ରାସ୍ତାରେ ବସ୍‌ କାଚ ଭାଙ୍ଗିଲା ଦନ୍ତା

ରାୟଗଡ଼ା,୫ା୯(ଆଶିଷ ରଞ୍ଜନ ପଣ୍ଡା):ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରାୟଗଡ଼ାରୁ ପାର୍ବତୀପୁରମ୍‌କୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌କୁ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଦନ୍ତାହାତୀ ଅଟକାଇ ଉପଦ୍ରବ କରିଛି। ରାୟଗଡ଼ା ବ୍ଲକ୍‌ କେରେଡାଠାରୁ ୧୦ କି.ମି ଦୂର ମାନ୍ୟମ ଜିଲା ଅର୍ତମ ଗାଁ ନିକଟରେ ହଠାତ୍‌ ଏକ ଦନ୍ତାହାତୀ ରାସ୍ତା ଉପରକୁ ଚାଲି ଆସି ଚଳନ୍ତା ଯାତ୍ରୀବାହୀ ବସ୍‌କୁ ଅଟକାଇଥିଲା। ପରେ ହାତୀ ଶୁଣ୍ଢ ପିଟି ବସ୍‌ର ସମ୍ମୁଖ କାଚ ଭାଙ୍ଗିବା ସହ ବସ୍‌କୁ ଠେଲିବାକୁ ଲାଗିଥିଲା। ହାତୀର ଉତ୍ପାତ ଦେଖି ବସ୍‌ରେ ଯାତ୍ରା କରୁଥିବା ୩୦ ଯାତ୍ରୀ ଓ କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ହାତୀ ଉପଦ୍ରବ ଯୋଗୁ ଦୀର୍ଘ ୪ ଘଣ୍ଟା ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାନବାହନ ଚଳାଚଳ ଠପ୍‌ ରହିଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ପହଞ୍ଚତ୍ ହାତୀକୁ ଜଙ୍ଗଲକୁ ଘଉଡାଇବା ପରେ ବସ୍‌ ତା’ର ଗନ୍ତବ୍ୟସ୍ଥଳକୁ ଯାଇଥିଲା।
ବୀରଗୋଟମ ଜଙ୍ଗଲ ଭିତରୁ ଏକ ହାତୀପଲ ଖାଦ୍ୟ ଅନ୍ବେଷଣରେ ଆସି ୨ ଦିନ ହେବ କୋମରାଡ଼ା ବ୍ଲକ ଅଞ୍ଚଳରେ ବୁଲୁଥିଲେ ବୋଲି ଆନ୍ଧ୍ରପ୍ରଦେଶ ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଉକ୍ତ ହାତୀପଲକୁ ଘଉଡାଇବା ପାଇଁ ଗ୍ରାମବାସୀ ବାଜା ଓ ନିଆଁ ବ୍ୟବହାର କରୁଛନ୍ତି। ଫଳରେ ଗୋଟିଏ ହାତୀ ବାଟବଣା ହୋଇ ରାସ୍ତା ଉପରକୁ ଚାଲି ଆସିଥିଲା। ଏବେ ହାତୀପଲ ଓଡ଼ିଶା ଭିତରେ ପ୍ରବେଶ କରିବା ଆଶଙ୍କା ରହିଥିବାରୁ ରାୟଗଡ଼ା ବନ ବିଭାଗ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ଆନ୍ଧ୍ର ବନ ବିଭାଗ କର୍ମକର୍ତ୍ତା କହିଛନ୍ତି। ଏ ନେଇ ରାୟଗଡ଼ା ରେଞ୍ଜ ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର ସଞ୍ଜୟ କୁମାର ଦାସଙ୍କୁ ପଚାରିବାରୁ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଥିବା ଗାଁଗୁଡ଼ିକୁ ବନ ବିଭାଗ ସ୍କ୍ବାଡ୍‌ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିସହିତ ଅଞ୍ଚଳବାସୀ ରାତି ସମୟରେ ଘରୁ ନ ବାହାରିବାକୁ ଏବଂ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ କହିଛନ୍ତି। ହାତୀପଲଙ୍କୁ ଦେଖିଲେ ବନ ବିଭାଗ ପକ୍ଷରୁ ତୁରନ୍ତ ବିଦ୍ୟୁତ ବିଭାଗକୁ ଅନୁରୋଧ କରି ବିଦ୍ୟୁତ ସରବରାହ ବନ୍ଦ କରାଯିବ ବୋଲି ସଞ୍ଜୟ ଦାସ କହିଛନ୍ତି। ଏଥିସହିତ ସୁରକ୍ଷା ସହିତ ହାତୀପଲଙ୍କୁ ଜଙ୍ଗଲମୁହାଁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri