ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ହାତୀ ପ୍ରେମା

ବାରଙ୍ଗ,୨୯ା୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଅନ୍ୟତମ ଆକର୍ଷକ ସାଜିଥିବା ମାଈ ହାତୀ ପ୍ରେମା ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଦ୍ୱାରା ଚାଲିଥିବା ଚିକିତ୍ସା କ୍ଷେତ୍ରରେ ସବୁପ୍ରକାର ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରେମାକୁ ବଞ୍ଚାଇବାରେ ସକ୍ଷମ ହୋଇପାରି ନାହାନ୍ତି। ଗତ ୨ଦିନ ହେବ ପ୍ରେମା ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇ ତଳେ ପଡିଯାଇଥିବା ବେଳେ ଆଉ ଉଠିପାରି ନ ଥିଲା। ଶେଷରେ ଅପରାହ୍ନ ୩ଟାରେ ତା’ର ମୃତ୍ୟୁ ହୋଇଛି।
ପ୍ରକାଶ ଯେ, ୬୬ ବର୍ଷ ହୋଇଥିବା ହାତୀ ପ୍ରେମା ଗତ ଜୁଲାଇ ମାସରୁ କୌଣସି କାରଣରୁ ଅସୁସ୍ଥ ହୋଇପଡ଼ିଥିଲା। ପରେ ତା’ର ଆଗ ବାମ ଗୋଡରେ ଏକ ମାଂସପିଣ୍ଡୁଳା ଥିବା ଜଣାପଡ଼ିଥିଲା। ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ସ୍ବାସ୍ଥ୍ୟରେ ଉନ୍ନତି ଘଟି ନ ଥିଲା। ଏପରିକି ଧୀରେ ଧୀରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ଖାଇବା ମଧ୍ୟ କମାଇବାରେ ଲାଗିଥିଲା। ଅସୁସ୍ଥ ଥିବା ସତ୍ତ୍ୱେ ପ୍ରେମା ହାତୀସଫାରିର ହାତୀଶାଳରେ ଗୋଡ଼ରେ ଶିକୁଳିବନ୍ଧା ହୋଇ ଛିଡ଼ା ହୋଇରହୁଥିଲା। କିନ୍ତୁ ଗୁରୁବାର ସକାଳେ ହାତୀଶାଳରେ ହଠାତ୍‌ ସେ ପଡ଼ିଯାଇଥିଲା। କର୍ମଚାରୀମାନେ ପ୍ରେମାକୁ ଉଠାଇବାକୁ ସବୁପ୍ରକାର ଚେଷ୍ଟା କରି ଉଠାଇପାରି ନ ଥିଲେ। କ୍ରେନ୍‌ ଦ୍ୱାରା ଉଠାଇବାକୁ ଉଦ୍ୟମ କରାଯାଇ ବିଫଳ ହେବକୁ ପଡିଥିଲା। କ୍ରେନ ସାହାଯ୍ୟରେ ଉଠାଇବାବେଳେ ପ୍ରେମା ମଳତ୍ୟାଗ କରିଥିବା ଜଣାପଡ଼ିଥିଲା। ପ୍ରେମା ଉଠି ନ ପାରିବାରୁ ବାଧ୍ୟ ହୋଇ ନନ୍ଦନକାନନର ଡାକ୍ତରଙ୍କୁ ଜଣାଇ ଦିଆଯିବା ସହ ହାତୀଶାଳର ଚତୁଃପାର୍ଶ୍ୱ ଜରିପାଲରେ ଆବଦ୍ଧ କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ହାତୀ ସଫାରି ମଧ୍ୟ ବନ୍ଦ କରାଯାଇଥିଲା। ଗୁରୁବାର ୪୦ ଓ ଶୁକ୍ରବାର ୧୦ ଲିଟର ସାଲାଇନ ସହ ଭିଟାମିନ ଏବଂ ଆଣ୍ଟିବାୟୋଟିକ ଦିଆଯାଇ ପ୍ରେମାକୁ ଛିଡ଼ା କରାଇବା ପାଇଁ ସବୁପ୍ରକାର ଚେଷ୍ଟା କରାଯାଇଥିଲା। କିନ୍ତୁ ସବୁ ଉଦ୍ୟମ ବିଫଳ ହୋଇଥିଲା। ଶେଷରେ ଶୁକ୍ରବାର ଅପରାହ୍ନ ୩ଟାରେ ହାତୀଶାଳରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମାର ଜୀବନ ଚାଲିଯାଇଥିଲା। ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚତ୍ଛି। ବାର୍ଦ୍ଧକ୍ୟଜନିତ କାରଣରୁ ପ୍ରେମା ଗତ ୩ ମାସ ଧରି ଅସୁସ୍ଥ ହେବା ଆରମ୍ଭ ହୋଇଥିଲା। ଗୁରୁବାର ତଳେ ପଡିଯାଇ ଚେଷ୍ଟା ସତ୍ତ୍ୱେ ଉଠିପାରି ନ ଥିଲା। ଓୟୁଏଟି, ଦିଲ୍ଲୀ ଓ ଆସାମର ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ପ୍ରେମାର ଚିକିତ୍ସା କରାଯାଇଥିଲା। ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri