ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ବାଣ୍ଟିଥାନ୍ତି କିମ୍ବା ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଥାନ୍ତି। ନିକଟରେ ସେ ସେମିତି ଏକ ରୋଚକ ଘଟଣା ପ୍ରଶଂସକଙ୍କ ସହ ଶେୟାର କରିଥିଲେ।
ମୁଁ ଏବଂ ଅଭିଷେକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳ ଦେଖୁ। ଘରେ ଜୟା ବଚ୍ଚନଙ୍କୁ ହଇରାଣ ନ କରିବା ପାଇଁ ଆମେ ଏକ ଚତୁର ସମାଧାନ ବାହାର କରିଛୁ। ଆମେ ଜୟାଙ୍କୁ କହୁ, ଡେରି ହୋଇଯାଉଛି, ତୁମେ ଶୋଇପଡ଼। ସେ ଶୋଇବାକୁ ଯାଆନ୍ତି ଏବଂ ଆମେ ସାରା ରାତି ମ୍ୟାଚ ଦେଖୁ। ଜୟା କାଳେ ଉଠିଯିବେ ଆମେ ପ୍ରାୟତଃ ହେଡଫୋନ ପିନ୍ଧୁ ଏବଂ ଭଲ୍ୟୁମ କମ ରଖୁ ବୋଲି କହିଛନ୍ତି ଅମିତାଭ।
ସେ ସ୍ବୀକାର କରିଛନ୍ତି ଯେ, ଯେତେବେଳେ ଆମେ ଏକ ମ୍ୟାଚ ଦେଖୁ ଏବଂ ଆମ ଦଳ ଜିତିଥାଏ, ଆମେ ଉତ୍ସାହରେ ଚିତ୍କାର କରୁ। ସେହି ଶବ୍ଦ ଶୁଣି ପରିବାର ଉଠିପଡ଼ନ୍ତି। ତା’ପରେ ଆମେ ସେମାନଙ୍କୁ ବୁଝାଉ ଯେ, ଆମ ଦଳ ଗୋଲ କରିଛି କିମ୍ବା ଚୌକା କିମ୍ବା ଛକା ମାରିଛି।

