ସଂକ୍ରମଣ ମାତ୍ରା କମାଏ ଭିଟାମିନ୍‌ ଡି

ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍‌ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏନ୍‌ଆଇଏମ୍‌ଏସ୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ଶ୍ୱାସକ୍ରିୟାଜନିତ ସଂକ୍ରମଣ ରୋକିବାରେ ଭିଟାମିନ୍‌ ଡି ସହାୟକ ହୋଇଥାଏ ବୋଲି www.nature.com ଓ୍ବେବ୍‌ସାଇଟରେ ରିପୋର୍ଟ ପ୍ରକାଶ ପାଇଛି। ଶରୀରରେ ଭିଟାମିନ୍‌ ଡି ସ୍ତର ୮୦/୧୦୦ ନାନୋଗ୍ରାମ୍‌/ମିଲିଲିଟରକୁ ବୃଦ୍ଧି ପାଇଲେ ଗୁରୁତର ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି।
ସିକନ୍ଦରାବାଦ୍‌ସ୍ଥିତ ଗାନ୍ଧୀ ହସ୍ପିଟାଲର କୋଭିଡ୍‌ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। କୋଭିଡ୍‌ଜନିତ ସଂକ୍ରମଣ ହ୍ରାସ କରିବାରେ ପଲ୍‌ସ ଡି ଥେରାପିର ପ୍ରଭାବ ଜାଣିବା ଏହି ଅନୁସନ୍ଧାନର ଲକ୍ଷ୍ୟ ରହିଥିଲା। ରିପୋର୍ଟ ପ୍ରସ୍ତୁତକାରୀ ହାଇଦ୍ରାବାଦ ବିବିନଗର ଏମ୍ସ ଅର୍ଥୋପେଡିକ୍ସ ମୁଖ୍ୟ ଡା. ମହେଶ୍ୱର ଲକ୍କିରେଡ୍ଡିଙ୍କ କହିବା ମୁତାବକ, ଭିଟାମିନ୍‌ ଡି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସଂକ୍ରମିତଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ନେଇଛି। ସାମାନ୍ୟ ଲକ୍ଷଣ ଥିବା ୧୩୦ ରୋଗୀଙ୍କ ଉପରେ ପଲ୍‌ସ ଡି ଥେରାପି କରାଯାଇଥିଲା। ସଂକ୍ରମିତଙ୍କୁ ଭିଟାମିନ୍‌-ଡି(ଭିଡି) ଏବଂ ନନ୍‌-ଭିଟାମିନ୍‌-ଡି ଦୁଇଟି ଗ୍ରୁପ୍‌ କରାଯାଇଥିଲା। ସାଧାରଣ ଚିକିତ୍ସା ସମେତ ଭିଡି ଗ୍ରୁପ୍‌କୁ ପଲ୍‌ସ ଡି ଥେରାପି ଦିଆଯାଇଥିଲା। ଏନ୍‌ଭିଡିରେ ଥିବା ରୋଗୀଙ୍କ କେବଳ ସାଧାରଣ ଚିିକତ୍ସା କରାଯାଇଥିଲା। ଭିଡି ଗ୍ରୁପ୍‌ରେ ସଂକ୍ରମଣ ମାତ୍ରା କମିଥିବାବେଳେ ଏନ୍‌ଭିଡି ଗ୍ରୁପ୍‌ରେ ତାହା ସେତେମାତ୍ରାରେ ପରିଲକ୍ଷିତ ହୋଇ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖଣିଜତୈଳ

ଶକ୍ତି କହିଲେ ବସ୍ତୁର କାର୍ଯ୍ୟ କରିବାର ସାମର୍ଥ୍ୟକୁ ବୁଝାଯାଏ। ତେଣୁ ଆମ ପାଖରେ କିମ୍ବା ଯନ୍ତ୍ର ପାଖରେ ଶକ୍ତି ଥିଲେ କାମ କରିବା ସମ୍ଭବ ହେବ।...

ବାସି ରୁଟି ଓ ସ୍ବାସ୍ଥ୍ୟ

ସକାଳ ଜଳଖିଆକୁ ‘ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ’ ବୋଲି କୁହାଯାଏ। ଏହାର କାରଣ ହେଲା ଯେ, ରାତିରେ ଦୀର୍ଘ ସମୟ ଧରି ଆମେ କିଛି ଖାଇ...

ଏସବୁ କାମ ମା’ ଲକ୍ଷ୍ମୀଙ୍କୁ ନାପସନ୍ଦ, କରିବା ପୂର୍ବରୁ…

ଭଲ ହେଉ କି ମନ୍ଦ, ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଥାଏ। କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ...

ଅତ୍ୟଧିକ ଚା ପିଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ପୃଥିବୀରେ ଅନେକ ଲୋକେ ଚା ପିଇବାକୁ ଭଲ ପାଆନ୍ତି। ଚା ପିଇଲେ କିଛି ସୁଫଳ ମିଳିଲେ ଅନେକ କୁଫଳ ମଧ୍ୟ ମିଳିଥାଏ। ଯାହା ଲୋକମାନଙ୍କର ସ୍ୱାସ୍ଥ୍ୟକୁ...

ଜାଣନ୍ତୁ କିପରି କରିବେ ଟେନ୍‌ସନ୍‌ ଫ୍ରି ଟ୍ରାଭେଲ୍‌

ଦିନ ଥିଲା, କୌଣସି ଅଜଣା ସ୍ଥାନକୁ ଯିବା ଲାଗି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କେବେ ପଚାରି ପଚାରି ଯିବାରେ ଅଯଥା ସମୟ ସାଙ୍ଗକୁ...

ଅସମୟରେ ଆପଣଙ୍କ ଚୁଟି ପାଚୁଛି କି? ମୁକ୍ତି ପାଇବାକୁ କିଛିଟା ଟିପ୍ସ

ଖରାପ ଲାଇଫ୍‌ଷ୍ଟାଇଲ୍‌ ହେଉ ଅଥବା ଖାଦ୍ୟପେୟରେ ସନ୍ତୁଳନ ନ ରହିବା ଯୋଗୁ କେବଳ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହା ନୁହେଁ, ଏହାର ଅନେକ କୁପ୍ରଭାବ ଆମର...

ଏହି ୭ ଜିନିଷରେ ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ନଚେତ ହୋଇଯିବେ ବରବାଦ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି,...

ପ୍ରେମିକା ରାଗିଥିବା ବେଳେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ହୋଇଯିବ ବ୍ରେକଅପ!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri