ପୁଣି ସତର୍କତାର ବେଳ

ପୁଣି ଡରାଇଲାଣି କରୋନା। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇଛି ଗୃହିଣୀଙ୍କୁ। ପରିବାରର ସମସ୍ତଙ୍କୁ ସୁରକ୍ଷାବଳୟ ଭିତରେ ରଖିବା ଲାଗି ଯଥାସମ୍ଭବ ଘରୋଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି…

କରୋନାର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି ସମସ୍ତେ। ତେଣୁ ପୁଣି ଥରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇ ଦେଇଛି। କରୋନା ସଂକ୍ରମଣ, ଲକ୍‌ଡାଉନ୍‌ର କଟକଣା ଏଯାଏଁ ମନରୁ ଲିଭି ନ ଥିବାବେଳେ ପୁଣି ଥରେ ଏସବୁକୁ ସାମ୍ନା କରିବାକୁ ପଡ଼ିବ, ଏକଥା ଭାବି ପ୍ରତିକାର ପାଇଁ ଗୃହିଣୀମାନେ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ପ୍ରକାର ଘରୋଇ ଉପଚାର। ପୂର୍ବଭଳି ପୁଣି ଥରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା କିମ୍ବା ଥଣ୍ଡା, କାଶ ପ୍ରତି ସଚେତନ ରହିବା ଆଦି ସବୁ ପ୍ରକାର ସଚେତନତା ଆରମ୍ଭ କରିଛନ୍ତି। ଏସବୁ ଭିତରେ ପିଲାଙ୍କ ସ୍କୁଲ ଖୋଲି ଥିବାରୁ ସେମାନଙ୍କ ପାଇଁ ଟିକେ ଅଧିକ ସତର୍କ ହେବାକୁ ପଡୁଛି।
ପିଲାଙ୍କ ପ୍ରତି ଅଧିକ ସଚେତନ: ଏବେ ପୁଣି ଥରେ ସବୁ ଅଭ୍ୟାସ ଆରମ୍ଭକରି ଦେଇଛି। ପିଲାଙ୍କୁ ସ୍କୁଲ ଗାଡ଼ିରେ ସମସ୍ତଙ୍କ ସହ ଛାଡ଼ିବା ବଦଳରେ ନିଜେ ଗାଡ଼ିରେ ନେଇ ଛାଡ଼ିବାକୁ ଯାଉଛି। ବାହାରର କୌଣସି ଖାଦ୍ୟ ପିଲାଙ୍କୁ ଦେଉନି ଏବଂ ସବୁ ପ୍ରକାର ଖାଦ୍ୟ ମୁଁ ନିଜେ ପ୍ରସ୍ତୁତକରି ସେମାନଙ୍କୁ ଦେଉଛି। ପିଲାଙ୍କର ତଥା ଘର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସବୁବେଳେ କାମ କରୁଛି। ଭଲ ପରିବେଶରେ ସଚେତନ ରହିଲେ ପିଲାଙ୍କୁ କିମ୍ବା ଆମ ପରିବାରରେ କାହାକୁ ବି କରୋନା ହେବ ନାହିଁ ବୋଲି ମୋର ବିଶ୍ୱାସ ରହିଛି।
-ସଂଯୁକ୍ତା ଦାସ, ଗୃହିଣୀ,
ନୟାପଲ୍ଲୀ, ଭୁବନେଶ୍ୱର
ସବୁଦିନ କାଢ଼ା କରୁଛି: କରୋନା ବଢୁଥିବା ଖବର ଶୁଣିବା ପରେ ଏବେ ଘରେ ସମସ୍ତଙ୍କୁ ସତର୍କ କରାଇ ଦେଇଛି। ପିଲାଙ୍କୁ ସ୍କୁଲ ପଠାଇବା ପୂର୍ବରୁ ହ୍ୟାଣ୍ଡ ୱାଶ୍‌ ଆଉ ସାନିଟାଇଜର ତ ସାଙ୍ଗରେ ଦେଉଛି। ତା’ ଛଡ଼ା ସବୁବେଳେ ତାଙ୍କୁ ପୁଷ୍ଟିକର ଖାଦ୍ୟ ଟିଫିନ୍‌ରେ ଦେଉଛି। ପୂର୍ବଥର କରୋନା ସମୟରେ ଯେମିତି ସବୁଦିନ କାଢ଼ା ପିଇବାକୁ ଦେଉଥିଲି ଏବେ ସେମିତି ସ୍କୁଲରୁ ଫେରିବା ପରେ ପିଲାଙ୍କୁ କାଢ଼ା ଦେଉଛି। ତା’ ଛଡ଼ା ଥଣ୍ଡା ହେବା ଭଳି ଲକ୍ଷଣ ଦେଖାଦେବା ମାତ୍ରେ ସଙ୍ଗେ ସଙ୍ଗେ ଔଷଧ ଦେଇଦେଉଛି। କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପିଲାମାନେ ବି ନିଜେ ସଚେତନ ହୋଇ ସବୁ ପ୍ରକାର କଟକଣା ମାନି ଚଳୁଛନ୍ତି।
-ଶୁଭସ୍ମିତା ପୁରୀ, ଗୃହିଣୀ, ଖାନନଗର, ନୂଆସାହି, କଟକ
ଚିନ୍ତା ଲାଗୁଛି: ପୁଣି ଥରେ କରୋନା ବଢ଼ିବାରୁ ମୋର ଚିନ୍ତା ବଢ଼ିଯାଇଛି। କାରଣ ଗତଥର ମୋ ଶାଶୁଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା। ପିଲାମାନେ ତ ବଡ଼ ହୋଇଗଲେଣି ତେଣୁ ସେମାନେ ନିଜେ ପ୍ରାୟତଃ ସଚେତନ ହେବା ସହ ମତେ ସହଯୋଗ କରୁଛନ୍ତି। ହେଲେ କରୋନା ପାଇଁ ଗତଥର ମୁଁ ଯେମିତି କଲବଲ ହେଇଛି, କାଳେ ଶାଶୁଙ୍କ ଦେହ ପୁଣି ଖରାପ ହୋଇଯିବ ସେଥିପାଇଁ ଡର ଲାଗୁଛି। ଏହି ଦୃଷ୍ଟିରୁ ମତେ ଅଧିକ ସଚେତନ ହେବାକୁ ପଡୁଛି। ଘରେ ଯେମିତି କାହାକୁ ଥଣ୍ଡା କି ଜ୍ୱର ନ ହେବ ସେଥିପାଇଁ ଇମ୍ୟୁନିଟି ବଢ଼ାଇବାକୁ ସକାଳୁ ତୁଳସୀପତ୍ର କାଢ଼ା ଦେବା ଆରମ୍ଭ କରିଛି।
-ଅରୁନ୍ଧତୀ ମଲ୍ଲିକ, ଗୃହିଣୀ, ଚୂଡ଼ାମଣି, ବାସୁଦେବପୁର, ଭଦ୍ରକ
କରୋନାକୁ ନିଶ୍ଚିତ ଜିତିବୁ: କରୋନା ନାଁ ଶୁଣିଲେ ଏବେ ବି ଡର ଲାଗୁଛି। ଯେମିତି କୋଉ ଗୋଟେ ଭୟଙ୍କର ବିପଦ ମାଡ଼ି ଆସୁଛି। ସେଥିପାଇଁ ତ ମୁଁ ଏବେଠୁ ସଚେତନ ହୋଇଯାଇଛି। ପୁଣି ଥରେ ସମସ୍ତେ କାଢ଼ା ପିଉଛୁ। ଘରେ କାହାକୁ ବି ଥଣ୍ଡା ହେବା ମାତ୍ରେ ସଙ୍ଗେ ସଙ୍ଗେ ଔଷଧ ଖାଇବାକୁ ଦେଉଛି, ତା’ ସହିତ ଷ୍ଟିମ୍‌ ବି ନେଉଛୁ। ବାହାରୁ ଆସିଲେ ଡ୍ରେସ୍‌ ବଦଳାଇବା, ଗୋଡ଼ହାତ ଭଲଭାବେ ଧୋଇବା ଏସବୁ ତ ସବୁବେଳେ କରୁଛି। ତେଣୁ ମୋ ପରିବାର କରୋନାଠୁ ନିଶ୍ଚିତଭାବେ ଦୂରେଇ ରହିପାରିବେ ବୋଲି ଦୃଢ଼ବିଶ୍ୱାସ ରହିଛି।
-ସୁଭଦ୍ରା ଦାସ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ଷ୍ଟ୍ରିଟ୍‌, ପୋଲସରା, ଗଞ୍ଜାମ

ସମସ୍ତେ ସତର୍କ ହୁଅନ୍ତୁ
କରୋନା ପାଇଁ ସମସ୍ତେ ପୂର୍ବଭଳି ସତର୍କ ରୁହନ୍ତୁ। କାହିଁକିନା ଏଥର ବି ସଂକ୍ରମଣ ବଢିବାରେ ଲାଗିଲାଣି। ଯଦି ସତର୍କ ନ ହେବା ତ ଏହା ପୁଣି ଥରେ ଭୟଙ୍କର ରୂପ ନେଇପାରେ। ତେଣୁ ସମସ୍ତେ ମାସ୍କ ଲଗାନ୍ତୁ ଏବଂ ହ୍ୟାଣ୍ଡୱାଶ୍‌, ସାନିଟାଇଜର ବ୍ୟବହାର କରନ୍ତୁ। ପରିଷ୍କାର ପରିଚ୍ଛନ୍ନ ରହିବା ସହ ସମସ୍ତେ ନିଜ ଇମ୍ୟୁନିଟି ବଢାଇବା ପାଇଁ ଚେଷ୍ଟା କରନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ ଏବଂ ରୋଗର ସାମାନ୍ୟ ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଚିକିତ୍ସା କରନ୍ତୁ। ଯେହେତୁ ସମସ୍ତେ କରୋନାର ଭୟଙ୍କର ରୂପକୁ ଥରେ ଦେଖି ସାରିଛନ୍ତି ତେଣୁ କୌଣସି ପରିସ୍ଥିତିରେ ବି ଅବହେଳା କରିବା ଠିକ୍‌ ନୁହେଁ। ଏବେ ତ କରୋନା ସହିତ ଏଚ୩ଏନ୨ ଭାରିଆଣ୍ଟର ସଂକ୍ରମଣ ବଢୁଛି। ଡାକ୍ତରଖାନାକୁ ଏବେ ଅଧିକ ସଂଖ୍ୟାରେ ସଂକ୍ରମିତ ରୋଗୀ ଆସୁଛନ୍ତି। ତେଣୁ ରୋଗ ହେବା ପୂର୍ବରୁ ନିରାକରଣ କରିବା ହିଁ ବୁଦ୍ଧିମାନର କାମ।
– ଡକ୍ଟର ସୁଶ୍ରୀ ସଙ୍ଗୀତା ପାତ୍ର
ଆସିଷ୍ଟାଣ୍ଟ ପ୍ରଫେସର ସ୍ତ୍ରୀ ରୋଗ,
ଶ୍ରୀ ହସ୍ପିଟାଲ୍‌, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?