ଏକ ଅବାସ୍ତବ ପ୍ରୟାସ

ଲିଲି ଫୁହର୍‌

 

ଜଳବାୟୁ ପରିବର୍ତ୍ତନର ଅନିଶ୍ଚିତ ସ୍ଥିତି ପାଶ୍ଚାତ୍ୟ ଦେଶ ଓ ବିଶ୍ୱର ଅତି ଧନୀମାନଙ୍କ ଜୀବନଶୈଳୀ ପ୍ରତି ବିପଦ ସୃଷ୍ଟି କରିଛି। ଏହି ସ୍ଥିତିରେ ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତାକୁ ତୁରନ୍ତ ପରିହାର କରିବା ପାଇଁ ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ପ୍ରତିଷ୍ଠିତ ବୁଦ୍ଧିଜୀବୀମାନଙ୍କ ଦାବି ଶୁଣିବାକୁ ଆମେ ଆଶା କରୁ। କିନ୍ତୁ ଏହା ବଦଳରେ‘ସୂର୍ଯ୍ୟଙ୍କୁ କ୍ଷୀଣ କରିବା’ ଅର୍ଥାତ୍‌ ସୌରରଶ୍ମି ଉତ୍ତାପ ହ୍ରାସ କରିବା ଭଳି ଏକ ବିବାଦୀୟ ସିଦ୍ଧାନ୍ତ ସାମ୍ନାକୁ ଆସୁଛି। ବିଜ୍ଞାନର ଉକ୍ତ କଳ୍ପିତ ବା ଅବାସ୍ତବ ପଦ୍ଧତି ହେଉଛି ସୋଲାର ଜିଓଇଞ୍ଜିନିୟରିଂ (ଏକ ପ୍ରକାର କ୍ଲାଇମେଟ୍‌ ଇଞ୍ଜିନିୟରିଂ ଯେଉଁଥିରେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ସୂର୍ଯ୍ୟାଲୋକ ବା ସୌର ବିକିରଣକୁ ମହାକାଶକୁ ଫେରାଇ ଦେବାର ପ୍ରକ୍ରିୟା)। ଏହା ମାଧ୍ୟମରେ ସୂର୍ଯ୍ୟରୁ ବାୟୁମଣ୍ଡଳରେ ପ୍ରବେଶ କରୁଥିବା ଶକ୍ତି ମାତ୍ରା ହ୍ରାସ କରି ପୃଥିବୀର ତାପମାତ୍ରାକୁ କମ୍‌ କରାଯାଇପାରିବ ବୋଲି ଦାବି କରାଯାଉଛି। ହ୍ବାଇଟ ହାଉସ୍‌ ବି ଏ ସମ୍ପର୍କରେ ଗବେଷଣା ଲାଗି ପାଣ୍ଠି ଯୋଗାଇ ଦେଉଛି। କିନ୍ତୁ ମନେ ରଖିବାକୁ ହେବ ଯେ, ଏହା ବିପର୍ଯ୍ୟୟ ପାଇଁ ଏକ ପ୍ରସ୍ତୁତି।
ଏବେ ଷ୍ଟ୍ରାଟୋସ୍ଫିୟରିକ ଏରୋସୋଲ ଇଞ୍ଜେକସନ (ଏସ୍‌ଏଆଇ) ଭଳି ଜ୍ଞାନକୌଶଳଭିତ୍ତିକ ପଦ୍ଧତିରେ ବାୟୁମଣ୍ଡଳର ଉପର ସ୍ତରରେ କ୍ଷୁଦ୍ର କଣିକାସବୁ ସ୍ପ୍ରେ କରାଯାଇ ସୌର ବିକିରଣକୁ ମହାକାଶକୁ ଫେରାଇଦେବା ଦ୍ୱାରା ଭୂପୃଷ୍ଠର ତାପମାତ୍ରା କମ୍‌ କରାଯାଇପାରିବ କୁହାଯାଉଛି। କେତେ ଜଣଙ୍କ ଦ୍ୱାରା ଏହି ସିଦ୍ଧାନ୍ତ ଗ୍ରହଣୀୟ ହେଉଥିବାବେଳେ କିଛ ବିବାଦ ବି ଉଠୁଛି। କୁହାଯାଉଛି, ୨୦୧୫ ପ୍ୟାରିସ ଜଳବାୟୁ ବୁଝାମଣା ଅନୁଯାୟୀ ପୃଥିବୀର ହାରାହାରି ତାପମାତ୍ରା୧.୫ ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖିବାରେ ବିଳମ୍ବ ଘଟିବାରୁ ଆମେ ଏକ ବିକଳ୍ପ ରଣନୀତି ଉପରେ କାମ କରିବାକୁ ଯାଉଛୁ। ପ୍ୟାରିସ ବୁଝାମଣା ଲକ୍ଷ୍ୟରୁ ଓହରିଯିବା ମାନେ ଏହା କାର୍ବନ ନିର୍ଗମନକାରୀମାନଙ୍କ ପାଇଁ ଏକ ବରଦାନ ହେବ ବୋଲି ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା(ଆଇଇଏ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତି ବିରୋଲ କହିଛନ୍ତି। ଧାରଣା ରହିଛି ଯେ, ସୋଲାର ଜିଓଇଞ୍ଜିନିୟରିଂ ସବୁବେଳେ ଏକ ବିକଳ୍ପ ରଣନୀତି ହୋଇ ରହିବ, କିନ୍ତୁ ଏହା ଭାବିବା ଭୁଲ ଏବଂ ବିପଜ୍ଜନକ।
ଏହି ପଦ୍ଧତିରେ ପୃଥିବୀର ତାପମାତ୍ରାକୁ ଆମେ ନିୟନ୍ତ୍ରଣ କରିବାପାରିବା ବୋଲିି ଯାହା କୁହାଯାଉଛି ତାହାକୁ ବିଶେଷଜ୍ଞମାନେ ଗ୍ରହଣ କରୁନାହାନ୍ତି। ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ ସତର୍କ କରିଦେଇଛି ଯେ, ସୋଲାର ଜିଓଇଞ୍ଜିନିୟରିଂ ଏକ ବିଶ୍ୱସନୀୟ ସମାଧାନ ପନ୍ଥା ନୁହେଁ। କ୍ଲାଇମେଟ ମଡେଲଗୁଡ଼ିକ ଦର୍ଶାଇଛି ଯେ,ସୌରରଶ୍ମି ହ୍ରାସ କରି ବୈଶ୍ୱିକ ତାପମାତ୍ରା କମାଇଲେ ବାୟୁମଣ୍ଡଳରେ ବିରାଟ ପରିବର୍ତ୍ତନ ହେବା ସହ ମୌସୁମୀ ବଦଳିଯିବ; ଯାହାର ପ୍ରଭାବ ଦେଶଗୁଡ଼ିକରେ ସ୍ପଷ୍ଟ ହୋଇଛି। ଏସ୍‌ଏଆଇ ଭଳି ସୋଲାର ଜିଓଇଞ୍ଜିନିୟରିଂ ଟେକ୍‌ନୋଲୋଜି କାର୍ଯ୍ୟକାରୀ କରିବା ଲାଗି ର୍‌ ଅନ୍ତର୍ଜାତୀୟ ସହଯୋଗ ଆବଶ୍ୟକ ହେବ। ଭୂପୃଷ୍ଠର ଊର୍ଦ୍ଧ୍ୱରେ ରସାୟନଯୁକ୍ତ କ୍ଷୁଦ୍ରକଣିକା ସ୍ପ୍ରେ କରିବା ଭଳି ଏରୋପ୍ଲେନଗୁଡ଼ିକର ଉପଲବ୍ଧତାକୁ ନେଇ ସରକାରଗୁଡ଼ିକ ଏକ ହୋଇ କାମ କରିବାକୁ ହେବ। ଏଥିପାଇଁ କେବଳ ଶକ୍ତିଶାଳୀ ଦେଶଗୁଡ଼ିକ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ପାରିବେ। ରାସାୟନିକ କଣିକା ସୃଷ୍ଟି କରିବା ସହ ତାହାର ଉପତ୍ାଦନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ଭାବେ ଅତିରିକ୍ତ ଭିତ୍ତିଭୂମି ଆବଶ୍ୟକ ହେବ ଏବଂ ଏସବୁ ବହୁ ଦଶନ୍ଧି କିମ୍ବା ଦୀର୍ଘଦିନ ଧରି ରହିବା ଦରକାର। ଦେଶରେ ଯେଉଁ ସରକାର ଏହା ଆରମ୍ଭ କରିବେ ଓ ତାହା ପରିବର୍ତ୍ତନ ହେବା ପରେ ଯଦି ନୂଆ ସରକାର କ୍ଷୁଦ୍ର ରାସାୟନିକ କଣିବା ସ୍ପ୍ରେ କରିବା ବନ୍ଦ କରିଦିଅନ୍ତି , ତେବେ ସୌର ତାପମାତ୍ରା କମ୍‌ କରିବା ପ୍ରକ୍ରିୟା ଠପ୍‌ ହୋଇଯିବ ଓ ଏବେ ବୈଶ୍ୱିକ ତାପମାତ୍ରା ଯେଭଳି ବୃଦ୍ଧି ପାଉଛି ସେହିଭଳି ସ୍ଥିତି ଉପୁଜିବ।
ଏଭଳି ସତର୍କତା ପରେ ହାଭାର୍ଡ ବିଶ୍ୱବିଦ୍ୟାଳୟ ଏସ୍‌ଏଆଇ ସହ ଜଡ଼ିତ ଉପକରଣଗୁଡ଼ିକର ପରୀକ୍ଷା କରିବାକୁୁ ସ୍ଥିର କରିଛି, ଯାହା କି ଏକ ବିବାଦୀୟ ଗବେଷଣାଭିତ୍ତିକ କାର୍ଯ୍ୟକ୍ରମ। ଏହି ପଦ୍ଧତିକୁ ନିୟନ୍ତ୍ରଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ। ସେଥିପାଇଁ ଶହ ଶହ ଗବେଷକ ଓ ବୁଦ୍ଧିଜୀବୀ ଟେକ୍‌ନୋଲୋଜି ପାଇଁ ସରକାରୀ ପାଣ୍ଠି ଯୋଗାଣ ଓ ବାହାରେ ପରୀକ୍ଷା କରିବା, ପାଣ୍ଟେଟ ଏବଂ ତାହାର କାର୍ଯ୍ୟକାରିତା ଉପରେ ପ୍ରତିବନ୍ଧକ ଲଗାଇବା ସହ ଅନ୍ତର୍ଜାତୀୟ ମଞ୍ଚରେ ଏହାର ସମର୍ଥନ ଓ ନୀତି ଉପରେ ଆଲୋଚନାକୁ ପ୍ରତିରୋଧ କରିବା ସକାଶେ ଏକ ସୋଲାର ଇଞ୍ଜିନିୟରିଂ ନନ୍‌-ୟୁଜ୍‌ ଏଗ୍ରିମେଣ୍ଟ କରିବାକୁ ଦାବି କରୁଛନ୍ତି। ପ୍ରତିଷ୍ଠିତ ଆଇନଜୀବୀମାନେ କହନ୍ତି ଯେ, ସୋଲାର ଜିଓଇଞ୍ଜିନିୟରିଂକୁ ନେଇ ଅନ୍ତର୍ଜାତୀୟ ମାନବ ଅଧିକାର ଓ ପରିବେଶ ଆଇନ କ୍ଷେତ୍ରରେ ବିବାଦ ରହିଛି। ଜିଓଇଞ୍ଜିନିୟରିଂ ଯଦି ପାଗରେ ପରିବର୍ତ୍ତନ କରେ ତେବେ ଏହା ଲୋକଙ୍କ ଜୀବନ, ଜୀବିକା ଓ ସ୍ବାସ୍ଥ୍ୟ ଅଧିକାରକୁ ଉଲ୍ଲଂଘନ କରିପାରେ। ଏପରି କି ଏସ୍‌ଏଆଇ ଯୋଗୁ ହେବାକୁ ଥିବା ପରିବେଶଗତ କ୍ଷତିକୁ ଅଣଦେଖା କରିବା ବି ବୈଧ କର୍ତ୍ତବ୍ୟର ଉଲ୍ଲଂଘନ ହୋଇପାରେ। କୁହାଯାଇପାରେ, ବିଶ୍ୱସ୍ତରରେ ସ୍ଥିର କରାଯାଇଥିବା ଏଭଳି ଏକ ଟେକ୍‌ନୋଲୋଜିର ଅବାସ୍ତବ ପ୍ରୟାସ ସଭିଙ୍କୁ ଅତ୍ୟଧିକ ପ୍ରଭାବିତ କରିବ ।
ଯଦି ଆମେ ଜାଣିଛେ ଏହା କାମ କରିବ ନାହିଁ ଓ ସମ୍ପୂର୍ଣ୍ଣ ବିପଜ୍ଜନକ, ଏହାର ପରୀକ୍ଷା ହୋଇପାରିବ ନାହିଁ କିମ୍ବା ସଞ୍ଚାଳନ କରାଯାଇପାରିବ ନାହିଁ ଏବଂ ଏହା ଏବକାର ଜଳବାୟୁ ପଦକ୍ଷେପରେ ବିଳମ୍ବ ଘଟାଇବ, ତେବେ କାହିଁକି ଆମେ ସେଗୁଡ଼କ ପାଇଁ ଅଧିକ ସକ୍ରିୟ ହେଉଛେ ଓ ସମର୍ଥନ କରୁଛେ? ମୂଳ କଥା ହେଉଛି, ସେଗୁଡ଼ିକ ବୃହତ୍‌ ପ୍ରଦୂଷଣକାରୀଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ନିର୍ଦ୍ଧାରିତ ଦଣ୍ଡରୁ ମୁକ୍ତ କରିବା ସହ ଉପଯୋଗୀ ଟେକନୋଲାଜି ଏବଂ ତତ୍‌ସହ ଜଡ଼ିତ ଭିତ୍ତିଭୂମିଗୁଡ଼ିକୁ ପାଣ୍ଟେଟ କରି ଲାଭ ଉଠାଇବାକୁ ଅନୁମତି ଦେବ।
ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କମ୍ପାନୀଗୁଡ଼ିକ ଅନେକ ଦଶନ୍ଧି ହେଲା ଜିଓଇଞ୍ଜିନିୟରିଂ ଟେକନୋଲୋଜି ଉପରେ ଗବେଷଣା ଓ ପେଣ୍ଟେଟ କରିଆସୁଛନ୍ତି। କାର୍ବନ ଡାଇଅକ୍ସାଇଡ ରିମୋଭାଲ (ସିଡିଆର୍‌) ଯୋଜନାକୁ ସମର୍ଥନ କରିବା ଅର୍ଥ ପ୍ରଦୂଷଣକାରୀମାନଙ୍କୁ ଦୀର୍ଘମିଆଦୀ ସମାଧାନକୁ ଅଣଦେଖା କରିିବା ଲାଗି ସୁଯୋଗ ଦେବ। ଚିନ୍ତାଜନକ ଯେ, ଚଳିତ ବର୍ଷ କପ୍‌୨୭ରେ ସିଡିଆର୍‌ ଦାବି ଜୋର ଧରିଛି, ଯାହା ପ୍ୟାରିସ ବୁଝାମଣା ସିଦ୍ଧାନ୍ତ ପ୍ରତି ବିପଦ। ଅନେକ ସମୟରେ ନିମ୍ନ ଆୟକାରୀ ଦେଶଗୁଡ଼ିକର ସ୍ବାର୍ଥରେ ଏହି ଟେକ୍‌ନୋଲୋଜି କରାଯାଇଛି ବୋଲି ଜିଓଇଞ୍ଜିନିୟରିଂ ସମର୍ଥକମାନେ କହୁଥିଲେ ମଧ୍ୟ ଏହାକୁ ସେମାନେ କିଣୁନାହାନ୍ତି। ବିଶ୍ୱସ୍ତରରେ ଜଳବାୟୁ ଅଭିଯାନରେ ସାମିଲ ଅଧିକାଂଶ ଗୋଷ୍ଠୀ ସୋଲାର ଜିଓଇଞ୍ଜିନିୟରିଂକୁ ରଦ୍ଦ କରିଛନ୍ତି। ଆଲାସ୍କା ଏବଂ ସୁଇଡେନରେ ସୋଲାର ଜିଓଇଞ୍ଜିନିୟରିଂ ପରୀକ୍ଷଣ ବିରୋଧରେ ସେଠାକାର ଲୋକେ ସମାବେଶ କରିଛନ୍ତି। ବାସ୍ତବରେ ଧନୀ ଏବଂ ସବୁଠୁ ଅଧିକ ପ୍ରଦୂଷଣକାରୀ ଦେଶ ଆମେରିକା ଏହି ଟେକ୍‌ନୋଲୋଜି ଉପରେ ଗବେଷଣା କରୁଛି ଓ ଏହାକୁ ପାଣ୍ଠି ଯୋଗାଉଛି।
ବାୟୁମଣ୍ଡଳରୁ କାର୍ବନ ଦୂର କରିବା ଲାଗି କୌଣସି ନିଶ୍ଚିତ ପଦ୍ଧତି ନାହିଁ ଏବଂ ଜୀବାଶ୍ମ ଇନ୍ଧନକୁ ତ୍ୱରିତ ହଟାଇଦେବାର କୌଣସି ବିକଳ୍ପ ନାହିଁ ବୋଲି ଯଦି ବିଶ୍ୱ ଉପଲବ୍ଧିକରେ ତେବେ ଶେଷ ବିକଳ୍ପ ଭାବେ ସୋଲାର ଜିଓଇଞ୍ଜିନିୟରିଂ ଆଶାତୀତ ବିଶ୍ୱସନୀୟତା ପାଇବାର ସମ୍ଭାବନା ରହିଛି। କିନ୍ତୁ ବାସ୍ତବରେ ସେଭଳି ସ୍ଥିତି ଉପୁଜିବାକୁ ଆମେ ଅନୁମତି ଦେବା ଉଚିତ ନହେଁ। ଅର୍ଥାତ ନୀତିଗତ ବିତର୍କ, ଘରୋଇ ଯୋଜନା, ସରକାରୀ ପ୍ରସ୍ତାବ ଏବଂ ଗବେଷଣା ମାଧ୍ୟମରେ ଏହାକୁ ନିଶ୍ଚିତ କରିବା ଉଚିତ ନୁୂହେଁ। ବିଜ୍ଞାନ ଉପଯୋଗ କରି ଆମେ ପରିସଂସ୍ଥା ଏବଂ ମାନବ ଅଧିକାରରେ ଘଟୁଥିବା ଅପରିବର୍ତ୍ତନୀୟ କ୍ଷତିକୁ ରୋକିପାରିବା। କିନ୍‌ୁ ଏବକାର ଜଳବାୟୁ ପଦକ୍ଷେପ ହେଉଛି ଏକ ମାତ୍ର ବାଟ ଯେଉଁଥିରେ ଆଗକୁ ଜଳବାୟୁଜନିତ ବିପର୍ଯ୍ୟୟଗୁଡ଼ିକୁ ଟାଳିହେବ। ଜୀବାଶ୍ମ ଇନ୍ଧନରୁ ଦୂରେଇ ଯିବା ଲାଗି ଅନୁସୃତ ପଦକ୍ଷେପଗୁଡ଼ିକୁ ଗତିଶୀଳ କରିବାକୁ ପଡ଼ିବ ଏବଂ କଳ୍ପିତ ବିଜ୍ଞାନର ଅବାସ୍ତବ ପ୍ରୟାସକୁ ଉପେକ୍ଷା କରିବାକୁ ହେବ।
ଡେପୁଟି ଡାଇରେକ୍ଟର, କ୍ଲାଇମେଟ୍‌ ଆଣ୍ଡ୍‌ ଏନର୍ଜି ପ୍ରୋଗ୍ରାମ, ସେଣ୍ଟର୍‌ ଫର୍‌ ଇଣ୍ଟରନ୍ୟାଶନାଲ ଏନଭାଇରନ୍‌ମେଣ୍ଟାଲ ଲ’


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?