ଛଟେନପାଲିଠାରେ ଡିଏଭି ପକ୍ଷରୁ ବିଦ୍ୟାଳୟ ଖୋଲାଯିବା ନେଇ ଚୁକ୍ତି

ସୁନ୍ଦରଗଡ, ୪ା୯ (ଡି.ଏନ୍‌.ଏ.)
ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସୁନ୍ଦରଗଡ ବିଧାନସଭା କ୍ଷେତ୍ରରେ ଏକ ଉନ୍ନତମାନର ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସକାଶେ ସ୍ଥାନୀୟ ବିଧାୟିକା କୁସୁମ ଟେଟେଙ୍କ ପକ୍ଷରୁ ହୋଇଥିବା ଦାବିକୁ ଏମସିଏଲ ପୂରଣ କରିବାକୁ ଯାଉଛି। ଛଟେନପାଲିଠାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଏମସିଏଲ କର୍ତ୍ତୃପକ୍ଷ ଡିଏଭି କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ। ଡିଏଭି କର୍ତ୍ତୃପକ୍ଷ ଏହି ପ୍ରସ୍ତାବରେ ରାଜି ହେବା ପରେ ବୁଧବାର ଡିଏଭି ପବ୍ଲିକ ସ୍କୁଲର ନିର୍ଦ୍ଦେଶକ (ଦିଲ୍ଲୀ) ଏବଂ ଏମସିଏଲ ଜେନେରାଲ ମ୍ୟାନେଜର ସଞ୍ଜୟ ଝା ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ବୁର୍ଲା ଜାଗୃତି ବିହାରଠାରେ ଅନୁଷ୍ଠିତ ଉତ୍ସବରେ ଛଟେନପାଲିଠାରେ ପ୍ରଥମ ପର୍ଯ୍ୟାୟରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଏକ ବିଦ୍ୟାଳୟ ପ୍ରତିଷ୍ଠା ନେଇ ଚୁକ୍ତିନାମା ହୋଇଛି । ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହେବ । ବିଶେଷ କରି ଏମସିଏଲ ବିସ୍ଥାପିତ ଓ ପ୍ରକଳ୍ପ ପ୍ରଭାବିତ ଅଞ୍ଚଳର ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଥିବା ଡିଏଭି ସ୍କୁଲ ଢାଞ୍ଚାରେ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯିବ ା ସୁନ୍ଦରଗଡ ଅଞ୍ଚଳର ଛାତ୍ରୀଛାତ୍ର ଭୁବନେଶ୍ୱର ସମେତ ବାହାର ରାଜ୍ୟକୁ ଯାଇ ଯେପରି ଖର୍ଚ୍ଚାନ୍ତ ନ ହୁଅନ୍ତୁ ସେଥିପାଇଁ ଅଞ୍ଚଳବାସୀଙ୍କ ମତାମତଙ୍କୁ ଗ୍ରହଣ କରି ବିଧାୟିକା ଟେଟେ କୋଲଇଣ୍ଡିଆକୁ ଅନୁରୋଧ କରିଥିଲେ । ଏଥିସହିତ କେନ୍ଦ୍ର କୋଇଲା ବିଭାଗ ମନ୍ତ୍ରୀ ଓ ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ କୋଲଇଣ୍ଡିଆ ରାଜି ହୋଇ ଡିଏଭି ସହିତ ଚୁକ୍ତିନାମା କରିବା ପରେ ବିଧାୟିକା ସୁନ୍ଦରଗଡବାସୀଙ୍କ ତରଫରୁ ସାଧୁବାଦ ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀ ସୁନ୍ଦରଗଡ ବିଧାୟିକା ଓ କୋଲ ଇଣ୍ଡିଆ ଅଧିକାରୀଙ୍କ ଉପସ୍ଥିତିରେ ଭିଡିଓ କନଫରେସିଂ ମାଧ୍ୟମରେ ଏହି ବିଦ୍ୟାଳୟର ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାଲକୋ ଛକରେ କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ

ବାରଙ୍ଗ,୨୨।୨: ପୁଣି ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ...

ପ୍ରତିଦ୍ୱନ୍ଦ୍ୱୀଙ୍କ ହୋର୍ଡିଂ ଯୁଦ୍ଧ

ବଲାଙ୍ଗୀର, ୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର)ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ନେତାଙ୍କ ଫଟୋ ଥିବା ହୋଡିଂ, ପୋଷ୍ଟର, ବ୍ୟାନର ଛାଇଗଲାଣି। ଏସବୁ ଲଗାଇବାରେ କଂଗ୍ରେସ...

ଆଜିଠୁ ଯୋରନ୍ଦା ମେଳା, ୨୦ହଜାର ସାଧୁସନ୍ଥ-ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ,୨୨ା୨(ରତନ ନାୟାର) ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ମାଘମେଳା ୨୨ ତାରିଖ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୪ ତାରିଖ...

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ପଟ୍ଟାମୁଣ୍ଡାଇ, ୨୨ା୨(କଳ୍ପତରୁ ନାୟକ)ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ...

ଛାତ୍ର ନେତାଙ୍କୁ ଦଳରୁ ତଡିଲା ବିଜେଡି, ହତ୍ୟା ମାମଲାରେ ହୋଇଥିଲେ ଗିରଫ

ଗଜପତି,୨୨।୨: ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ...

ଆଜି ଓଡିଶା ଆସୁଛନ୍ତି ରାଜନାଥ ସିଂ

ଭୁବନେଶ୍ୱର,୨୨।୨: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।...

ଆଜି କ୍ୟାବିନେଟ: ଏସବୁ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୨୨ା୨(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଗୁରୁବାର ସନ୍ଧ୍ୟା ୬ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି...

ଏବର୍ଷ ଅଧିକ ଗରମ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର, ୨୨।୨(ଅସମାପିକା ସାହୁ):ମାଘରେ ମୁଣ୍ଡଫଟା ଖରା। ଉପାନ୍ତଠାରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ପାରଦ ଉପରମୁହାଁ। ସକାଳ ୧୦ଟା ପରେ ଘରୁ ବାହାରିବାକୁ ବି ଡର। ପ୍ରବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri