ଏହି ସର୍ତ୍ତରେ ଜୟା-ଅମିତାଭଙ୍କ ବିବାହ ପାଇଁ ରାଜି ହୋଇଥିଲେ ପିତା

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ ନେଇଥିବା ଏହି ଦମ୍ପତି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜ
ବିବାହର ଏକ ରୋଚକ କାହାଣୀ ଅମିତାଭ ନିଜେ କିଛି ବର୍ଷ ପୂର୍ବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ- ମୁଁ ଏବଂ ଜୟା ଫିଲ୍ମ ‘ଜଞ୍ଜୀର’ରେ ଏକାଠି କାମ କରୁଥିଲୁ। ନିଷ୍ପତ୍ତି ନିଆଗଲା ଯେ ଯଦି ଫିଲ୍ମ ହିଟ ହୋଇଯାଏ, ତେବେ ସମସ୍ତେ ଲଣ୍ଡନ ଯିବେ। ଏହା ଜାଣିବା ପରେ ଅମିତାଭଙ୍କ ପିତା ରାଗିଯାଇଥିଲେ। ସେ କହିଥିଲେ ବିବାହ ପରେ ହିଁ ମୁଁ ତୁମକୁ ଏକାଠି ଲଣ୍ଡନ ଯିବାକୁ ଦେବି। ଏହାପରେ ଉଭୟ ତୁରନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ଅତି ସରଳ ସମାରୋହରେ ଉଭୟଙ୍କ ହାତଗଣ୍ଠି ପଡିଥିଲା।
ଜୁନ ୩, ୧୯୭୩ରେ ଦୁହେଁ ବିବାହ କରିଥିଲେ। ଏହି ବିବାହ ଜୟା ବଚ୍ଚନଙ୍କ ଜଣେ ବନ୍ଧୁଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ବିଗ ବି କହିଥିଲେ ଯେ, ସେତେବେଳେ ସେ ଏକ ଭଡା ଘରେ ରହୁଥିଲେ, ତେଣୁ ଜୟାଙ୍କ ବନ୍ଧୁଙ୍କ ଘରେ ଏହି ବିବାହ ହୋଇଥିଲା। ଫିଲ୍ମ ‘ଜଞ୍ଜୀର’ ମଧ୍ୟ ହିଟ ହୋଇଥିଲା ଏବଂ ପରେ ପୁରା ଟିମ ଏକାଠି ଲଣ୍ଡନ ଯାଇଥିଲେ। ଚଳଚ୍ଚିତ୍ରର ଉତ୍ସବ ସହିତ ସେ ଏଠାରେ ତାଙ୍କର ହନିମୁନ ମଧ୍ୟ ପାଳନ କରିଥିଲେ। ଦୁହେଁ ଏକାଠି ଅନେକ ଫିଲ୍ମ କରିଛନ୍ତି । ଏଥିମଧ୍ୟରେ ‘ଶୋଲେ’, ‘ମିଲି’, ‘ଗୁଡି’ ଏବଂ ‘ସିଲସିଲା’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଉଭୟଙ୍କର ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନଙ୍କର ଦୁଇଟି ସନ୍ତାନ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

ସଲମାନଙ୍କୁ ଭେଟିବାକୁ ଗାଲାକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ

ବମ୍ବେ: ନିକଟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଘର ଉପରେ ୨ ଜଣ ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ। ଏହି ଘଟଣା ଅନେକଙ୍କୁ ଚକିତ କରିଥିଲା। ପୋଲିସ...

ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ୁନାହାନ୍ତି କିରନ

ନୂଆଦିଲ୍ଲୀ: ଚଣ୍ଡିଗଡ଼ରୁ ଲଗାତର ୨ ଥର ଏମ୍‌ପି ଥିବା ବଲିଉଡ୍‌ ଅଭିନେତ୍ରୀ କିରନ ଖେର୍‌ ଚଳିତ ଲୋକ ସଭା ନିର୍ବାଚନ ଲଢ଼ୁନାହାନ୍ତି। ଚଣ୍ଡିଗଡ଼ରୁ ଭାଜପା ତାଙ୍କ...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

ହୃଦୟ ଜିତିଲେ କିଙ୍ଗ ଖାନ

ମୁମ୍ବାଇ,୧୫।୪: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ଉଦାରତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିଙ୍ଗ ଖାନ...

ଆତ୍ମହତ୍ୟା କଲେ କନ୍ନଡ ଫିଲ୍ମ ପ୍ରଡ୍ୟୁସର ସୌନ୍ଦର୍ଯ୍ୟା ଜଗଦୀଶ!

ଚେନ୍ନାଇ,୧୫।୪: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri