Posted inଖେଳ

ଦର୍ଶକଙ୍କ ଅନୁପ୍ରବେଶ ଘଟଣାର ତଦନ୍ତ ଆରମ୍ଭ

ମେଲବୋର୍ନ, ୪।୪ (ଏପି): ଅଷ୍ଟ୍ରେଲିଆନ୍‌ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ଶେଷରେ କିଛି ଦେଖଣାହାରି ସୁରକ୍ଷା ବ୍ୟବସ୍ଥାକୁ ଅତିକ୍ରମ କରି ଟ୍ରାକ୍‌ ଆଡ଼କୁ ଚାଲିଯାଇଥିଲେ। ଏହା କିପରି ଘଟିଲା ଅଷ୍ଟ୍ରେଲିଆ ଗ୍ରାଁ ପ୍ରି ଆୟୋଜକଙ୍କ ତରଫରୁ ତାହାର ତଦନ୍ତ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି ଦେଖିବା ଲାଗି ୪ ଦିନରେ ରେକର୍ଡ ୪୪୪, ୬୩୧ ଦର୍ଶକ ଆସିଥିଲେ। ତନ୍ମଧ୍ୟରେ କେବଳ ରବିବାର ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ୧୩୧,୧୨୪ ରହିଥିଲା। ଫର୍ମୁଲା ଓ୍ବାନ୍‌ପ୍ରେମୀମାନେ ସୁରକ୍ଷା ବାଡ଼ ଡେଇଁ ଟ୍ରାକ୍‌ଆଡ଼କୁ ମୁହଁାଇଥିଲେ। ରେସ୍‌ ପ୍ରମୋଟରମାନଙ୍କୁ ରବିବାର ରାତିରେ ଷ୍ଟିଓ୍ବାର୍ଡମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯଥେଷ୍ଟ ସୁରକ୍ଷା ଏବଂ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ସେମାନେ ସ୍ବୀକାର କରିଥିଲେ। ଅଷ୍ଟ୍ରେଲିଆ ଗ୍ରାଁ ପ୍ରି କର୍ପୋରେଶନ ତରଫରୁ ଘଟଣାର ସମୀକ୍ଷା କରାଯାଉଛି। ଏଥିରେ ଭିକ୍ଟୋରିଆ ପ୍ରଦେଶ ପୋଲିସ ମଧ୍ୟ ରହିଛି। ଜୁନ୍‌ ୩୦ ସୁଦ୍ଧା ମୋଟର ସ୍ପୋଟର୍‌ସର ବିଶ୍ୱ ଗଭର୍ନିଂ ବଡି ଏଫ୍‌ଆଇଏ(ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଅଟୋମୋବାଇଲ) ନିକଟରେ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଡ୍ର୍ୟୁ ଓ୍ବାଲ୍‌କଟ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କି ପ୍ରକାର ଦଣ୍ଡବିଧାନ କରାଯିବ ତାହା ସ୍ଥିର କରିବା ଲାଗି ପୁନଃ ତଦନ୍ତ ପାଇଁ ଏଫ୍‌ଆଇଏ ଓ୍ବାଲର୍‌ଡ ମୋଟର ସ୍ପୋଟର୍‌ସ କାଉନ୍‌ସିଲକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ଷ୍ଟିକ୍‌ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ...

ଘରୋଇ କୋଚ୍‌ ପ୍ରସ୍ତାବକୁ ଭେଙ୍କଟେଶ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ, ୬।୮(ପି.ଟି.)-  ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଆଗାମୀ କିଛି ବର୍ଷ ପାଇଁ ଜାତୀୟ ଫୁଟବଲ ଦଳଲାଗି ଜଣେ ଘରୋଇ କୋଚ୍‌ଙ୍କୁ ନିଯୁକ୍ତି ଦେବା ପ୍ରସଙ୍ଗରେ...

ସଚିନଙ୍କ ବ୍ୟାଟ୍‌ରେ ୩୭ ବଲରୁ ଶତକ ହାସଲ କରିଥିଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୪।୮- ବିସ୍ଫୋରକ ପାକିସ୍ତାନ ବ୍ୟାଟ୍ସମ୍ୟାନ ଶାହିଦ୍‌ ଆଫ୍ରିଦୀ ଏକଦିବସୀୟ କ୍ରିକେଟ୍‌ରେ ମାତ୍ର ୩୭ ବଲରୁ ଶତକ ହାସଲ କରିଛନ୍ତି। ୧୯୯୬ରେ ଅନୁଷ୍ଠିତ କେସିଏ ଟୁର୍ନାମେଣ୍ଟରେ...

ବିଶ୍ୱକପ୍‌ ବିଜେତା, ପଶୁ ପ୍ରେମୀ, ପୁଅଙ୍କ ଚୟନକୁ ନେଇ ବିବାଦ; ଜାଣନ୍ତୁ ବିସିସିଆଇ ନୂତନ ଅଧ୍ୟକ୍ଷ ବିନ୍ନିଙ୍କ ବିଷୟରେ ଅନେକ କିଛି…

ନୂଆଦିଲ୍ଲୀ,୧୮।୧୦: ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନ୍ନି ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନୂତନ ଅଧ୍ୟକ୍ଷ। ପୂର୍ବତନ ଭାରତୀୟ ଅଧିନାୟକ...

ସାବଧାନତା ହିଁ ସବୁଠୁ ଶ୍ରେଷ୍ଠ ଉପାୟ: କୋହଲି

ନୂଆଦିଲ୍ଲୀ, ୧୫।୩ (ପି.ଟି.)- ଦିନକୁ ଦିନ କରୋନା ଭାଇରସ୍‌ ଦେଶରେ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଭାରତୀୟ କ୍ରିକେଟ୍‌...

କୋହଲିଙ୍କୁ ଦଳରୁ ବାହାର କରିଦେବେ କି? ପ୍ରଶ୍ନ ଶୁଣି ଏଭଳି କହିଲେ ରୋହିତ

ନୂଆଦିଲ୍ଲୀ,୧୫।୨: କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି। ତିନୋଟିଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ...

ଟସ୍‌ ଜିତି ପଞ୍ଜାବର ବୋଲିଂ ନିଷ୍ପତ୍ତି

ମୋହାଲି,୨୦।୪: ମୋହାଲି ସ୍ଥିତ ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

Advertisement
Archives

Model This Week