଣି ଭର୍ତ୍ତି ବେଲୁନକୁ ଚୁଞ୍ଚିରେ ଫୋଡ଼ି ସ୍ଲୋ-ମୋଶନ ଭିଡିଓ ପ୍ରସ୍ତୁତ କରିଛନ୍ତି।...

କୋଣାଦିତ୍ୟର ଉପାସନା ଖିଆଲି ପରମ୍ପରା ନୁହେଁ

ପୂର୍ବ ଆଲେଖ୍ୟରୁ ଆମେ ଜାଣିଲେ କୋଣାର୍କକୁ ୨୪ଥର ପଥର ଆସିଥିଲା। ସମସ୍ତ ପଥର ଓଡ଼ିଶାର ପାହାଡ଼/ପର୍ବତରୁ ଆସିଥିଲା। ସେଥିପାଇଁ ସେଗୁଡ଼ିକର ଅବସ୍ଥିତି ଆମେ ଆଲୋଚନା କରିଥିଲୁ।...

ଗୁଗୁଲ ମ୍ୟାପ୍‌ରେ ସ୍ତ୍ରୀଙ୍କୁ ଅନ୍ୟଜଣଙ୍କ ସହ ଦେଖିଲେ ସ୍ବାମୀ, ନେଲେ ଏଭଳି ଚରମ ନିଷ୍ପତ୍ତି..

ଗୁଗୁଲ ମ୍ୟାପ୍‌ ବ୍ୟବହାର କରି ବିଶ୍ୱର କୌଣସି ସ୍ଥାନ ନଚେତ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ହାସଲ କରିହୁଏ। ହେଲେ ଏହା ଜଣେ ବ୍ୟକ୍ତିଙ୍କ...

ଏହି ହସ୍ପିଟାଲରେ ଝିଅ ଜନ୍ମ ହେଲେ ଖର୍ଚ୍ଚ କରିବାକୁ ପଡ଼ିବନି ଟଙ୍କାଟିଏ

ଛତିଶଗଡ଼ର ରାଜଧାନୀ ରାୟପୁରରେ ଏମିତି ଏକ ଡାକ୍ତରଖାନା ରହିଛି ଯେଉଁଠାରେ ଝିଅ ଜନ୍ମ ହେଲେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ‘ଶ୍ରୀ ବାଲାଜୀ...

ଶୌଚାଳୟ ନ ଥିବାରୁ ମାସକରେ ଶାଶୁଘର ଛାଡ଼ିଲେ ୧୬ ବୋହୁ

ଲକ୍ଷ୍ନୌ, ୧୬।୭- ସ୍ବଚ୍ଛ ଭାରତ ମିଶନ ଆଧାରରେ ଗ୍ରାମ ଓ ସହର ସବୁଠାରେ ଶୌଚାଳୟ ନିର୍ମାଣ ହୋଇଥିବା ଉତ୍ତର ପ୍ରଦେଶ ସରକାର ଦାବି କରୁଛନ୍ତି। କିନ୍ତୁ...

Advertisement
Archives

Model This Week