ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୮୦ ବର୍ଷର ବୃଦ୍ଧା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ନ୍ୟାୟ ପାଇଁ ୮୦ ବର୍ଷର ବୃଦ୍ଧା ମାଆଙ୍କୁ ଟ୍ରଲିରେ ବୋହି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପରିବାରର ସମସ୍ତ ଲୋକ ମାଆଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଶୁଆଇ ଦେଇ ଗଣଧାରଣା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ବାରୁଅ ପଞ୍ଚାୟତର ଏହି ଦଳିତ ପରିବାରର ଦୁଃଖ କାହାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗଁାର କେତେଜଣ ବ୍ୟକ୍ତିଙ୍କ ଅତ୍ୟାଚାରରେ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଘର ଛାଡି ବାର ଦୁଆର ହେଉଥିବା ବାରୁଅ ଗଁାର ଅଶୋକ କୁମାର ମଲ୍ଲିକ କହିଛନ୍ତି, ଟ୍ରଲି ଟାଣିବା ସହ ମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୁଏ। ବାରୁଅ ଗ୍ରାମରେ ଥିବା ରାସ୍ତା ନିକଟରେ ତାଙ୍କର ନିଜସ୍ବ ସମ୍ପତ୍ତି ଉପରେ ଘର ଅଛି। ଏହି ଘରକୁ ଭାଙ୍ଗି ଗ୍ରାମର କେତେଜଣ ବ୍ୟକ୍ତି ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି। ଏ ନେଇ କୋର୍ଟରେ ମାମଲା ହୋଇ ନିଜସ୍ବ ସମ୍ପତ୍ତି ଉପରେ ଘର ଥିବା ଦର୍ଶାଯାଇଛି। ଏହାସତ୍ତ୍ୱେ କେତେଜଣ ବ୍ୟକ୍ତି ଏହା ଉପରେ ରାସ୍ତା ନେବାକୁ କହି ଜୁଲାଇ ମାସରେ ଆକ୍ରମଣ କରିଥିଲେ। ଥାନାରେ ମାମଲା ସତ୍ତ୍ୱେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସେମାନଙ୍କୁ ଗଁାର କେତେଜଣ ବ୍ୟକ୍ତି ଘର ମଧ୍ୟରେ ପ୍ରବେଶ କରିବାକୁ ଦେଉ ନ ଥିବାରୁ ଅଢ଼େଇ ମାସ ଧରି ବାହାରେ କୌଣସି ଏକ ସ୍ଥାନରେ ପରିବାର ସଦସ୍ୟ ମୁଣ୍ଡ ଗୁଞ୍ଜୁଛନ୍ତି। ୮୦ ବର୍ଷର ବୃଦ୍ଧା ମାଆଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଇବା ଆଉ ସମ୍ଭବ ହେଉନାହିଁ। ମାଆଙ୍କ ସହ ପରିବାରର ସଦସ୍ୟ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଗଣଧାରଣା ଦେଇଛନ୍ତି। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଏଠାରେ ବସି ରହିବେ ବୋଲି ଅଶୋକ କହିଛନ୍ତି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜିଲା ପ୍ରଶାସନର କୌଣସି ଅଧିକାରୀ ଗଣଧାରଣା ସ୍ଥଳକୁ ଯାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ବାଇକରେ ଆସି ଛେଳି ଗୁହାଳରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ସର୍ବ ଭାରତୀୟ ସ୍ତର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ବନ୍ଦ ଡାକରା : ୨୦ରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ

ଦେବଗଡ଼,୧୭।୫ (ଶଶାଙ୍କ ଶେଖର ଝାଙ୍କର): ସର୍ବ ଭାରତୀୟ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଆହ୍ୱାନ କ୍ରମେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ଡାକରେ ଦେବଗଡ଼ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri