Posted inUncategorized

ସାଇକେଲ ରାଣୀ

ଦୀର୍ଘ ପଚାଶ ବର୍ଷ ତଳେ ଯେତେବେଳେ ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହେଉଥିବା କ୍ରୀଡ଼ା ଉତ୍ସବଗୁଡ଼ିକରେ ଅନ୍ୟାନ୍ୟ ରାଜ୍ୟର କ୍ରୀଡ଼ାବିତ୍‌ମାନେ ବେଶ୍‌ ସୁନାମ ଅର୍ଜନ କରି ରାଜ୍ୟର ଗୌରବ ବୃଦ୍ଧି କରାଉଥିଲେ, ସେ ସମୟରେ ଜଣେ ଓଡ଼ିଆ ଝିଅ ପଡ଼ିଆରେ ଜାତୀୟ ପୁରସ୍କାର ଲାଭ କରି ଓଡ଼ିଶାର ଯୁବ ମାନସରେ ଆଲୋଡ଼ନ ସୃଷ୍ଟି କରିଥିଲେ। ରାଜ୍ୟ ପାଇଁ ଆଣିଥିଲେ ଗୌରବ। ଯିଏ ପରବର୍ତ୍ତୀ ସମୟରେ ଆଦର୍ଶ ପାଲଟିଥିଲେ ଓଡ଼ିଆ କ୍ରୀଡ଼ାପ୍ରେମୀଙ୍କ ପାଇଁ। କଠିନ ଅଭ୍ୟାସ, ନିଜର ନିଷ୍ଠା ଓ ସାଧନା ବଳରେ ୧୯୮୦ ମସିହାରେ ଏପରି ଏକ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଥିଲେ ମିନତି ମହାପାତ୍ର। ଦେଶର ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର ଲାଭ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ୧୯୫୫ ମସିହା ଡିସେମ୍ବର ୩୧ ତାରିଖରେ ମିନତିଙ୍କ ଜନ୍ମ। ବାପା ଜଗନ୍ନାଥ ମହାପାତ୍ର ଓ ମା’ ମନୋରମା ମହାପାତ୍ର। ରାଉରକେଲା ଇସ୍ପାତ କାରଖାନାରେ ବାପାଙ୍କ ନିଯୁକ୍ତି ଥିବାରୁ, ସେହିଠାରୁ ହିଁ ସ୍କୁଲ, କଲେଜ ଶିକ୍ଷା ସମାପ୍ତ କରିଥିଲେ ମିନତି। ଖେଳ ପ୍ରତି ଆକର୍ଷଣ ଖୁବ୍‌ ଛୋଟଦିନୁ ରହିଥିଲା ତାଙ୍କର। ମାତାପିତାଙ୍କ ପ୍ରେରଣା କ୍ରମେ ଇସ୍ପାତ ସ୍କୁଲରେ ପଢୁଥିବା ସମୟରୁ ହିଁ ମିନତିଙ୍କର ସଫଳତାର ଅଭିଯାନ ଆରମ୍ଭ ହୋଇଥିଲା। ୧୯୬୯ ମସିହାରେ ଭିଲାଇଠାରେ ଅନୁଷ୍ଠିତ ହୋଇଥିବା ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ସ୍କୁଲ ତରଫରୁ ପ୍ରତିନିଧିତ୍ୱ କରି ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ। କଲେଜରେ ପଢ଼ୁଥିବା ସମୟରେ ମଧ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନ ରହୁଥିଲେ ମିନତି। ତେବେ ଆଥ୍‌ଲେଟିକ୍ସ ଖେଳୁଥିଲେ ମଧ୍ୟ ମନ ଭିତରେ ରହିଥିଲା ସାଇକେଲିଂ ପ୍ରତି ଦୁର୍ବଳତା। ନଅ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ସାଇକେଲଚାଳନା। ଏ ନେଇ ମିନତି କୁହନ୍ତି, ଯେଉଁ ସମୟରେ ମହିଳାମାନେ ଘରୁ ଗୋଡ଼ କାଢ଼ିବାକୁ ସଙ୍କୋଚ କରୁଥିଲେ, ସମାଜରେ ଆଧୁନିକତା ସ୍ପର୍ଶ କରି ନଥିଲା, ସେ ସମୟରେ ବାପାଙ୍କର ପୁରୁଣା ସାଇକେଲ୍‌ ଖଣ୍ଡିକ ଧରି ମୁଁ ରାଉରକେଲା ରାସ୍ତାରେ ସାଇକେଲିଂ କରୁଥିଲି। ସେତେବେଳେ ଆମ ମଧ୍ୟବିତ୍ତ ପରିବାରରେ ଏତେଟା ସ୍ବାଧୀନତା ମିଳିପାରି ନଥିଲା ଝିଅମାନଙ୍କୁ। ଅନେକ ଟାହିଟାପରା ଶୁଣିଛି। କେତେବେଳେ କେମିତି ନିରାଶ ହୋଇଛି ମନ। କିନ୍ତୁ ହାରିଯାଇ ପଛକୁ ଫେରିନି। ପାଦ ଆଗକୁ ବଢ଼େଇଛି। ସ୍ବପ୍ନ ଦେଖିବା ସହିତ ତାକୁ ସାକାର କରିବା ପାଇଁ ବହୁ ବାଧାବିଘ୍ନକୁ ସାମ୍ନା କରି ଅଭ୍ୟାସ ଜାରି ରଖିଲି। ଅବଶ୍ୟ ମୋ’ ପିତାମାତାଙ୍କ ପ୍ରେରଣା ମୋ ସହିତ ଥିଲା। ଦିନେ ପ୍ରଶିକ୍ଷଣ ଶିବିରରେ ଏକ ରେସ୍‌ ସାଇକେଲ୍‌ ଦେଖି କୋଚ ଚନ୍ଦ୍ରଶେଖର ଜେନାଙ୍କୁ ଅନୁରୋଧ କରିଥିଲି କିଛି ସମୟ ସାଇକେଲିଂ କରିବାକୁ। ପ୍ରଥମେ ବାରଣ କରୁଥିଲେ ବି ମୋର ଆଗ୍ରହ ଦେଖି ଅନୁମତି ଦେଇଥିଲେ। ଖୁବ କମ୍‌ ଦିନ ଭିତରେ ମୁଁ ସମ୍ପୂର୍ଣ୍ଣ ଶିଖିପାରିଲି। ଏହାପରେ ୧୯୭୦ ମସିହାରେ ଜାତୀୟ କ୍ରୀଡ଼ାରେ ଯୋଗଦାନ ପୂର୍ବରୁ ମୁଁ ୧୪ ବର୍ଷ ରୁ କମ୍‌ ବାଳିକା ବିଭାଗର ଉଭୟ ହାଇଜମ୍ପ ଓ ସାଇକେଲିଙ୍ଗରେ ରାଉରକେଲା ସ୍ତରରେ ହେଉଥିବା ପ୍ରତିଯୋଗିତାରେ ପ୍ରଥମ ହୋଇ ଜିଲ୍ଲା ସ୍ତରକୁ ଆସିଲି । ସେଦିନ ରାଉରକେଲା ସ୍ତରରେ ପ୍ରଥମ ହେବା ଥିଲା ମୋ ପାଇଁ ଆନନ୍ଦର କଥା। ଏହାପରେ ମୁଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ପ୍ରସ୍ତୁତ ହୋଇଥିଲି। ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଉଭୟ ଖେଳରେ ପ୍ରଥମ ଓ ଦ୍ୱିତୀୟ ହେବା ପରେ ଜାତୀୟ ସ୍ତରରେ ଖେଳିବାକୁ ମନୋନୀତ ହୋଇଥିଲେ। ସେଠାରେ କିନ୍ତୁ ଦୁଇଟି ଖେଳରେ ଗଭୀର ରୁଚି ରଖିଥିବା ମିନତି ନିଜର ପ୍ରଥମ ପସନ୍ଦ ଭାବେ ସାଇକେଲିଂକୁ ବାଛିଥିଲେ ଓ ଜାତୀୟ ସ୍ତରରେ ପ୍ରଥମ ହୋଇ ବ୍ରୋଞ୍ଜ ପଦକ ଜିତିଲେ। ୧୯୭୦ ରୁ ୧୯୭୯ ମଧ୍ୟରେ ଏକାଧିକ ରେକର୍ଡ ସହ ଜାତୀୟ ସାଇକେଲିଂ ଚାମ୍ପିୟନଶିପ୍‌ରେ ପ୍ରାଧାନ୍ୟ ବିସ୍ତାର କରି ମିନତି ଆଠଥର ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୯ ମସିହାରେ ଶ୍ରୀଲଙ୍କାର କଲମ୍ବୋଠାରେ ଭାରତ ଶ୍ରୀଲଙ୍କା ମିଟ୍‌ରେ ୫ଟି ସ୍ବର୍ଣ୍ଣ ପଦକ ଅର୍ଜନ କରି ଆନ୍ତର୍ଜାତିକ ସଫଳତା ହାସଲ କରିଥିଲେ। ଏହି ସଫଳତା ହିଁ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା ଭାରତୀୟ ସାଇକେଲିଂ ଦୁନିଆରେ ଫ୍ଲାଇଂ କୁଇନ୍‌ ନାମରେ। ଏହାର କିଛିଦିନ ପରେ ମିନତି ପାଇଥିଲେ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଅର୍ଜୁନ ପୁରସ୍କାର। ନିଜ ଜନ୍ମଭୂମି ପାଇଁ ଏହି ଗୌରବ ଆଣିବା ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ। ତେବେ ସଫଳତାର ଶୀର୍ଷ ଛୁଇଁକ ିବି ଗୋଟିଏ ଅବସୋସ ରହିଯାଇଛି ତାଙ୍କ ମନରେ। ଭାରତୀୟ ମହିଳା ଟିମ୍‌ ସେ ସମୟରେ ଅଲିମ୍ପିକ୍‌ରେ ଭାଗ ନେଇ ପାରୁନଥିବାରୁ ଅଲିମ୍ପିକ୍‌ରେ ଭାଗ ନେବାର ସ୍ବପ୍ନ ମନ ମଧ୍ୟରେ ରହିଯାଇଥିଲା ମିନତିଙ୍କର ଓଡ଼ିଶା ସାଇକେଲିଂ ଆସୋସିଏସନ୍‌ର ସଭାପତି, ରାଜ୍ୟ ସରକାରଙ୍କ ପଦ୍ମ କମିଟିର ମେମ୍ବର, ରାଉରକେଲା ସ୍ବଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ଥିବା ମିନତି ୨୦୦୬ ମସିହାରେ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡା ପୁରଷ୍କାର ରେ ସମ୍ମାନିତ ହୋଇଥିଲେ। ଏଥିସହ ପ୍ରଜାତନ୍ତ୍ର ପୁରସ୍କାର, ଖାରବେଳ ପୁରସ୍କାର, ମୋହନ କୁମାର ମଙ୍ଗଳମ୍‌ ପୁରସ୍କାର ପାଇବା ସହ ରାଜ୍ୟ ତଥା ଜାତୀୟସ୍ତରରେ ଅନେକ କ୍ରୀଡ଼ା ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି।୧୯୭୨ରୁ ୧୯୭୯ ମଧ୍ୟରେ ଦେଶର ଦ୍ରୁତତମ ମହିଳା ଚାଳିକା ଭାବେ ବିବେଚିତ ମିନତି ରାଜ୍ୟରୁ ଅନେକ ସଫଳ ସାଇକ୍ଲିଷ୍ଟ ବାହାରନ୍ତୁ ବୋଲି ଆଶା ରଖିଛନ୍ତି।
୧୯୮୬ ମସିହାରେ ସେ ବିବାହ କରନ୍ତି ନବ କିଶୋର ଦାସ ଓ ରତ୍ନାମଣି ଦେବୀଙ୍କ ପୁଅ ପ୍ରକାଶ ଚନ୍ଦ୍ର ଦାସଙ୍କୁ। ସ୍ବାମୀ ମଧ୍ୟ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଜେନେରାଲ ମ୍ୟାନେଜର ପଦରୁ ଅବସର ନେଇଛନ୍ତି। ଏବେ ସମାଜ ବଦଳିବା ସହିତ ଲୋକଙ୍କର ମାନସିକତାରେ ଆସିଛି ପରିବର୍ତ୍ତନ। ଆମ ସମୟ ପରି ଝିଅମାନଙ୍କ ପାଇଁ ବର୍ତ୍ତମାନ କୌଣସି କଟକଣା ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର କ୍ରୀଡ଼ା କ୍ଷେତ୍ରକୁ ବହୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ଆମ ରାଜ୍ୟରେ ବର୍ତ୍ତମାନ କିଟ୍‌ ଓ କିସ୍‌ ତରଫରୁ ଏକ ସାଇକେଲିଂ ଟ୍ରାକ ଥିବାବେଳେ, ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଅଧିକରୁ ଅଧିକ ସାଇକେଲିଂ ଟ୍ରାକ ଆରମ୍ଭ କରିବାର ଯୋଜନା ରହିଛି। ସୁଯୋଗ ରହିଲେ ଆଗକୁ ଆମ ରାଜ୍ୟରୁ ଅନେକ ସାଇକେଲ ଚାଳକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିପାରିବେ। ସାଇକେଲିଂ ପ୍ରତି ଲୋକଙ୍କର ଆଗ୍ରହ ବଢିବା ଉଚିତ। ସାଇକେଲ ମୋର ପ୍ରଥମ ପ୍ରେମ, ସାଇକେଲ ଚାଳନା କେବଳ ଏକ କ୍ରୀଡ଼ା ନୁହେଁ, ଶରୀର ସୁସ୍ଥ ରହିବା ସହିତ ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ମଧ୍ୟ ସହାୟକ ହୋଇଥାଏ। ଅବସର ପରେ ଭୁବନେଶ୍ୱରରେ ରହୁଥିବା ମିନତି, ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି।

-ପ୍ରିୟମ୍ବଦା ରଥ (ହାଇଦ୍ରାବାଦ)

ମୋ: ୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri