ବୁଢ଼ା କହିଥିବା ୟୁଜରଙ୍କ ଦୀର୍ଘାୟୁ କାମନା କଲେ ବିଗ୍‌ ବି

ମୁମ୍ବାଇ:ବଲିଉଡ୍‌ ଇଣ୍ଡଷ୍ଟିର କିଛି କଳାକାର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେମାନଙ୍କ ମଧ୍ୟରୁ ବିଗ୍‌ ବି ଅମିତାଭ ବଚ୍ଚନ ହେଉଛନ୍ତି ଜଣେ। ଯିଏ ପ୍ରତ୍ୟେକ ଦିନ କିଛି ନା କିଛି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଅମିତାଭ ଫେସ୍‌ବୁକରେ ସୁପ୍ରଭାତ ଲେଖି ଏକ ପୋଷ୍ଟ ଶେୟାର କରିଥିଲେ। ଏଥିରେ ଅମିତାଙ୍କ ଅନେକ ପ୍ରଶଂସକ କମେଣ୍ଟ କରିଥିବା ବେଳେ ଜଣେ ଫେସ୍‌ବକୁ ୟୁଜର କମେଣ୍ଟରେ ବିଗ୍‌ ବିଙ୍କୁ ବୁଢ଼ା ବୋଲି ସମ୍ବୋଧନ କରିଛନ୍ତି। ତେବେ ଅମିତାଭ ଏହାର ଉତ୍ତରରେ କହିଥିଲେ ଯେ, ମୁଁ ତୁମ ଦର୍ଘାୟୁ କାମନା କରୁଛି। ଆଶା କରୁଛି ତୁମ ପରିଣତ ବୟସରେ ତୁମକୁ କେହି ବୁଢ଼ା ବୋଲି ସମ୍ବୋଧନ ନ କରନ୍ତୁ। ସେହପରି ଆଉ ଜଣେ ୟୁଜର ମଦ୍ୟପାନ କରିବା କଥା ଲେଖିଥିବା ବେଳେ ସମସ୍ତ କମେଣ୍ଟର ଉଚିତ୍‌ ଉତ୍ତର ଅମିତାଭ ତାଙ୍କ ପୋଷ୍ଟରେ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦୀ

ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଅଭିନେତ୍ରୀ...

ପ୍ରେମ ପାଇଁ ସମୟ ପାଇନି

ଶିଶୁ କଳାକାର ଓ ପରେ ଚଳଚ୍ଚିତ୍ର ନାୟିକା ସାଜି ଅଗଣିତ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ଅଭିନେତ୍ରୀ ହେଉଛନ୍ତି ଭୂମିକା ଦାଶ। ପିଲାଟି ଦିନରୁ ଓଡ଼ିଶୀ...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବା ଦୁଇମାସ ପୂରିସାରିଲାଣି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି।...

ତମନ୍ନାଙ୍କ ଗ୍ଲାମରସ ଫଟୋଶୁଟ୍‌

ମୁମ୍ବାଇ: ଦକ୍ଷିଣ ଭାରତୀୟ ତଥା ବଲିଉଡ୍ ଫିଲ୍ମର ନାୟିକା ତମନ୍ନା ଭାଟିଆ ନିକଟରେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ତାଙ୍କ ମାତାପିତା ବି କରୋନାରେ...

ରିୟାଙ୍କ ସାଙ୍ଗରେ କାମ କରିବାକୁ ଚାହିଁ ବସିଛନ୍ତି ଏହି ବଲିଉଡ୍‌ ନିର୍ଦ୍ଦେଶକ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରେଟ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ଦ୍ଦେଶକ ନିଖିଲ ଦ୍ୱିବେଦୀ ରିୟାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ସେ...

ମୁମ୍ବାଇ ଯିବ ସିବିଆଇର ଏସ୍‌ଆଇଟି ଟିମ୍‌

ମୁମ୍ବାଇ,୨୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗୁରୁବାର...

କର୍ମକ୍ଷେତ୍ରକୁ ଫେରିଲେ କାଜଲ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ମ୍ୟାଟରନିଟି ବ୍ରେକ୍‌ ପରେ ଏବେ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛନ୍ତି। କାଜଲ ୨୦୨୦ ଅକ୍ଟୋବର ୩୦ରେ ଗୌତମ କିଟ୍‌ଚୁଙ୍କୁ...

ଏବେ ଅଭିନୟରେ ଦମ୍‌ ଦେଖାଇବେ ଅଶନୀର

ନୂଆଦିଲ୍ଲୀ,୧୦।୧୨: ବ୍ୟବସାୟୀ ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜନ-୧ର ବିଚାରପତି ଥିବା ଅଶନୀର ଗ୍ରୋଭରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଶୋ’ର ନୂତନ ସିଜନରେ...

Advertisement
Archives

Model This Week