ଅମୃତ ସରୋବର ଯୋଜନା ସ୍ବପ୍ନ

ଓଡ଼ଗାଁ,୧୨ା୫(ଆଦର୍ଶ କୁମାର ପଟ୍ଟନାୟକ)ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ପାରଦ ୪୨ ଡିଗ୍ରୀ ଉପରେ ରହୁଛି। ଲୋକେ ନିତ୍ୟବ୍ୟବାହାର୍ଯ୍ୟ ପାଣି ସହିତ ପାନୀୟ ଜଳ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କୁ ପ୍ରତିଦିନ ଏକପ୍ରକାର ସଂଘର୍ଷ କରିବାକୁ ପଡୁଛି। ସରକାର ପ୍ରତି ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଘୋଷଣା କରିଥିଲେ। ହେଲେ ବାସ୍ତବରେ ତାହା ଲୋକଙ୍କ ଆବଶ୍ୟକତା ପୂରଣ କରିପାରିନାହିଁ। ଏପରିସ୍ଥଳେ ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ଜାମୁସାହିରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଗାଁରେ ଥିବା ବଡ଼ ପୋଖରୀକୁ କଟା ପୋଖରୀର ଆଖ୍ୟା ଦିଆଯାଇଛି ା ପ୍ରାୟ ୫ ଏକର ପରିମିତ ଏହି ପୋଖରୀ ଦିନେ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିଲା। ନାନାଦି ସାମାଜିକ କାର୍ଯ୍ୟରେ ସେହି ପୋଖରୀର ଜଳକୁ ବ୍ୟବହାର କରାଯାଉଥିଲା। ହେଲେ ଉକ୍ତ ପୋଖରୀକୁ ଅମୃୃତ ସରୋବର ଯୋଜନାରେ ସାମିଲ କରାଯିବା ପରେ ସବୁ ଯେମିତି ଓଲଟପାଲଟ ହୋଇଛି।
ଅମୃତ ସରୋବର ଯୋଜନାରେ ଉକ୍ତ ପୋଖରୀର ବିକାଶ ପାଇଁ ୨୦ ଲକ୍ଷ ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଏନେଇ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି। ଏପରି କି ଅମୃତ ସରୋବର ଯୋଜନା ଫଳକ ସହିତ ଏକ ପତାକା ଉକ୍ତ ପୋଖରୀର ପଶ୍ଚିମ ପାର୍ଶ୍ୱରେ ଲାଗିଛି। ଅବଶ୍ୟ ସେହି ଫଳରେ ଯୋଜନା ସଂକ୍ରାନ୍ତରେ କୌଣସି ସୂଚନା ନାହିଁ। ପ୍ରଥମତଃ ପୋଖରୀର ଦକ୍ଷିଣ ପାର୍ଶ୍ୱର ହୁଡାକୁ ହାଣି ଦିଆଯାଇ ପୋଖରୀର ଜଳକୁ ଶୁଖାଇ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ଉକ୍ତ ପୋଖରୀ ଶୁଖିଲା ପଡିଛି ା ଦିନେ ଏହି ପୋଖରୀର ୧୫ଫୁଟ ଉକ୍ତର ପାଣି ଥିଲା ା ଗତ ୨ ବର୍ଷ ହେଲା କେବଳ ଆଣ୍ଢୁଏ ପାଣି ରହୁଛି ା ଲୋକେ ସେହି ପୋଖରୀରେ ଗାଧୋଇବା ତ ଦୂର କଥା ଶୌଚ ହେବା ପାଇଁ ହଇରାଣ ହେଉଛନ୍ତି ା ଗତ ୨ବର୍ଷ ହେଲା ପୋଖରୀ ହୁଡ଼ା ହଣା ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନାହିଁ ା ଏହାକୁ ନେଇ ଗ୍ରାମବାସୀ ଜଳକଷ୍ଟରେ ଛାଟିପିଟି ହେଉଛନ୍ତି ା
ଅନ୍ୟପକ୍ଷେ କାମ ଆରମ୍ଭ ପୂର୍ବରୁ ପୋଖରୀ ହୁଡା ହାଣି ସମ୍ପୂର୍ଣ୍ଣ ଜଳ ନିଷ୍କାସନ କରିବା ଭଳି ଗୁରୁତର ଅପରାଧକୁ ଗ୍ରାମବାସୀ ଆଦୌ ଗ୍ରହଣ କରିପାରୁନାହାନ୍ତି ା ଏଥିପାଇଁ କେହି ଉତ୍ତରଦାୟୀ ରହିବାକୁ ପ୍ରସ୍ତୁତ ନାହାନ୍ତି ା ଏପରି କି ପୋଖରୀ ହୁଡା କିଏ ହାଣିଲା ତାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସମସ୍ତେ ଚୁପ୍‌ ବସିଛନ୍ତି ା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ର ଏପିଓ ବିଭୁପ୍ରସାଦ ସାଥୁଆଙ୍କ କହିବା ଅନୁସାରେ ଉକ୍ତ ପୋଖରୀ ପାଇଁ ଆସିଥିବା ଅମୃତ ସରୋବର ଯୋଜନା କୌଣସି ବିବାଦ କାରଣରୁ ବାତିଲ କରିଦିଆଯାଇଛି ା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ଜିଆରଏସ୍‌ ଉଭୟେ ନୂତନ ଭାବେ ପଞ୍ଚାୟତରେ କାର୍ଯ୍ୟରେ ଯୋଗ ଦେଇଥିବାରୁ ସେମାନେ ଏନେଇ କିଛି ଜାଣି ନ ଥିବା କହିଛନ୍ତି ା ଏବେ ହଣା ଯାଇଥିବା ପୋଖରୀ ହୁଡାକୁ ବର୍ଷାଦିନ ପୂର୍ବରୁ ମରାମତି କରିଦେବା ଜରୁରୀ ହୋଇପଡିଛି ା ନ ହେଲେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ ପୋଖରୀରେ ଆବଶ୍ୟକ ପାଣି ନ ରହି ତଳକୁ ଚାଲିଯିବ ା ଲୋକଙ୍କ କହିବା ଅନୁଯାୟୀ, ଏହାକୁ ବଡ଼ ପୋଖରୀ ବଦଳରେ କଟା ପୋଖରୀ କହିଲେ କିଛି ଫରକ ପଡିବ ନାହିଁ ା କାରଣ ଗତ ୨ ବର୍ଷ ହେବ ଏହି ପୋଖରୀର ହୁଡାକୁ ହାଣି ପକାଇ ଦିଆଯାଇଛି ା ଏହା ବ୍ଲକ ପ୍ରଶାସନର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ା ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ଏନେଇ ପଚାରିବାରେ ସେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ପରାମର୍ଶ: ଏଚ୍‌ଆଇଭି-ଏଡ୍‌ସ୍ ଏବଂ ଯକ୍ଷ୍ମା ରୋଗରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ସଚେତନ…

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏଚ୍‌ଆଇଭି (HIV), ଏଡ୍‌ସ୍ ଏବଂ ଯକ୍ଷ୍ମା…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

କେଉଁ ଦଳରେ ଯୋଗଦେବେ ହାର୍ଦ୍ଦିକ ପାଣ୍ଡ୍ୟା? କେତେ ମୂଲ୍ୟରେ…ଅଶ୍ୱିନ୍ କଲେ ବଡ଼ ଖୁଲାସା

ଚେନ୍ନାଇ,୭।୮: ଆଇପିଏଲ୍ ୨୦୨୬ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ କୌଣସି ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଜାରି ରହିଛି। କିଛି ଲୋକଙ୍କ ମତରେ…

ସରପଞ୍ଚଙ୍କ ଆମରଣ ଅନଶନ ଚେତାବନୀ ପରେ ଆତ୍ମାହୁତି ଚେତାବନୀ, ପ୍ରଶାସନର ତତ୍ପରତା

ହାଟଡିହୀ/ଛେନାପଦୀ, ୭।୮ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ସରପଞ୍ଚଙ୍କ ଆମରଣ ଅନଶନ ପରେ ଆତ୍ମାହୁତି ଚେତାବନୀକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣା ଏବେ…

Add-On Credit Card କ’ଣ? କିଏ କରିପାରିବେ ଏହାର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ, ୭।୮: ଆଜିକାଲି ପରିବାରର ବିଭିନ୍ନ ଖର୍ଚ୍ଚ ଯେପରିକି ଘରୋଇ ବିଲ୍, ଶପିଂ, ଭ୍ରମଣ ଏବଂ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଆଦି ଏକାଠି ପରିଚାଳନା କରିବା କଷ୍ଟକର…

ପ୍ରଦୀପଙ୍କୁ ସ୍ବାବଲମ୍ବୀ କରିଛି ଡ୍ରାଗନ ଫ୍ରୁଟ ଚାଷ

ଜି.ଉଦୟଗିରି,୭ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ଜି.ଉଦୟଗିରି ବଜାର ଫୁଟପାଥରେ ଡ୍ରାଗନ ଫ୍ରୁଟ ବିକ୍ରି ହେଉଛି। ଏହାର କିଲୋ ୨୦୦ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri