ଅଧୁରା ସ୍ୱପ୍ନ

ନିଦ୍ରିତ ଅବସ୍ଥାରେ ମନୁଷ୍ୟଙ୍କଠାରୁ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନରେ କେବେ ମଧୁର ତ କେବେ ଭୟଙ୍କର ଦୃଶ୍ୟ ଦେଖି ନିଦ୍ରିତ ବ୍ୟକ୍ତି ଯେଉଁ ପ୍ରତିକ୍ରିୟା ପ୍ରକାଶ କରେ ତାହାକୁ ଆମେ ବିଳିବିଳେଇବା କହିଥାଉ। ନିଦ୍ରିତ ଅବସ୍ଥାରେ ପ୍ରାଣୀଟିଏ ଚମକି ଉଠିବା, ଶିଶୁଟିଏ ହସିବା ବା କାନ୍ଦିବାର କାରଣ ହେଉଛି ସ୍ବପ୍ନ।
ଆମର ଦର୍ଶନ ଶାସ୍ତ୍ରରେ ମନର ତିନୋଟି ଅବସ୍ଥାର ବର୍ଣ୍ଣନା ରହିଛି। ଯେତେବେଳେ ଶରୀର ଚଳଚଞ୍ଚଳ ଥାଏ ସେତେବେଳେ ମନ ସଚେତନ ଅସ୍ଥାରେ ଥାଏ। ଶରୀର ଗଭୀର ନିଦ୍ରାରେ ଥିବାବେଳେ ମନ ଅଚେତନ ଅବସ୍ଥାରେ ଥାଏ। କିନ୍ତୁ ସେଇ ଅଚେତନ ମନ ଯେତେବେଳେ ଅବଚେତନ ଅବସ୍ଥାକୁ ଆସେ ସେତେବେଳେ ଆମେ ସ୍ବପ୍ନ ଦେଖିଥାଉ। ନିଦ ଭାଙ୍ଗିଲା ପରେ କିଛି ସ୍ବପ୍ନ ମନ ମଧ୍ୟରେ ସାମୟିକ ରହିଥିବା ବେଳେ ଅନେକ ସ୍ବପ୍ନ ମନେ ରହି ନ ଥାଏ। ସ୍ବପ୍ନରେ ଦେଖୁଥିବା ଘଟଣା ବିଶେଷତଃ ଦିବା ନିଦ୍ରାରେ ସ୍ବପ୍ନ କେବେ ବି ସତ୍ୟ ହୋଇ ନ ଥାଏ ବୋଲି କୁହାଯାଏ। ସ୍ବପ୍ନ ସାଧାରଣ ଭାବରେ ମାନସିକ ଚିନ୍ତାର ପ୍ରତିକ୍ରିୟା ବୋଲି ଅନେକେ କୁହନ୍ତି। କିନ୍ତୁ କେଉଁ ସମ୍ପର୍କିତ ସ୍ବପ୍ନର ଫଳ କ’ଣ ହୋଇପାରେ ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ରହିଛି। ଯେପରି ସ୍ବପ୍ନରେ ବିବାହ ଦୃଶ୍ୟ ମୃତ୍ୟୁର ସୂଚନା ବୋଲି ସ୍ବପ୍ନ ବିଚାର ପୁସ୍ତକରେ ଦର୍ଶାଯାଇଛି। ଏଭଳି ମଧ୍ୟ ଶୁଣାଯାଏ ଯେ ଦୁଇ ଜଣ ବ୍ୟକ୍ତି ଗୋଟିଏ ସମୟରେ ସମାନ ଘଟଣାର ସ୍ବପ୍ନ ଦେଖିଥାନ୍ତି। ଦର୍ଶନଶାସ୍ତ୍ର ଅନ୍ତର୍ଭୁକ୍ତ ଅଧି ବିଜ୍ଞାନ ବା ସ୍‌ୂକ୍ଷ୍ମ ଆଲୋଚନାରେ ଏ ସମ୍ପର୍କିତ ସୂଚନା ରହିଛି। କିନ୍ତୁ ସ୍ବପ୍ନାବସ୍ଥାରେ ନିଦ ଭାଙ୍ଗି ପୁଣି ନିଦ୍ରା ହେବା ପରେ ପୂର୍ବ ସ୍ବପ୍ନର ଅବଶିଷ୍ଟ ଅଂଶ କେହି ଅନୁଭବ କରି ନ ଥାନ୍ତି। ତେଣୁ ସ୍ବପ୍ନ ସବୁବେଳେ ଅପୂର୍ଣ୍ଣ ବା ଅଧୁରା ରହିଥାଏ । ଏହା ହେଉଛି ଅବଚେତନ ମନରେ ଦେଖୁଥିବା ଅଧୁରା ସ୍ବପ୍ନ ସମ୍ପର୍କିତ ସୂଚନା। କିନ୍ତୁ ସଚେତନ ମନର ବି ସ୍ବପ୍ନ ଅଧୁରା ରହିଥିବାର ଆତ୍ମଘୋଷଣା ଆମ ରାଜ୍ୟରେ ବିଶେଷତଃ ନିର୍ବାଚନ ବେଳେ ଶୁଣାଯାଏ।
ନିର୍ବାଚନ ରଣାଙ୍ଗନରେ ଅନେକ ପ୍ରାର୍ଥୀ ନିର୍ବାଚନମଣ୍ଡଳୀର ସାମଗ୍ରିକ ଉନ୍ନତିକୁ ନିଜର ଅଧୁରା ସ୍ବପ୍ନ ଓ ତାହା ପୂରଣ ପାଇଁ ସୁଯୋଗର ଦ୍ୱାହି ଦେଇ ଭୋଟ ଭିକ୍ଷା କରୁଥିବାବେଳେ ଉପନିର୍ବାଚନ ବେଳେ ଦିବଂଗତ ପ୍ରତିନିଧିଙ୍କ ପତ୍ନୀ, ଝିଅ ବା ପୁଅ ଯଥାକ୍ରମେ ସ୍ବାମୀ ବା ବାପାଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ଭୋଟ ଭିକ୍ଷା କରିବା ଗୋଟିଏ ଧାରା ହୋଇସାରିଛି। କିନ୍ତୁ ଏହା ସ୍ବୀକାର୍ଯ୍ୟ ଯେ ଦେଶର ବିକାଶରେ ରାଜ୍ୟ ଓ ରାଜ୍ୟର ବିକାଶରେ ଆଞ୍ଚଳିକ ବିକାଶ ପରସ୍ପର ପରିପୂରକ। ଯଦି ଦେଶ ବା ରାଜ୍ୟର ସର୍ବାଙ୍ଗୀନ ଉନ୍ନତିର ଅଭିଳାଷକୁ ସ୍ବପ୍ନ ଭାବେ ବିବେଚନା କରାଯାଏ ତେବେ ଲକ୍ଷାଧିକ ସ୍ବାଧୀନତା ସଂଗ୍ରାମୀଙ୍କ ଅଖଣ୍ଡ ଭାରତ, ବିବେକାନନ୍ଦଙ୍କ ପରି ଅନେକ ସାଧୁସନ୍ଥଙ୍କ ଆଧ୍ୟାତ୍ମିକ ଭାରତ, ଗାନ୍ଧିଜୀଙ୍କ ନିଶାମୁକ୍ତ ଭାରତ ବା କଳ୍ପିତ ରାମରାଜ୍ୟର ସ୍ବପ୍ନ ଏ ପର୍ଯ୍ୟନ୍ତ ନିଶ୍ଚିତ ଅଧୁରା ରହିଯାଇଛି, ଯାହା ପୂରଣ ହେବାର ସମ୍ଭାବନା ମଧ୍ୟ ନାହିଁ। ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିବା ସୁଭାଷ ବୋଷଙ୍କ ସ୍ବପ୍ନ କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି। ଦେଶର ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇ ନିଜ ପରିବାରକୁ ଅନାଥ କରିଦେଇଥିବା ଅସଂଖ୍ୟ ଦେଶପ୍ରେମୀଙ୍କର ମଧ୍ୟ ଦୁର୍ନୀତି ମୁକ୍ତ ସ୍ବାଧୀନ ଭାରତ ସ୍ବପ୍ନ ଅଧୁରା ରହିଯାଇଛି।
ଆମ ରାଜ୍ୟରେ ମଧୁବାବୁଙ୍କ ଖାଣ୍ଟି ଓଡ଼ିଆ ଜାତି ପ୍ରୀତିସମ୍ପନ୍ନ କୁଟୀର ଶିଳ୍ପ ସମୃଦ୍ଧ ଓଡ଼ିଶା, ଗୋପବନ୍ଧୁଙ୍କ ସେବା ଓ ତ୍ୟାଗର ଓଡ଼ିଶା, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦୁର୍ନୀତିବିହୀନ ଭାଷାଭିତ୍ତିକ ରାଜ୍ୟ ଶାସନ ଏବଂ ୦ନନ୍ଦିନୀ ଶତପଥୀଙ୍କ ଶିକ୍ଷା ସଂସ୍କାର ସ୍ବପ୍ନ ଓ ଅନେକ ପ୍ରଜ୍ଞା ପୁରୁଷଙ୍କର ରାଜ୍ୟର ଉନ୍ନତି ପାଇଁ ବିବିଧ ସ୍ବପ୍ନ କେବଳ ଅଧୁରା ହୋଇ ରହିନାହିଁ ବରଂ ପରିବର୍ତ୍ତିତ ରାଜନୈତିକ ତାଡ଼ନାରେ ଦିଗହରା ହୋଇ ଯାଇଛି। ଅଖଣ୍ଡ ଓ ବର୍ଦ୍ଧିତ ଭାଷାଭିତ୍ତିକ ଓଡ଼ିଶାର ସ୍ବପ୍ନ ଦେଖିଥିବା ରାଜ୍ୟର ଅନେକ ଦିବଂଗତ ସୁଯୋଗ୍ୟ ସନ୍ତାନଙ୍କ ଇଚ୍ଛା ବାସ୍ତବ ହେବା ପରିବର୍ତ୍ତେ ରାଜ୍ୟର ସୀମା କ୍ଷୟହୋଇ ଚାଲିଛି। ନିର୍ବାଚନ ବେଳେ ସେଇ ମହାନ୍‌ ଦେଶ ବା ରାଜ୍ୟ ପ୍ରେମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ କାହାର ପ୍ରତିବଦ୍ଧତା ପ୍ରକାଶ ପାଉନାହିଁ। କେବଳ ନିଜ ନିର୍ବାଚନ କ୍ଷେତ୍ରର ଅଧୁରା ସ୍ବପ୍ନ ପୂରଣର ଦ୍ୱାହି ମାଧ୍ୟମରେ ଲୋକଙ୍କୁ ଭାବପ୍ରବଣ କରାଇ କ୍ଷମତା ଲାଭର ଆଶା, ପ୍ରବଞ୍ଚନାର ରୂପାନ୍ତର ହୋଇଯାଉଛି। ରାଜ୍ୟ ଓ ଦେଶର କ୍ଷମତାଲିପସୁ ବ୍ୟକ୍ତିମାନେ ନିଜର ଓ ନିଜ ଉତ୍ତରଦାୟାଦଙ୍କର ସମ୍ପତ୍ତି ବୃଦ୍ଧି ଉନ୍ନତିର ସ୍ବପ୍ନ ଦେଖି ତାହା ସାର୍ଥକ କରିବା ପାଇଁ ସାମୂହିକ ସାର୍ଥକୁ ବଳି ଦେବାରେ କୁଣ୍ଠିତ ହେଉନାହାନ୍ତି।
ଅନେକ ମାତାପିତା ନିଜ ସନ୍ତାନମାନଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ସ୍ବପ୍ନ ଦେଖି ନିଜ ଭବିଷ୍ୟତକୁ ନିଃସଙ୍ଗ କରାଉଥିବା ବେଳେ ସେଇ ଶିକ୍ଷିତ ଝିଅ ପୁଅମାନେ ଅସୀମ ଅର୍ଥ ଲାଭର ସ୍ବପ୍ନ ଦେଖି ସାମାଜିକ କର୍ତ୍ତବ୍ୟରୁ ବିଚ୍ୟୁତ ହେଉଛନ୍ତି। ଦୁଇ ମହଲା କୋଠାର ମାଲିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସୁଯୋଗର ସ୍ବପ୍ନ ଦେଖୁଥିଲାବେଳେ ସରକାରୀ ଅଧିକାରୀମାନେ ସରକାରୀ ଅର୍ଥରେ ନିଜ ସମ୍ପତ୍ତି ଓ ସାମାଜିକ ପ୍ରତିପତ୍ତି ବୃଦ୍ଧିର ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଦେଶର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଯେଉଁ ବାର୍ତ୍ତା କେବଳ ଦେଇ ନ ଥିଲେ ବରଂ ବାସ୍ତବ ଜୀବନରେ ତାକୁ ଉପଯୋଗ କରିଥିଲେ ତାହା ଥିଲା, ‘ରାଷ୍ଟ୍ର ପାଇଁ ଏଭଳି ସ୍ବପ୍ନ ଦେଖ, ଯାହାର ସଫଳତା ପାଇଁ ତୁମ ଆଖିରୁ ନିଦ ହଜି ଯିବ’। ସେଇ ଅମୂଲ୍ୟ ବାଣୀର ସଫଳତା ପାଇଁ ପ୍ରୟାସ ଆଜି ଆମ ପାଇଁ ପ୍ରକୃତ ଅଧୁରା ସ୍ବପ୍ନ ନୁହେଁ କି ?

  • ହରିଶଙ୍କର ମିଶ୍ର
    ୧୧୩-ଗୁଣ୍ଡିଚା ବିହାର, ପୁରୀ
    ମୋ- ୭୯୭୮୭୮୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri