Posted inଫୁରସତ

କେନାଲ୍‌ ମ୍ୟାନ୍‌ଙ୍କୁ ଟ୍ରାକ୍ଟର ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ବିହାରର କେନାଲ୍‌ ମ୍ୟାନ୍‌ କୁହାଯାଉଥିବା ଲାଉଙ୍ଗି ଭୁୟାଁଙ୍କ ଟ୍ରାକ୍ଟର ଉପହାର ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଗୟା ଜିଲାର ଲହଥୁଆ ଅଞ୍ଚଳର କୋଠିଲାୱା ଗାଁରେ ବାସ କରୁଥିବା ଲାଉଙ୍ଗି ୩୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସେ ପାହାଡ କାଟି ୩ କିଲୋମିଟରର ଲମ୍ବା ଏକ କେନାଲ ତିଆରି କରିଛନ୍ତି। ପାହାଡରୁ ବର୍ଷା ଜଳ ନିଜ ଗାଁ କ୍ଷେତକୁ ଆଣିବା ପାଇଁ ସେ ଏହା କରିଛନ୍ତି। ଫଳରେ ଗାଁର ୩ ହଜାର ଲୋକ ଏଥିରୁ ଉପକୃତ ହେଉଛନ୍ତି। ଆନନ୍ଦ ମହିନ୍ଦ୍ରା ଲାଉଙ୍ଗିଙ୍କ କାର୍ଯ୍ୟରେ ଖୁସି ହୋଇ ତାଙ୍କୁ ଏକ ମହିନ୍ଦ୍ରା ଟ୍ରାକ୍ଟର ଉପହାର ଦେଇଛନ୍ତି। ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ରୋହିନ କୁମାର ନାମକ ଜଣେ ବ୍ୟକ୍ତି ଲାଉଙ୍କିଙ୍କୁ ଟ୍ରାକ୍ଟର ଯୋଗାଇଦେବା ପାଇଁ ଆନନ୍ଦ ମହିନ୍ଦ୍ରାଙ୍କୁ ଟୁଇଟ୍‌ ଯୋଗେ କହିଥିଲେ। ଏହାର ଜବାବରେ ଲାଉଙ୍ଗିଙ୍କୁ ଟ୍ରାକ୍ଟର ଉପହାର ଦେଲେ ମୋର ସୌଭାଗ୍ୟ ହେବ ବୋଲି ଆନନ୍ଦ କହିଥିଲେ। ଏବେ ଟ୍ରାକ୍ଟର ଲାଉଙ୍ଗିଙ୍କ ଘରେ ପହଞ୍ଚିବା ପରେ ଆନ୍ଦ ନିଜ ଟିମ୍‌ ଉପରେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତିଦିନ ଘରୁ ଜଙ୍ଗଲରେ ପହଞ୍ଚି କେନାଲ ଖୋଳୁଥିଲେ। ତାଙ୍କ ପରିବାର ଏହା କରିବାକୁ ବାରଣ କରିଥିଲେ। କିନ୍ତୁ ଭୁୟାଁ କାହା କଥା ଶୁଣି ନ ଥିଲେ। ଭୁୟାଁ ନିଜେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ, ପୁଅ ଏବଂ ବୋହୂ ସମସ୍ତେ ଏହି କାମରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କାରଣ ଏଥିରୁ କିଛି ତାଙ୍କୁ ପାରିଶ୍ରମିକ ମିଳୁ ନ ଥିଲା। ଏକ ସମୟରେ ଲୋକମାନେ ତାଙ୍କୁ ପାଗଳ ବୋଲି କହିବା ଆରମ୍ଭ କଲେ, କିନ୍ତୁ ଆଜି ପାଣି ଆସିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ସେ କହିଥିଲେ, ପୂର୍ବରୁ ମୁଁ ଚାଷ କାର୍ଯ୍ୟ କରୁଥିଲି। ପୁଅ କାମ ଖୋଜିବାକୁ ସହରକୁ ଗଲା, ଗାଁର ଅଧିକାଂଶ ଲୋକ ମଧ୍ୟ କାମ କରିବାକୁ ବାହାରକୁ ଗଲେ। ଦିନେ ଛେଳି ଚରାଇବା ବେଳେ ମୁଁ ଭାବିଲି ଯଦି ଗାଁକୁ ପାଣି ଆସିଯିବ ତେବେ ଲୋକେ ଆଉ ବାହାରକୁ ଖଟିବାକୁ ଯିବେ ନାହିଁ। ସେବେଠାରୁ ମୁଁ କେବଳ ଖୋଳିବା ଆରମ୍ଭ କଲି ବୋଲି ଲାଉଙ୍ଗି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?